ବିରାଟ କୋହଲି ଇଶାରା ଇଶାରାରେ ଚେତେଶ୍ୱର ପୂଜାରାଙ୍କ ଉପରକୁ ଉଠାଇଲେ ଆଙ୍ଗୁଠି,ଦଳରେ ପରିବର୍ତ୍ତନ ପାଇଁ ଦେଲେ ସୂଚନା

ନ୍ୟୁଜିଲାଣ୍ଡ ହାତରୁ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ହାରିବାପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଲେ କୋ, ପ୍ରଦର୍ଶନକୁ ସମୀକ୍ଷା କରାଯିବାପରେ ଖେଳାଳିଙ୍କୁ ଦଳକୁ ନିଆଯିବ ଯିଏକି ଭଲ ମାନସିକତା ସହିତ ରହିଥିବ।

ଭାରତୀୟ ବ୍ୟାଟ୍ସମ୍ୟାନ ବ୍ୟାଟିଂରେ ନିରାଶ କରିବାପରେ ଦଳକୁ ଆଠ ଉଇକେଟରେ ପରାସ୍ତ ହେବାକୁ ପଡ଼ିଥିଲା। କୋହଲି କାହାର ନାମ ନେଇନଥିଲେ କିନ୍ତୁ କହିଥିଲେ କିଛି ଖେଳାଳି ରନ ବନାଇବାରେ ଅକ୍ଷମ ଅଟନ୍ତି।

ମ୍ୟାଚରେ ପୂଜାରା ଫ୍ଲପ:-

ସିନିୟର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା 54 ବଲରୁ 8 ରନ କରିଥିଲେ ଓ ନିଜର ପ୍ରଥମ ରନ ପାଇଁ ସେ 35ଟି ବଲର ସାମ୍ନା କରିଥିଲେ। ଏହାପରେ ଦ୍ଵିତୀୟ ପାଳିରେ 80 ବଲରୁ 15 ରନ କରିଥିଲେ। ନ୍ୟୁଜିଲାଣ୍ଡ 139 ରନର ବିଜୟ ଲକ୍ଷ୍ୟକୁ ବହୁତ ସହଜରେ ହାସଲ କରିନେଲା। ଏବେ ତୃତୀୟ ନମ୍ବର୍ ସ୍ଥାନକୁ ନେଇ ପ୍ରଶ୍ନ ଉଠୁଛି। ପୂଜାରା ଶେଷଥର ନିଜର ଶତକ 2018ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲେ।

କୋହଲି ଦେଲେ ଦଳର ପରିବର୍ତ୍ତନ ସଂକେତ:-

କୋହଲି ଅନଲାଇନ ପ୍ରେସ ମିଟିଂ ସମୟରେ କହିଥିଲେ କି, ଆମେ ଆତ୍ମମନ୍ଥନ କରି ରହୁଥିବା ଓ ଏହିକଥା ଉପରେ ଆଲୋଚନା ଜାରି ରହିବ ଦଳକୁ ମଜବୁତ ବନାଇବା ପାଇଁ କଣ କରିବା ଆବଶ୍ୟକ। ସମାନ ରାସ୍ତାରେ ଚାଲିବା ଉଚିତ ନୁହେଁ।

ସେ କହିଲେ, ଅପଣ ଆମର ସୀମିତ ଓଭର ଖେଳାଳି ଦେଖିବେ ସେଥିରେ ଗଭୀରତା ରହିଛି ଓ ଖେଳାଳି ଆତ୍ମବିଶ୍ୱାସର ସହିତ ରହିଛନ୍ତି। ଟେଷ୍ଟ କ୍ରିକେଟରେ ମଧ୍ୟ ଏହାର ଆବଶ୍ୟକତା ରହିଛି।

କୋହଲି କହିଥିଲେ, ଆମକୁ ନୂଆ ସମୀକ୍ଷାରେ ଯୋଜନା ବନାଇବାକୁ ହେବ ଓ ଏହି ନିଷ୍ପତ୍ତି ନେବାକୁ ହେବ ଯେ ଆମେ କେଉଁ ଉପାୟରେ ଯାଇ ସଫଳତା ହାସଲ କରିପାରିବା। ସଠିକ ଲୋକଙ୍କୁ ନେବାକୁ ହେବ ଯିଏକି ଭଲ ପ୍ରଦର୍ଶନର ସଠିକ ମାନସିକତା ରଖୁଥିବ।

ସେ ବ୍ୟାଟ୍ସମ୍ୟାନଙ୍କ ସନ୍ତୁଳନ ଉପରେ କଥା କହିଥିଲେ। ତାଙ୍କର କହିବା ହେଲା ବ୍ୟାଟ୍ସମ୍ୟାନଙ୍କୁ ରନ ବନାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ନାକି ନିଜର ଉଇକେଟ ବଞ୍ଚାଇବା ଚିନ୍ତା। ଏହିପରି ଭାବରେ ଆମେ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇ ପାରିବା ।

ନ୍ୟୁଜିଲାଣ୍ଡ ହେଲା ଚମ୍ପିୟାନ:-

ଭାରତୀୟ ଖେଳାଳି ଯେଉଁମାନେ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଥିଲେ ସେହିପରି ଦ୍ଵିତୀୟ ପାଳିରେ ସବୁ ଫ୍ଲପ ରହିଥିଲେ। ଦ୍ଵିତୀୟ ପାଳିରେ ଭାରତ କେବଳ 170 ରନରେ ଆଉଟ ହୋଇଯାଇଥିଲା। ପୂଜାରା, କୋହଲି, ରାହାଣେ, ରୋହିତଙ୍କ ଭଳି ବଡ଼ ବଡ଼ ଖେଳାଳି ଚାଲି ପାରିନଥିଲେ। ସେହିପରି ବୋଲିଂରେ ଅଶ୍ୱିନଙ୍କୁ ଛାଡିଦେଲେ ଆଉ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରି ପାରିନଥିଲେ।

Leave a Reply

Your email address will not be published. Required fields are marked *