ଭିଡ଼ିଓ ଜିତିଲା ଲୋକଙ୍କ ହୃଦୟ : ପ୍ରବଳ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗଜବ ପ୍ରକାର ଯୁଗାଡ, ଜେସିବି ବାଲା କଲା ଏମିତି କିଛି,ଦେଖନ୍ତୁ ଭିଡ଼ିଓ

ଆପଣ ସଡକରେ ଚାଲୁଛନ୍ତି କିମ୍ବା କୁଆଡେ ଯାଉଛନ୍ତି ଅଚାନକ ତୀବ୍ର ବର୍ଷା ଆସିଗଲା ତେବେ କଣ ହେବ? ଏମିତିରେ ଲୋକ ଏପଟ ସେପଟ କୌଣସି ସୁରକ୍ଷିତ ସ୍ଥାନ ଖୋଜିବାକୁ ଲାଗନ୍ତି, ଯାହାଦ୍ୱାରା ବର୍ଷାରୁ ବର୍ତ୍ତିହେବ। ଅନେକଥର ଲୋକ ବସ ଷ୍ଟାଣ୍ଡ, ଗଛ କିମ୍ବା କୌଣସି ପୋଲ ତଳେ ଛିଡା ହୋଇଯାନ୍ତି। ଏହା ସହିତ ଜଡିତ ଏକ ଭିଡିଓ ସାମ୍ନାକୁ ଆସୁଅଛି, ଯାହା ଲୋକଙ୍କ ହୃଦୟ ଜିତୁଅଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ସଡକ ମଝିରେ ଜୋର ବର୍ଷାରେ ଓଦା ହେଉଛନ୍ତି। ଏମିତିରେ ଜେସିବି ଏକ ଯୁଗାଡ କରିଲେ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କୁହନ୍ତି ଦୁନିଆର ମଣିଷପଣିଆ ଠାରୁ ବଡ କୌଣସି ଧର୍ମ ନୁହେଁ। ଯେତେବେଳେବି ସୁଯୋଗ ପାଉଛନ୍ତି ଅନ୍ୟକୁ ସହଯୋଗ କରନ୍ତୁ। ଏକ ଜେସିବିବାଲା ଏପରି କିଛି କରିଛି। ଯେଉଁପରି ସେ ଭିଜୁଥିବା ବ୍ୟକ୍ତିଜଣଙ୍କୁ ସାହାଯ୍ୟ କରିଛନ୍ତି, ତାହା ପ୍ରଶଂସାର ପାତ୍ର ଅଟେ। ଯେମିତି ଆପଣ ଭିଡିଓରେ ଦେଖିପାରୁଥିବେ ଜଣେ ବ୍ୟକ୍ତି ବାଇକରେ କୁଆଡେ ଯାଉଥିଲେ, ସେତିକିବେଳେ ତୀବ୍ର ଗତିରେ ବର୍ଷା ହେବାକୁ ଲାଗେ। ଲୁଚିବା ପାଇଁ ତାଙ୍କୁ କୌଣସି ଆଡେ ସ୍ଥାନ ମିଳେନାହିଁ। ସେତିକିବେଳେ ଏକ ଜେସିବିବାଲା ଏହା ଦେଖିପାରିଲେ ନାହିଁ ଓ ସେ ବିଳମ୍ବ ନକରି ଗଜବ ଅନ୍ଦାଜରେ ତାଙ୍କର ସାହାଯ୍ୟ କରିଲେ। ତେବେ ଆପଣ ପ୍ରଥମେ ଭିଡିଓ ଦେଖନ୍ତୁ।

ହୃଦୟସ୍ପର୍ଶୀ ଭିଡିଓ:-

ଭିଡିଓ ଦେଖିକରି ଆପଣଙ୍କର ହୃଦୟ ମଧ୍ୟ ଖୁସି ହୋଇଯିବ। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଅଛି। ଟୁଇଟରରେ ଏହି ଭିଡିଓକୁ ଆଇଏଏସ ଅଧିକାରୀ ଅବନୀଶ ଶରଣ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପ୍ସନରେ ଲେଖିଲେକି,’ସବୁବେଳେ ଦୟାବାନ ହୁଅ, ଏହା ସବୁବେଳେ ଉଚିତ ହେବ।’ ଖବର ଲେଖାଗଲା ବେଳକୁ ଏହି ଭିଡିଓକୁ ୧୨ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି, ଏହି ଭିଡିଓକୁ ଦୁଇ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି, ଦୁଇଶହରୁ ଅଧିକ ଲୋକ ରିଟୁଇଟ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *