WTC ଫାଇନାଲ: ହାରିବାପରେ ବିରାଟ କୋହଲି ଦେଲେ ବଡ଼ ବୟାନ,ଜାଣନ୍ତୁ କଣ କହିଲେ

ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଟିମକୁ 8 ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ଖେଳାଳିଙ୍କ ଆତ୍ମବିଶ୍ୱାସ ଟିକେ କମିଯାଇଛି।

ମ୍ୟାଚ ପରେ ସାରା ଦୁନିଆର ପ୍ରସିଦ୍ଧ ଖେଳାଳି ଓ ବର୍ତ୍ତମାନର ପ୍ରମୁଖ ଖେଳାଳି ନିଜ ନିଜର ରାୟ ଦେଇଛନ୍ତି। ହାରିବାପରେ ସଚିନ ତେନ୍ଦୁଲକର ଓ ରବି ଶାସ୍ତ୍ରୀ ନିଜର ବୟାନ ଦେଇସାରିଛନ୍ତି।

ଏବେ ଭାରତୀୟ ଅଧିନାୟକ ବିରାଟ କୋହଲି ଶାସ୍ତ୍ରୀଙ୍କ କଥାରେ କଥା ମିଶାଇ ଏକ ବଡ଼ କଥା କହିଛନ୍ତି। କୋହଲି କହିଥିଲେ, ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଟିମର ନିର୍ଧାରଣ ଗୋଟିଏ ଫାଇନାଲ ଆଧାରରେ ହୋଇନଥାଏ ଏହା ବେଷ୍ଟ ଅଫ ଥ୍ରୀ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।

ଭାରତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ହାରିବାପରେ ଶେଷରେ ସିରିଜ ଜିତିଥିଲା କିନ୍ତୁ ନ୍ୟୁଜିଲାଣ୍ଡ ଭାରତକୁ 8 ଉଇକେଟରେ ହରାଇଦେଲା। କୋହଲି ମ୍ୟାଚ ପରେ କହିଥିଲେ, ମୁଁ ତାଙ୍କର ପକ୍ଷଧର ନୁହେଁ ଯାହାକି ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଟିମର ନିର୍ଧାରଣ ଏକ ଫାଇନାଲ ମ୍ୟାଚ ଜରିଆରେ ହେବ।

ସେ କହିଥିଲେ, ଯଦି ଟେଷ୍ଟ ସିରିଜ ହୁଏ ତ ତିନୋଟି ଟେଷ୍ଟରୁ ଜଣାପଡ଼ିଥାଏ କି କେଉଁ ଦଳ ପାଖରେ ପ୍ରତ୍ୟାବର୍ତ୍ତନ କରିବାର କ୍ଷମତା ରହିଛି। ଏମିତି ନୁହେଁ କି ଦୁଇଦିନ ଖରାପ ଖେଳିବା ଦ୍ୱାରା ଆପଣ ଭଲ ଟେଷ୍ଟ ଟିମ ନୁହଁ। ମୁଁ ଏହାକୁ ମାନେନାହିଁ।

ଶାସ୍ତ୍ରୀ ଇଂଲଣ୍ଡ ଯିବା ପୂର୍ବରୁ ବେଷ୍ଟ ଅଫ ଥ୍ରୀ ଟେଷ୍ଟ ବିଷୟରେ କହିଥିଲେ। କୋହଲି କହିଥିଲେ, ଭବିଷ୍ୟରେ ଏହାଉପରେ ବିଚାର କରାଯିବା ଆବଶ୍ୟକ। ତିନୋଟି ମ୍ୟାଚରେ ଚେଷ୍ଟା ହୋଇଥାଏ, ଉପର ତଳ ମଧ୍ୟ ହେବାପରେ ଶେଷରେ ପରିସ୍ଥିତି ବଦଳିଥାଏ।

ଭୁଲ କୁ ସୁଧାରିବାର ଅବସର ମଧ୍ୟ ମିଳିଥାଏ। ଏହାପରେ ଜଣାପଡ଼ିଥାଏ ସର୍ବଶ୍ରେଷ୍ଠ ଦଳ କିଏ। ସେ କହିଥିଲେ ନ୍ୟୁଜିଲାଣ୍ଡ ଠାରୁ ମିଳିଥିବା ପରାଜୟ ତାଙ୍କର ଦୁଇବର୍ଷର ପରିଶ୍ରମ ଉପରେ ସଠିକ ଚିତ୍ରଣ ନୁହେଁ। ଆମେ ଏହି ଫଳାଫଳ ପାଇଁ ଚିନ୍ତିତ ନାହୁଁ। ଆମେ ବିଗତ ତିନିରୁ ଚାରିବର୍ଷ ବହୁତ ଭଲ ଖେଳିଥିଲୁ। ଏହି ମ୍ୟାଚ ଆମର କ୍ଷମତା ଓ ପୂର୍ବ ପ୍ରଦର୍ଶନକୁ ସଠିକ ଚିତ୍ରଣ କରୁନାହିଁ।

ବ୍ୟସ୍ତ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡରରେ ତିନି ମ୍ୟାଚ ବିଶିଷ୍ଟ ଫାଇନାଲ ଆଇସିସି ପାଇଁ ଅସୁବିଧା ହେବ। କୋହଲି କହିଥିଲେ, ଲୋକଙ୍କୁ ମନେ ରଖିବା ଉଚିତ କି, ଏହା କଠିନ ସିରିଜ ଥିଲା, କେବଳ ଗୋଟିଏ ଫାଇନାଲ ଉଚିତ ନୁହେଁ। ସେ କହିଥିଲେ, ଏହାଉପରେ କଥା ହେବା ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *