ଝିଅର ସ୍ମୃତିରେ ସାଇକେଲରେ ବିକ୍ରି କରିବା ଆରମ୍ଭ କରିଥିଲେ ୱାଶିଂ ପାଉଡର,ଏବେ ହୋଇଗଲାଣି ଆରବ ଟଙ୍କାର କମ୍ପାନୀ,ଜାଣନ୍ତୁ ତାଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ ବିଷୟରେ

ୱାଶିଂ ପାଉଡରର ଆବଶ୍ୟକତା ପ୍ରତ୍ୟେକ ଘରକୁ ଆବଶ୍ୟକ। ଆମେ ଆପଣଙ୍କୁ ଏହିପରି ଏକ କାହାଣୀ କହିବାକୁ ଯାଉଛୁ। ଯାହାକି ଆପଣଙ୍କୁ ବହୁତ କିଛି ଭାବିବାକୁ ବାଧ୍ୟ କରିଦେବ। ଆଜ୍ଞା ହଁ ଗୋଟିଏ ପିତା ନିଜ ଝିଅକୁ ମନେ ପକାଇ ଏହିଭଳି ଏକ ବିଜନେସ ଆରମ୍ଭ କଲେ। ଯାହାକି ଆସ୍ତେ ଆସ୍ତେ ଚାଲିବାକୁ ଲାଗିଲା। ଏମିତି ହେଲା କି, ବ୍ୟକ୍ତିଙ୍କ ଝିଅର ଫୋଟୋ ଘରେ ଘରେ ପହଞ୍ଚିଥିଲା ଓ ବ୍ୟକ୍ତି ଜଣକ କୋଟିପତି ହୋଇଗଲେ। କୋଟିପତି ହେବା ଏତେ ସହଜ ନୁହେଁ। ଆସନ୍ତୁ ଜାଣିବା ଏହା ପଛର କାହାଣୀ।

କିଛି ସମୟ ପୂର୍ବରୁ ଏହି ବିଜ୍ଞାପନ ତ ସମସ୍ତେ ଦେଖିଥିବେ କି, ” ଦୁଧ କି ସଫେଦି ନିର୍ମା ସେ ଆଏ,ରଙ୍ଗୀନ କପଡ଼ା ଭି ଖିଲ ଖିଲ ଯାଏ, ସବକି ପସନ୍ଦ ନିର୍ମା, ୱାଶିଂ ପାଉଡର ନିର୍ମା।” ଆଜ୍ଞା ହଁ ଆମେ ନିର୍ମା ୱାଶିଂ ପାଉଡର କଥା କହୁଛୁ। ଯାହାର ବିଜ୍ଞାପନରେ ଏକ ଝିଅଟିର ଫୋଟୋ ରହିଛି। ଏହି ଫୋଟୋ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ। ଆପଣଙ୍କୁ ଜଣାଇଦେଉଛୁ, ଫୋଟୋରେ ଥିବା ଏହି ଝିଅଟିର ନାମ ଅସଲରେ ନିରୂପମା ଅଟେ। ତାଙ୍କର ନାମରେ ୱାଶିଂ ପାଉଡର ନାମ ନିର୍ମା ରଖାଗଲା।

ନିରୂପମା ଠାରୁ ନିର୍ମା ପର୍ଯ୍ୟନ୍ତ କାହାଣୀ ବହୁତ ରୋମାଞ୍ଚକର ଅଟେ। ଆପଣଙ୍କୁ ଜଣାଇଦେଉଛୁ କି, ନିରୂପମା ଯେତେବେଳେ ସ୍କୁଲରେ ପଢୁଥିଲେ ସେତେବେଳେ ତାଙ୍କର କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ କରସନଭାଇ ଓ ତାଙ୍କ ପରିବାର ଦୁଃଖରେ ରହିଲେ। କରସନ ଭାଇ ନିଜ ଝିଅକୁ ବହୁତ ପ୍ରେମ କରୁଥିଲେ। ସେ ଚାହୁଁଥିଲେ ତାଙ୍କର ଝିଅ ଦୁନିଆରେ ନାମ କମାଉ କିନ୍ତୁ ଝିଅ ଅଳ୍ପ ବୟସରୁ ପ୍ରାଣତ୍ୟାଗ କରିଥିଲା। ପିତା ନିଜର ଝିଅକୁ ଭୁଲି ପାରୁନଥିଲେ। ଏହାପରେ କରସନଭାଇ ଝିଅର ନାମକୁ ଅମର କରିବାପାଇଁ ଏକ ଷ୍ଟେପ ଉଠାଇଥିଲେ। ସେ ନିଜର ପ୍ରଥମ ଝିଅ ନାମରେ ନିର୍ମା କମ୍ପାନୀ ଆରମ୍ଭ କଲେ। ଏହାପରେ ଡିଟରଜେଣ୍ଟ ପ୍ୟାକେଟରେ ଝିଅର ଫୋଟୋ ଲଗାଇ ତାଙ୍କୁ ସର୍ବଦା ଅମର କରିଦେଲେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି, ଏହି ନିର୍ମା କମ୍ପାନୀର ଆରମ୍ଭ 1969 ମସିହାରେ ଆରମ୍ଭ ହୋଇଥିଲା। ଏହି କମ୍ପାନୀକୁ ଆରମ୍ଭ କରିଥିବା କରସନ ଭାଇ ପଟେଲ ଗୁଜୁରାଟର ଅଟନ୍ତି। ନିର୍ମା ପ୍ୟାକେଟରେ ଯେଉଁ ଝିଅ ନଜର ଆସିଥାଏ ସେ କରସନ ଭାଇଙ୍କ ଝିଅ ଅଟେ। ଆପଣଙ୍କୁ କହିଦେଉଛୁ କି, କରସନ ଭାଇ ବହୁତ ପ୍ରେମରେ ନିଜର ଝିଅକୁ ନିର୍ମା କହି ଡ଼ାକିଥାଆନ୍ତି। କରସନ ଭାଇ ଝିଅ ନାମରେ ହିଁ ନିର୍ମା କମ୍ପାନୀ ଆରମ୍ଭ କରିଥିଲେ।

କରସନ ଭାଇ ନିଜର ଝିଅ ନାମରେ ଏହି କମ୍ପାନୀ 1969 ମସିହାରେ ଆରମ୍ଭ କରିଥିଲେ କିନ୍ତୁ ଝିଅ ନାମକୁ ବିଜନେସ ଆଧାରରେ ଅମର କରାଇବା ବହୁତ କଷ୍ଟ ଥିଲା। ଝିଅଟିର ମୃତ୍ୟୁର ତିନିବର୍ଷ ପର୍ଯ୍ୟନ୍ତ କରସନ ଭାଇ ଏକ ଅଦ୍ଭୁତ ୱାଶିଂ ପାଉଡର ଫର୍ମୁଲା ପ୍ରସ୍ତୁତ କରି ବିକ୍ରି କରିବା ଆରମ୍ଭ କରିଥିଲେ। କିନ୍ତୁ ଏହାମଧ୍ୟରେ କରସନ ଭାଇ ନିଜର ସରକାରୀ ଚାକିରୀ ଛାଡି ନଥିଲେ। କଥା ହେଉଛି କି, କରସନ ଭାଇ ନିଜ ସାଇକେଲରେ ଅଫିସ ଯିବା ସମୟରେ ରାସ୍ତାରେ ଏହି ୱାଶିଂ ପାଉଡର ଘରେ ଘରେ ବିକ୍ରି କରୁଥିଲେ। ସେସମୟରେ ବଜାରରେ ସରଫ ନାମକ ପାଉଡର ଆସିଥିଲା। ଏହିସମୟରେ ଏହାର ମୂଲ୍ୟ 15 ଟଙ୍କା ପ୍ରତି କିଲୋଗ୍ରାମ ଥିବାବେଳେ କରସନ ଭାଇ ନିଜ ୱାଶିଂ ପାଉଡରକୁ ସାଢ଼େ ତିନିଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି କରୁଥିଲେ। ପାଖାପାଖି କମ ଆମଦାନୀ କରୁଥିବା ଲୋକଙ୍କୁ ନିର୍ମା ଭଲ ଉପାୟ ଲାଗୁଥିଲା। ଏହାପରେ ନିର୍ମା ଜୟା, ରେଖା,ହେମା ଓ ସୁଷମା ସମସ୍ତଙ୍କର ପସନ୍ଦ ହୋଇଗଲା।

1969 ମସିହାରେ ଗୋଟିଏ ବ୍ୟକ୍ତି ଦ୍ୱାରା ଆରମ୍ଭ ହୋଇଥିବା ଏହି କମ୍ପାନୀରେ ଆଜି ପାଖାପାଖି 18000 ଲୋକ କାମ କରୁଛନ୍ତି। କମ୍ପାନୀର ଟର୍ନ ଓଭର ବର୍ତ୍ତମାନ 70000 କୋଟିରୁ ମଧ୍ୟ ଅଧିକ ଅଟେ। ଆଜି ଯେଉଁ ବ୍ୟକ୍ତି ଦୋକାନକୁ ୱାଶିଂ ପାଉଡର କିଣିବାକୁ ଯାଉଛି ତା’ମୁହଁରେ ଗୋଟିଏ ନା ହେଉଛି ନିର୍ମା ୱାଶିଂ ପାଉଡର। କରସନଭାଇ ପଟେଲଙ୍କ କଥା କହିବାକୁ ଗଲେ ତାଙ୍କର ଜନ୍ମ 13 ଏପ୍ରିଲ 1944 ମସିହାରେ ଗୁଜୁରାଟର ମେହସାଣା ସହରର କୃଷକ ପରିବାରରେ ହୋଇଥିଲା। କରସନଙ୍କ ପିତା ଖୋଡ଼ି ଦାସ ପଟେଲ ଜଣେ ସାଧାରଣ ଲୋକ ଥିଲେ କିନ୍ତୁ ସେ ନିଜର ପୁଅକୁ ଭଲ ଶିକ୍ଷା ଦେଇଥିଲେ। କରସନ ପଟେଲ ନିଜର ପ୍ରାରମ୍ଭିକ ଶିକ୍ଷା ମେହସାଣାର ଏକ ସ୍ଥାନୀୟ ବିଦ୍ୟାଳୟରେ ସମାପ୍ତ କରିଥିଲେ। ଏହାପରେ 21 ବର୍ଷ ବୟସରେ ସେ ରସାୟନ ଶାସ୍ତ୍ରରେ ବିଏସସି ପାଠପଢା ପୂରଣ କରିଥିଲେ। କରସନ ତ ପ୍ରଥମରୁ ହିଁ ନିଜର ଚାକିରୀ ଛାଡି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ କିନ୍ତୁ ଘର ପରିସ୍ଥିତି ସଠିକ ନଥିବାରୁ ସେ କିଛି ନିଜ ଇଚ୍ଛାରେ କରିପାରିଲେ ନାହିଁ। ଏହାପରେ ସେ ନିଜର ପାଠପଢା ସମାପ୍ତ କରିବାପରେ ଏକ ଲ୍ୟାବ ଆସିଷ୍ଟାଣ୍ଟ ଭାବରେ କାମ ଆରମ୍ଭ କରିଥିଲେ। କିଛି ସମୟ ପ୍ରୟୋଗଶାଳାରେ ସହଯୋଗୀ କାମ କରିବାପରେ ତାଙ୍କୁ ଗୁଜୁରାଟ ସରକାରଙ୍କ ତରଫରୁ ଭୂବିଜ୍ଞାନୀ ବିଭାଗରେ ସରକାରୀ ଚାକିରୀ ମିଳିଗଲା।

 

ଏହାପରେ ତାଙ୍କ ଜୀବନରେ ସବୁକିଛି ବଦଳି ଯାଇଥିଲା। ଏହାପରେ ସରକାରୀ ଚାକିରିଆ କରସନଙ୍କ ଦିଗ ବଦଳାଇ ଦେଇଥିଲେ। ପ୍ରଥମେ ସେମାନେ ଝିଅକୁ ମନେ ପକାଇ ନିର୍ମା ବିକ୍ରି କରିବା ଆରମ୍ଭ କରିଥିଲେ। ଏହାପରେ 1995 ମସିହାରେ କରସନ ପଟେଲ ନିର୍ମାକୁ ଏକ ଅଲଗା ପରିଚୟ ଦେଇଥିଲେ ଓ ସେ ଅହମ୍ମଦାବାଦରେ ନିର୍ମା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ସ୍ଥାପନା କରିଥିଲେ। ଏହାପରେ 2003 ମସିହାରେ ସେ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଓ ନିର୍ମା ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍ଥାପନା ମଧ୍ୟ କରିଥିଲେ। ଆଜି କରସନ ଭାଇଙ୍କୁ ଦୁନିଆର ଧନୀ ମାନଙ୍କ ମଧ୍ୟରେ ଗଣାଯାଇଥାଏ ଓ ନିର୍ମା ନାମ ଲୋକ ମାନଙ୍କ ଜିଭ ଅଗରେ ଏବେବି ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.