ଡ୍ରାଇଭର ଜଣକ କିପରି ପ୍ରତିବନ୍ଧକ ବାଡ଼ ଉପରେ ନେଇ ଗାଡ଼ି ଚଢ଼େଇ ଦେଲେ ? ଭାଇରାଲ ଫଟୋ ଦେଖିକି ଲୋକ ଚକିତ

ଆମ ଦୁନିଆରେ ଜଣଙ୍କ ଠୁ ବଡ଼ ଆଉ ଜଣେ ମାଷ୍ଟର ଅଛନ୍ତି। ଏହି ମାଷ୍ଟର ଏମିତି କଳା ଦେଖାନ୍ତି ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ୟ୍ଯ ହୋଇଯାଆନ୍ତି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି, ମଣ୍ଡି ଜେଲର ସରକାରଘାଟ ଉପମଣ୍ଡଳରେ ପ୍ଲାଇଙ୍ଗ କାର ଏକ ମାମଲା ସାମ୍ନାକୁ ଆସିଛି। ଏହିଥର କାର ଚାଳକ ୩ ଫୁଟ ଉଚ୍ଚତା ପ୍ରତିବନ୍ଧକ ବାଡ଼ ଉପରେ ଚଢ଼ି ଯାଇଛି। ବର୍ତ୍ତମାନ ସମସ୍ତେ ଭାବୁଛନ୍ତି କି ଏହିଭଳି କାର୍ଯ୍ୟ କିପରି ହେଲା।

ରିପୋର୍ଟ୍ ଅନୁସାରେ ଏହି କାର୍ଯ୍ୟ ବୁଧବାର ଦ୍ୱିପ୍ରହର ପାଖାପାଖି ସାଢ଼େ ଦୁଇଟା ସମୟରେ ଘଟିଥିଲା। ଅଲଟୋ କାର ନେରଚୋକ ରୁ ଧରମପୁର ଆଡ଼କୁ ଯାଉଥିଲା। କାରକୁ ଜଣେ ବ୍ୟକ୍ତି ଗାଡି ଚଲାଉଥିଲେ ଓ ତାଙ୍କ ସହ ଝିଅ ବସିଥିଲା। ଜବୋଠ ବ୍ରିଜ୍ ପାଖରେ ଯେତେବେଳେ ପହଞ୍ଚିଲା ହାଲକ୍ ବଙ୍କାଣି ପାଖରେ ଗାଡି ଯେତେବେଳେ ବୁଲିଲା ସେତେବେଳେ ଗାଡି ଚାଳକ ନିୟନ୍ତ୍ରଣ ହରାଇ ୩ ଫୁଟ ଉଚ୍ଚତା ପ୍ରତିବନ୍ଧକ ବାଡ଼ ଉପରେ ଚଢ଼ି ଯାଇଥିଲା। କିନ୍ତୁ ଗାଡି ସେଠାରେ ଅଟକି ଯାଇଥିଲା, ଯଦି ଗାଡି ଓଲଟି ପଡିଥାନ୍ତା ତେବେ ଦୁର୍ଘଟଣା ଘଟିଥାନ୍ତା।

ଏହି ସଡକରେ ଯାଉଥିବା ଲୋକମାନେ ଏହି ଦୃଶ୍ୟ ଦେଖିକି ଆଶ୍ଚର୍ୟ୍ଯ ହୋଇଯାଉଥିଲେ। ଯେ କୌଣସି ଲୋକର ମୁଣ୍ଡକୁ ଗୋଟିଏ କଥା ଆସୁଥିଲା ଯେ ଏହି ଘଟଣା କିପରି ଘଟିଲା। ଜବୋଠ ପଞ୍ଚାୟତର ପ୍ରଧାନ ରବି ରାଣା କହିଲେ କି ଯେଉଁଠାରେ ଘଟଣା ଘଟିଥିଲା ସେହିଠାରୁ ପ୍ରତିବନ୍ଧକ ବାଡ଼ ଆରମ୍ଭ ହୋଇଛି l ପ୍ରତିବନ୍ଧକ ବାଡର ଗୋଟେ ଭାଗ ରାସ୍ତା ସହ ଯୋଡ଼ି ହୋଇଛି, ଏବଂ ଗାଡି ସେହିଠାରୁ ହିଁ ଉପରକୁ ଚଢି ଯାଇଛି। ଏହା କିଛି ବାଟ ଗଲା ପରେ ଅଟକି ଯାଇଥିଲା। କିନ୍ତୁ ଆଶ୍ୱସ୍ଥି ବିଷୟର ଏହା କି ଏହି ଘଟଣା ଘଟିବା ପରେ କୋୖଣସି ଲୋକ ଆହତ ହୋଇନାହାନ୍ତି।

ଆପଣଙ୍କୁ ଏହା ଜଣେଇ ଦେଉଛୁ କି ଏହା ପ୍ରଥମ ଘଟଣା ନୁହେଁ, କାର ଅନିୟନ୍ତ୍ରିତ ହେଇକି ପ୍ରତିବନ୍ଧକ ବାଡ଼ ଉପରେ ଅଟକିଯିବା କେତେ ଥର ଏହି ଘଟଣାରେ ଲୋକଙ୍କ ଜୀବନ ଚାଲିଯାଇଛି । ଏହା ପୂର୍ବରୁ ସରକରଘାଟ ଉପମଣ୍ଡଳରେ ଏକ ଘର ଛାତ ଉପରେ ଗାଡି ଚଢ଼େଇ ଦେଇଥିଲେ। ଏହି ଘଟଣାରେ କ୍ଷୀପ୍ର ବେଗରେ ଗାଡ଼ିଟି ଯାଇକି ସିଧା ଛାତ ଉପରେ ଚଢି ଯାଇଥିଲା। ଏହି ଭଳି ଫଟୋ ଏବେ ସୋସିଆଲ ମିଡିଆରେ ଲୋକମାନଙ୍କ ଧ୍ୟାନ ଆକର୍ଷିତ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *