ଆଇପିଏଲ ୨୦୨୧ ପରେ ପରେ ଖେଳାଯିବ T-20 ବିଶ୍ୱକପ,ଜାଣନ୍ତୁ ଏହା କେବେ ହେବ ଓ ଏହାର ସେଡ୍ୟୁଲ କଣ ରହିଛି

ଭାରତରେ କରୋନାକୁ ନେଇ ବିସିସିଆଇକୁ ବହୁତ କ୍ଷତି ହୋଇଛି। ପ୍ରଥମେ ଆଇପିଏଲ 2021କୁ ମଝିରେ ରଦ୍ଧ କରିବାକୁ ପଡ଼ିଥିଲା ଓ ବର୍ତ୍ତମାନ t-20 ବିଶ୍ୱକପ ଯାହା ଭାରତରେ ହେବାକୁ ଥିଲା ତାହା ବର୍ତ୍ତମାନ ୟୁଏଇରେ ହେବ। ଆଇପିଏଲ ଅକ୍ଟୋବର ମାସରେ ଶେଷ ହେବାକୁ ଥିବାବେଳେ t-20 ବିଶ୍ୱକପ ଏହାପରେ ଆରମ୍ଭ ହୋଇଯିବ। ଉଭୟ ଟୁର୍ଣ୍ଣାମେଣ୍ଟର ତାରିଖ ବର୍ତ୍ତମାନ ସାମ୍ନାକୁ ଆସିସାରିଛି।

ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ:-

ମେ 4 ତାରିଖରେ ସ୍ଥଗିତ ରଖାଯାଇଥିବା ଆଇପିଏଲକୁ ବର୍ତ୍ତମାନ ସେପ୍ଟେମ୍ବର ମାସରେ ଆଉଥରେ ଆରମ୍ଭ କରାଯିବ ଓ ଏହାର ଫାଇନାଲ ଅକ୍ଟୋବର ମାସରେ ହେବ। ଆଇପିଏଲ 2021 ର ବଳକା ମ୍ୟାଚ ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓ ଫାଇନାଲ ଅକ୍ଟୋବର 15 ତାରିଖରେ ହୋଇପାରେ।

ଅକ୍ଟୋବର 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି t-20 ବିଶ୍ୱକପ:-

ANI ଅନୁସାରେ ଆଇସିସି t-20 ବିଶ୍ୱକପର ଆୟୋଜନ ଅକ୍ଟୋବର 17 ତାରିଖରୁ ୟୁଏଇରେ ହେବ। ଏହି ଟୁର୍ଣ୍ଣାମେଣ୍ଟରେ 16ଟି ଟିମ ଭାଗ ନେବ ଓ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ନଭେମ୍ବର 16 ତାରିଖରେ ହେବ। ବିସିସିଆଇ ଅଧିକାରୀକ ଭାବରେ ଏହାର ଖୁଲାସା କରିନଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆଇପିଏଲ ଫାଇନାଲର କିଛିଦିନ ପରେ ଆରମ୍ଭ ହୋଇଯିବ। ଆଇପିଏଲ ଫାଇନାଲ ଅକ୍ଟୋବର 15 ତାରିଖରେ ହେବାର ସମ୍ଭାବନା ରହିଛି।

ଏମିତି ହେବ ଟୁର୍ଣ୍ଣାମେଣ୍ଟର ସେଡ୍ୟୁଲ:-

ପ୍ରଥମ ରାଉଣ୍ଡରେ 8ଟି ଟିମ ମଧ୍ୟରେ 12ଟି ମ୍ୟାଚ ହେବ। ଏମାନଙ୍କ ମଧ୍ୟରୁ ଚାରୋଟି ଦଳ ସୁପର 12 ନମ୍ବର୍ ପାଇଁ କ୍ବାଲିଫାଏ କରିବେ। ଆଠଟି ଦଳ ମଧ୍ୟରୁ ଚାରୋଟି ଦଳ ଶୀର୍ଷ ଆଠ ରାଙ୍କିଙ୍ଗ ପାଇଁ t-20 ଟିମରେ ସାମିଲ ହୋଇ ସୁପର 12ରେ ପହଞ୍ଚିବେ।

ଏହାପରେ ସୁପର 12 ଚରଣରେ 30ଟି ମ୍ୟାଚ ଖେଳାଯିବ। ଯାହାକି ଅକ୍ଟୋବର 24 ତାରିଖରୁ ଆରମ୍ଭ ହେବ। 12ଟି ଦଳକୁ ଛଅ-ଛଅ ଦୁଇଟି ଗ୍ରୁପରେ ଭାଗ କରାଯିବ। ଏହି ମ୍ୟାଚ ଗୁଡିକ ଦୁବାଇର ଅବିଧାବି,ଦୁବାଇ ଓ ଶାରଜାହ୍ ରେ ଖେଳାଯିବ।ଏହାପରେ ତିନୋଟି ନକଆଉଟ ମ୍ୟାଚ ହେବ, ଦୁଇଟି ସେମି ଫାଇନାଲ ଓ ଏକ ଫାଇନାଲ ମ୍ୟାଚ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *