ଲଞ୍ଚ ହେଲା ଓ୍ୱିଣ୍ଡୋଜ-୧୧ ଲାପଟପର; ଡାଉନଲୋଡ କରିପାରିବେ ଆଣ୍ଡ୍ରୋଏଡ ଆପ

ଗୁରୁବାର ଦିନ ମାଇକ୍ରୋସଫ୍ଟ ଏକ ଭର୍ଚୁଆଲ ଇଭେଣ୍ଟରେ ଓ୍ୱିଣ୍ଡୋଜ ୧୧କୁ ଲଞ୍ଚ କରିଛି।ଏହି ନୂଆ ଓ୍ୱିଣ୍ଡୋଜ ଭର୍ସନରେ କିଛି ପରିବର୍ତ୍ତନ ଆପଣଙ୍କୁ ଦେଖିବାକୁ ମିଳିବ। ଯାହା ୟୁଜରଙ୍କୁ ଅଧିକ ଫାଇଦା ପ୍ରଦାନ କରିବ। ଏହି ଓ୍ୱିଣ୍ଡୋଜ ୧୧ରେ ଆପଣଙ୍କୁ ଓ୍ୱିଜେଟ୍ସ ସହିତ ନୂଆ ଷ୍ଟାର୍ଟ ମେନୁ ଓ ଟାସ୍କବାର ଦେଖିବାକୁ ପାଇବେ। ଆଉ ଏହି ଓ୍ୱିଜେଟ୍ସ ଡେଭଲପର ଆପ ସହିତ କାମ କରିବ। ଜାଣନ୍ତୁ, ଓ୍ୱିଣ୍ଡୋଜ ୧୧ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ।

ଫ୍ରିରେ ଡାଉନଲୋଡ କରିପାରିବେ ଆଣ୍ଡ୍ରୋଏଡ ଆପ୍ସ

ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ ଷ୍ଟୋରରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ଓ୍ୱିଣ୍ଡୋଜ ୧୧ରେ ଆଣ୍ଡ୍ରୋଏଡ ଆପ୍ସ ସପୋର୍ଟ ଦେଖିବାକୁ ମିଳିବ। ଏଥିରେ ଓ୍ୱିଣ୍ଡୋଜ ୧୧ରେ ଆମାଜନ ଆପ ଷ୍ଟୋର ଦିଆଯାଇଛି। କିନ୍ତୁ, ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋର ଦିଆଯାଇନାହିଁ। କେବଳ ଆପଣ କିଛି ଆପ୍ଲିକେସନ ଡାଉନଲୋଡ କରିପାରିବେ।

ୟୁଜର୍ସ ଫ୍ରିରେ ପାଇପାରିବେ ଓ୍ୱିଣ୍ଡୋଜ ୧୧

ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ ୧୧କୁ ନୂଆ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣରେ ଉପଲବ୍ଧ କରିବେ। ଓ୍ୱିଣ୍ଡୋଜ ୧୦ ବ୍ୟବହାରକାରୀ ଏହାକୁ ଫ୍ରିରେ ଅପଗ୍ରେଡ କରିପାରିବେ। ଓ୍ୱିଣ୍ଡୋଜ ୧୧କୁ ଡାଉନଲୋଡ କରିବା ପାଇଁ ଆପଣଙ୍କୁ ଲାପଟପ କିମ୍ବା କମ୍ପ୍ୟୁଟରରେ ୪ ଜିବି ରାମ ସହିତ ୬୪ ଜିବିର ଷ୍ଟୋରେଜ ସ୍ପେସ ରଖିବାକୁ ପଡିବ। ଆଉ ଏଥିପାଇଁ ଆପଣଙ୍କ ଡିଭାଇସରେ ୬୪-ବିଟର ପ୍ରୋସେସର ରହିଥିବା ଦରକାର।

ୟୁଜର ଇଣ୍ଟରଫେସରେ ନୂଆ ଅପଡେଟ

ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ ୧୧ରେ କ୍ୟାଲେଣ୍ଡର,ପାଣିପାଗ ସମ୍ପର୍କରେ ତଥ୍ୟ ଦେଖିବାକୁ ମିଳିବ। ଏହା ସହିତ ନୂଆ ନୋଟିଫିକେସନ ସମ୍ପର୍କରେ ମଧ୍ୟ ୟୁଜର ଜାଣିପାରିବେ। ନୂତନ ଓ୍ୱିଣ୍ଡୋକୁ ଆପଣ ପର୍ସନଲାଇଜ କରିପାରିବେ। ଏହି ଓ୍ୱିଣ୍ଡୋଜ ୧୧ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି।

ଗେମିଂ ପାଇଁ ନୂଆ ଫିଚର୍ସ

ଓ୍ୱିଣ୍ଡୋଜ ୧୧କୁ ସାଧାରଣତଃ ଭାବରେ ଗେମିଂ ପାଇଁ ତିଆରି କରାଯାଇଛି। କମ୍ପାନୀର କହିବା ଅନୁସାରେ, ଏହା ଆପଣଙ୍କର ସିଷ୍ଟମକୁ ବେଷ୍ଟ ଗେମିଂ ପରଫୋର୍ମାନ୍ସ ଦେବ। ଏଥିରେ ଅଟୋ ଏଚଡିଆର ଫିଚର ଦିଆଯାଇଛି। ଯାହା ଆପଣଙ୍କର ଗେମିଂର ଲାଇଟକୁ ଅଟୋ ଅପଡେଟ କରିବ। ଯାହାଦ୍ବାରା କି, ଆପଣଙ୍କର ଭିଜିବିଲିଟରେ କୌଣସି ସମସ୍ୟା ଦେଖାଦେବ ନାହିଁ । ଓ୍ୱିଣ୍ଡୋଜ୍ ୧୧ରେ ଏକ୍ସବକ୍ସ ଆପ ମାଧ୍ୟମରେ ଆପଣ ଗେମର ସବସ୍କ୍ରିପସନ ନେଇପାରିବେ।

Leave a Reply

Your email address will not be published. Required fields are marked *