ଗରମରେ ବିବ୍ରତ ହୋଇ ହାତୀ ସୁଇମିଙ୍ଗ ପୁଲରେ ଏମିତି କଲା ମସ୍ତି,ଶୁଣ୍ଢ ହଲେଇ ହଲେଇ ଗାଧେଇଲା ଓ ପୁଣି ଗଡିକି କଲା ଏମିତି କାଣ୍ଡ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ମଜାଦାର ଓ ପ୍ୟାର ଭିଡିଓ ସଦାବେଳେ ଭାଇରାଲ ହୋଇଥାଏ|କୁକୁର,ବିଲେଇ,ମାଙ୍କଡ,ହାତୀର ମଜାଦାର ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି|ଏବେ ସୋସିଆଲ ମିଡିଆରେ ଏକ ହାତୀର ମଜାଦାର ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓରେ ହାତୀ ସୁଇମିଙ୍ଗ ପୁଲରେ ଗାଧାଏ ଓ ମସ୍ତି କରୁଥିବା ନଜରକୁ ଆସୁଛି|ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି|

ଭାଇରାଲ ହେଉଥିବା ଏହି ଭିଡିଓ ତାମିଲନାଡୁର ଅଟେ|ଯେଉଁଠି ତ୍ରିଚିର ଜମ୍ବୁକେଶ୍ୱରାର ଅଖିଲେନ୍ଦେଶ୍ୱରୀ ମନ୍ଦିରରେ ହାତୀମାନଙ୍କ ପାଇଁ ନୂଆ ପୁଲ ନିର୍ମିତ ହୋଇଛି|ଯେଉଁଥିରେ ହାତୀ ମଜାରେ ଗାଧାଇପାରିବେ|ଏମିତିରେ ଗରମରେ ବିରକ୍ତ ହୋଇ ଅକିଲା ନାମକ ମାଦା ହାତୀ ଏହି ପୁଲରେ ଗାଧେଇବା ସମୟରେ ଖୁବ ମସ୍ତି କରୁଛି|

ଭିଡିଓରେ ଆପଣ ଦେଖିପାରିବେ ଯେ ହାତୀ ଶୁଣ୍ଢ ହଲେଇ ହଲେଇ କିପରି ପାଣିରେ ମସ୍ତି କରୁଛି|କେତେବେଳେ ସେ ଶୁଣ୍ଢରେ ପାଣି ଭର୍ତ୍ତିକରି ବାହାରକୁ ପକାଏ ତ କେତେବେଳେ ନିଜ ଉପରେ ଢାଳିଥାଏ|ଗାଧି ଗାଧି କିଛି ସମୟ ପରେ ପୁଲରେ ଗଡିପଡେ|ଏହାକୁ ଦେଖି ଏମିତି ଲାଗୁଛି ଯେ ବହୁତ ଗରମ ଲାଗୁଥିଲା ତେଣୁ ସେ ପାଣିରେ ଏପରି ଗଡିଗଲା|

ଲୋକଙ୍କୁ ଏହି ଭିଡିଓ ଖୁବ ପସନ୍ଦ ଆସୁଛି|ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଉର୍ଦ୍ଧ୍ଵ ଥର ଦେଖାଯାଇଛି|ଲୋକମାନେ ଭିଡିଓରେ ଢେର ମଜାଦାର କମେଣ୍ଟ କରୁଛନ୍ତି|ଜଣେ ୟୁଜର ଲେଖିଛି ଯେ ସେ ବହୁତ ଖୁସି ଅଟେ|ଆଉଜଣେ ଲେଖିଛନ୍ତି ଆଜିର ସବୁଠାରୁ ଭଲ ଭିଡିଓ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.