ଆଉ ଏକ ଆଇସିସି ଟ୍ରଫି ହାରିବା ପରେ ଗରଜିଲେ ଫ୍ୟାନ୍ସ : କ’ଣ ବିରାଟ କୋହଲିଙ୍କୁ ଭାରତୀୟ ଦଳର ଅଧିନାୟକ ପଦରୁ ବିଦା କରାଯିବା ଉଚିତ ?

ଇଣ୍ଟରନାଶନାଲ କ୍ରିକେଟରେ ରନର ବର୍ଷା କରୁଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ମାନଙ୍କ ମଧ୍ୟରୁ ଏକ ଅଟନ୍ତି। କିନ୍ତୁ ଅଧିନାୟକତ୍ୱରେ ସେ ଆଉଏକ ଫେଲ ମାରିଛନ୍ତି। ବିରାଟଙ୍କ ଅଧିନାୟକତ୍ୱରେ ଭାରତ ଆଉଏକ ଆଇସିସି ଟ୍ରଫି ହାରିଯାଇଛି। ଏବେପର୍ଯ୍ୟନ୍ତ ବିରାଟ କୋହଲି ଭାରତକୁ ଗୋଟିଏ ବି ଆଇସିସି ଟ୍ରଫି ଦେଇପାରି ନାହାଁନ୍ତି। ଏତିକି ମଧ୍ୟ ନୁହେଁ କୋହଲି ଗୋଟିଏ ଥର ମଧ୍ୟ ଆଇପିଏଲ ଟ୍ରଫି ଜିତି ନାହାଁନ୍ତି।

ବିରାଟ କୋହଲିଙ୍କୁ ଅଧିନାୟକ ପଦ ଛାଡ଼ିବା ଉଚିତ?

ବିରାଟଙ୍କ ଅଧିନାୟକତ୍ୱକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି? କଣ ତାଙ୍କୁ ଅଧିନାୟକ ପଦ ଛାଡିବା ଉଚିତ? ବର୍ତ୍ତମାନ ପରିସ୍ଥିତିକୁ ଦେଖି ଏହିକଥାର ଦମ ଅଛି। ଜଣାଇଦେଉଛୁ ଯେ, ବିରାଟ କୋହଲି ଅଧିନାୟକ ହେବାପରେ ଭାରତକୁ 2017 ଆଇସିସି ଚମ୍ପିୟାନ୍ସ ଟ୍ରଫି ପାକିସ୍ତାନ ଠାରୁ ଓ 2019 ବିଶ୍ୱକପ ସେମିଫାଇନାଲ ନ୍ୟୁଜିଲାଣ୍ଡ ଠାରୁ ବର୍ତ୍ତମାନ 2021 ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମଧ୍ୟ ଭାରତ ହାରିସାରିଛି।

ପୁଣିଥରେ ଘଟିଲା 2019 ସେମିଫାଇନାଲ ପରି ଘଟଣା:-

ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ଠିକ ସେହିପରି ହରାଇଥିଲା ଯେମିତି ସେ 2019 ବିଶ୍ୱକପ ଫାଇନାଲ ମ୍ୟାଚରେ ହରାଇଥିଲା। ପୁଣି ବିରାଟ ଓ କେନ ଉଇଲିୟମସନ ଏକ ନକଆଉଟ ପରିସ୍ଥିତିରେ ଆମନା ସାମ୍ନା ହୋଇଥିଲେ ଓ କେନ ସାରା ଦୁନିଆକୁ କହିଦେଲେ କିଏ ଅଟେ ସବୁଠାରୁ ବେଷ୍ଟ ଅଧିନାୟକ।

ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ବେକାର ପ୍ରଦର୍ଶନ:-

ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ବୋଲରଙ୍କ ସାମ୍ନାରେ କିଛି କରି ପାରିନଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନା ତ ସ୍ୱିଙ୍ଗ ବୁଝାପଡିଥିଲା ନାକି ସିମ। ନ୍ୟୁଜିଲାଣ୍ଡ ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଏମିତି ଫସାଇଥିଲେ ଯେଉଁଥିରେ ଭାରତ ଉଠି ପାରିନଥିଲା। ଦ୍ଵିତୀୟ ପାଳିରେ ଶୁବମନ ଗିଲ(8), ରୋହିତ ଶର୍ମା(30), ବିରାଟ କୋହଲି(13), ପୂଜାରା(15) କରିଥିଲେ।

ପ୍ରସ୍ତୁତି ନାମରେ ସବୁ ଶୂନ:-

ଭାରତକୁ କମ ମ୍ୟାଚର ପ୍ରାକ୍ଟିସ କ୍ଷତି ଏହି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଦେଖିବାକୁ ମିଳିଥିଲା। ଇଂଲଣ୍ଡରେ ହେଉଥିବା ଏହି ଫାଇନାଲର ପ୍ରସ୍ତୁତି ଆପଣ ଆଇପିଏଲ ଖେଳି କରିପାରିବେ ନାହିଁ। ଭାରତ ପ୍ରସ୍ତୁତି ମାମଲାରେ ନ୍ୟୁଜିଲାଣ୍ଡ ଠାରୁ ବହୁତ ପଛରେ ରହିଗଲା। ନ୍ୟୁଜିଲାଣ୍ଡର ପେସ ଆଟାକ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଶାନଦାର ରହିଥିଲା। ବର୍ତ୍ତମାନ ଭାରତ ଇଂଲଣ୍ଡ ମାଟିରେ ଖରାପ ପ୍ରଦର୍ଶନର ରେକର୍ଡ଼ ଜାରି ରଖିଛି।

ରୋହିତ ଶର୍ମାଙ୍କୁ ଅଧିନାୟକ କରାଇବାର ଦାବି:-

ବିଶ୍ୱ କ୍ରିକେଟର ମାନେ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ବର୍ତ୍ତମାନ ଅଧିନାୟକ ପଦ ଦେବାପାଇଁ ଦାବି କରୁଛନ୍ତି। ଏକ ଇଣ୍ଟରଭୟୁ ମାଧ୍ୟମରେ ଭାରତୀୟ ପୂର୍ବ ଉଇକେଟ କିପର ବ୍ୟାଟ୍ସମ୍ୟାନ କିରଣ ମୋରେ କହିଥିଲେ କି, ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ଦେବା ଆଵଶ୍ୟକ। ବିରାଟ ଏକ ଚତୁର ଅଧିନାୟକ ଅଟନ୍ତି ଓ ସେ ଏମଏସ ଧୋନୀଙ୍କ ନେତୃତ୍ୱରେ ଖେଳିଛନ୍ତି କିନ୍ତୁ କେବେ ପର୍ଯ୍ୟନ୍ତ ତାଙ୍କୁ ଦିନିକିଆ, t-20 ଦଳରେ ଅଧିନାୟକ ରହିବାକୁ ହେବ ଏହା ନିଶ୍ଚିତ ତାଙ୍କୁ ଭାବିବାକୁ ହେବ। କିରଣ ମୋରେଙ୍କ କହିବା ହେଲା ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ନିହାତି ନଜର ଆସିଯିବ।

Leave a Reply

Your email address will not be published.