ମାସ୍କ ନ ପିନ୍ଧି ବ୍ୟାଙ୍କରେ ପହଁଚିଲେ ଗ୍ରାହକ,ସୁରକ୍ଷାକର୍ମୀ କରିଦେଲେ ଗୁ-ଳି

କରୋନା ମହାମାରୀର ଏହିସମୟରେ ଲଗାତାର ସରକାର ଓ ଅନ୍ୟ ସଂସ୍ଥା ମାନେ ସାର୍ବଜନିକ ସ୍ଥାନରେ ଲୋକଙ୍କୁ ମାସ୍କ ଲାଗାଇବା ପାଇଁ ଅପିଲ କରୁଛନ୍ତି। କିନ୍ତୁ ଉତ୍ତର ପ୍ରଦେଶର ବରେଲୀରେ ମାସ୍କ ନପିନ୍ଧିବା କାରଣରୁ ଜଣେ ବ୍ୟକ୍ତି ସହିତ ଯାହାହେଲା ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟାଙ୍କରେ ମାସ୍କ ନପିନ୍ଧିବାରୁ ଗାର୍ଡ ଜଣଙ୍କୁ ଗୁଳି କରି ହ-ତ୍ୟା କରିଦେଲେ।

ବରେଲୀ କୋତବଲି କ୍ଷେତ୍ରରେ ଜଣେ ରେଲୱେ କର୍ମଚାରୀ ରାଜେଶ ବ୍ୟାଙ୍କ ଅଫ ବରୋଦା ବ୍ରାଞ୍ଚକୁ କୌଣସି କାମ ପାଇଁ ଯାଇଥିଲେ ଓ ସେସମୟରେ ସେ ମାସ୍କ ପିନ୍ଧିନଥିଲେ। ଏହାପରେ ଗାର୍ଡ ଓ ରେଲୱେ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ କ୍ରୋଧରେ ଗାର୍ଡ ସରକାରୀ କର୍ମଚାରୀଙ୍କୁ ଗୁ-ଳି ମାରିଦେଲେ। ଆ-ରୋ-ପୀ ଗା-ର୍ଡ-ଙ୍କ ନାମ କେଶବ ଅଟେ।

ଗାର୍ଡ ରେଲୱେ କର୍ମଚାରୀଙ୍କ ଗୋଡ଼କୁ ଗୁଳି ମାରିବାପରେ ସେଠାରେ ହଡ଼କମ୍ପ ଖେଳିଯାଇଥିଲା। ଗାର୍ଡ କେଶବଙ୍କ ଦ୍ଵାରା ଚଲା ଯାଇଥିବା ଗୁ-ଳି ସିଧା ଯାଇ ତାଙ୍କ ଗୋଡ଼ରେ ବାଜିଥିଲା ଓ ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବରେଲୀ ପୁଲିସ ଟ୍ୱିଟର ଜରିଆରେ ସୂଚନା ଦେଇଥିଲେ କି, କୌଣସି କଥାକୁ ନେଇ ଯୁକ୍ତିତର୍କ ହେବାପରେ କେଶବ ଗ୍ରାହକଙ୍କ ଗୋଡକୁ ଗୁ-ଳି ମାରିଦେଲେ। ପୋ-ଲି-ସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗାର୍ଡଙ୍କୁ ହ-ତ୍ୟା-ର ଚେଷ୍ଟା ଆଧାରରେ ଗି-ର-ଫ କରିଥିଲେ।

ଏସଏସପି, ଆଇଜି,ଏସପି ସିଟି ରବୀନ୍ଦ୍ର କୁମାର ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କ ସହିତ ଅଧିକାରୀଙ୍କ ସୂଚନା ନେଇଥିଲେ। ଅଧିକାରୀଙ୍କ ମୁତାବିକ, ରେଲୱେ କର୍ମୀ ରାଜେଶ ବ୍ୟାଙ୍କକୁ ବିନା ମାସ୍କ ଲଗାଇ ଆସିଥିଲେ। ଏହିକଥା କୁ ନେଇ ବି-ବା-ଦ ହୋଇଥିଲା ଓ ବ୍ୟାଙ୍କ ଗାର୍ଡ ତାଙ୍କ ଉପରେ ଗୁ-ଳି ଚଳାଇ ଦେଇଥିଲେ।

ପଚରା ଉଚରା ସମୟରେ ଗାର୍ଡ ଜାଣିଶୁଣି ଗୁଳି ଚଳାଇଥିବା ମନା କରିଥିଲେ। ପୋ-ଲି-ସ ଘାୟଲ ରେଲୱେ କର୍ମଚାରୀଙ୍କୁ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *