ବଢ଼ିଲା ଟେନସନ : ଓଡ଼ିଶାରେ ଚିହ୍ନଟ ହେଲା ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ,ଭାରତରେ ଟୋଟାଲ ୪୮ ଚିହ୍ନଟ

ପ୍ରଥମ ଡେଲ୍ଟା‌ ପ୍ଲସ ଭେରିଆଣ୍ଟ ଓଡିଶାରେ ଚିହ୍ନଟ ହେଲା। କେନ୍ଦ୍ର ସରକାର ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ଓଡିଶାର ଦେବଗଡ ଜିଲ୍ଲାରେ ପ୍ରଥମ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି ବୋଲି ସୂଚନା ମିଳିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୪୮ଜଣ ଡେଲଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ମହାରାଷ୍ଟ୍ରରେ ୨୦ଜଣ ଚିହ୍ନଟ ହୋଇଛନ୍ତି, ସେହିପରି ମଧ୍ୟପ୍ରଦେଶରେ ୭ଜଣ, ତାମିଲନାଡୁରେ ୯ଜଣ, କେରଳରେ ୩ଜଣ, ପଞ୍ଜାବରେ ୨ଜଣ, ଗୁଜରାଟରେ ୨ଜଣ, ଆନ୍ଧ୍ରପ୍ରଦେଶରେ ଜଣେ, ରାଜସ୍ଥାନରେ ଜଣେ, ଜାମ୍ମୁରେ ଜଣେ ଏବଂ କର୍ଣ୍ଣାଟକରେ ଜଣେ ଲେଖାଏଁ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ଓଡିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହେବା ପରେ କରୋନାର ଚିନ୍ତା ପୁଣିଥରେ ବଢିଯାଇଛି।

ଧୀରେ ଧୀରେ ରାଜ୍ୟରେ କରୋନାର ସଂକ୍ରମଣ କମୁଥିବା ବେଳେ ଡେଲଟା ଭେରିଆଣ୍ଟ ଚିନ୍ତା ବଢାଇ ଦେଇଥିଲା। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଭାରତରେ ବର୍ତ୍ତମାନ କୋଭିଡର ଡେଲଟା ପ୍ଲସ ଭେରିଆଣ୍ଟ ଭୟଙ୍କର ହେବାରେ ଲାଗିଛି। ବର୍ତ୍ତମାନ ଦେଶରେ ୪୮ ଜଣ ଡେଲଟା ପ୍ଳସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ସେହିପରି ଶୁକ୍ରବାର ଦିନ ଓଡିଶାର ଜଣେ ଡେଲଟା ପ୍ଲସ ଭେରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *