ସତ ହେଲା ଏହି ବ୍ୟକ୍ତିଙ୍କ ସ୍ୱପ୍ନ, ୨ ଦିନରେ ଜିତିଲେ ୫୫ ଲକ୍ଷ ଟଙ୍କାର ଲଟେରୀ

କୁହାଯାଏ ଯେ ସ୍ୱପ୍ନ ସର୍ବଦା ଖୋଲା ଆଖିରେ ଦେଖିବା ଉଚିତ, ଯାହାଦ୍ୱାରା ତାକୁ ସତ କରିବାର ଉତ୍ସାହ ବଢିବ | କିନ୍ତୁ ଆମେରିକାର କାନସାସରେ ରହୁଥିବା ଜଣେ ବ୍ୟକ୍ତି ଆଖି ବନ୍ଦ କରି ସ୍ୱପ୍ନ ଦେଖିଲେ ଏବଂ ସେହି ସ୍ୱପ୍ନ ସାକାର ମଧ୍ୟ ହେଲା | ବାସ୍ତବରେ ଏହି ବ୍ୟକ୍ତି ସ୍ୱପ୍ନରେ ଲଟେରୀ ଟିକେଟ ଜିତିଥିଲେ |

୨ ଦିନରେ ସତ ହେଲା ସ୍ୱପ୍ନ :-

UPI ର ଖବର ଅନୁଯାୟୀ, ଆମେରିକାର କାନସାସରେ ରହୁଥିବା ମେସନ କ୍ରେଣ୍ଟଜ ବେଳେବେଳେ ଲଟେରୀ ଟିକେଟ କିଣି ନିଜର ଭାଗ୍ୟକୁ ଭରସା କରନ୍ତି | କିଛି ଦିନ ପୂର୍ବରୁ ସେ ସ୍ୱପ୍ନରେ ଦେଖିଥିଲେ ଯେ ସେ ଲଟେରୀରେ ୨୫୦୦୦ ଡଲାର ଅର୍ଥାତ ପ୍ରାୟ ୧୮ ଲକ୍ଷ ୫୪ ହଜାର ୫୬୨ ଟଙ୍କା ଜିତିଛନ୍ତି | ସ୍ୱପ୍ନ ଦେଖିବାପରେ ସେ ନିଜ ଭାଗ୍ୟକୁ ଭରସା କରି ପରବର୍ତ୍ତୀ ଦିନ ଲଟେରୀ ଟିକେଟ କିଣିଲେ | ସ୍ୱପ୍ନ ଦେଖିବାପରେ ମେସନ ଭାବୁଥିଲେ ଯେ ସେ ଯାହା କିଛି ବି ହେଉ ନିଶ୍ଚିତ ଜିତିବେ |

ସ୍ୱପ୍ନଠାରୁ ଅଧିକ ଟଙ୍କା ମିଳିଲା :-

ମେସନ ପରବର୍ତ୍ତୀ ଦିନ ହିଁ ଲଟେରୀ ଟିକେଟ କିଣିଲେ | ସେ କାନସାସର ଲଟେରୀ ଅଧିକାରୀଙ୍କୁ ନିଜର ସ୍ୱପ୍ନ ଏବଂ ଆଶା ବିଷୟରେ କହିଲେ | ସେ ଏଥିପାଇଁ ମଧ୍ୟ ଜିତିବାକୁ ଆଶା କରିଥିଲେ, କାରଣ ସେ ଆଗରୁ ମଧ୍ୟ ଲଟେରୀରେ ଜିତିଥିଲେ | ସେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ୧୮ ଲକ୍ଷ ପରିବର୍ତ୍ତେ ୭୫ ହଜାର ଡଲାର ଅର୍ଥାତ ୫୫,୬୩,୬୬୮.୭୫ ଟଙ୍କା ଜିତିଛନ୍ତି | ସେ ନିଜ ସ୍ୱପ୍ନ ଠାରୁ ତିନିଗୁଣା ରକମ ଜିତିଥିଲେ |

ଏହି ଜିତିବାକୁ ନେଇ ସେ ପୁରା କରିବେ ନିଜର ସ୍ୱପ୍ନ :-

ମେସନ କ୍ରେଣ୍ଟଜ କହିଛନ୍ତି ଯେ ସେ ଜିତିଥିବା ଟଙ୍କାରେ ନିଜ ସ୍ତ୍ରୀ ପାଇଁ ନୁଆଁ ଗାଡି କିଣିବେ ଏବଂ ସିଲଭର ଲେକରେ ଜମି କିଣିବେ | ତାପରେ ସେ ବଳକା ଟଙ୍କାକୁ ମ୍ୟୁଚୁଆଲ ଫଣ୍ଡସରେ ଇନଭେଷ୍ଟ କରିଦେବେ | ଶେଭିଂ ପରେ ଘର ତିଆରି କରିବାରେ ସାହାଯ୍ୟ ମିଳିଯିବ | ସେ ବର୍ତ୍ତମାନ ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି ଯେ ତାଙ୍କ ସ୍ୱପ୍ନ ସତ ହୋଇଗଲା ଏବଂ ସେ ଏତେ ଟଙ୍କା ଜିତିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.