ସାଇକେଲରେ ବୁଲି ବୁଲି ଅଣ୍ଡା,ବ୍ରେଡ ବିକ୍ରି କରିଲେ ସୋନୁ ସୁଦ; କହିଲେ, କିଏ କହୁଛି ମାଲ ବନ୍ଦ ଅଛି

ଦେଶରେ କରୋନାର ପ୍ରକୋପ ଦେଶବାସୀଙ୍କୁ ଭୟଭୀତ କରୁଥିବା ସମୟରେ ଅସହାୟ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ। ତାଙ୍କର ସୋସିଆଲ ମିଡିଆରେ ଆଉ ଏକ ଭିଡ଼ିଓରେ ତାଙ୍କୁ ଦେଖିବାକୁ ମିଳିଛି। ସୋନୁ ସୁଦ ସାଇକେଲ ଚଳାଇ ବୁଲି ବୁଲି ଅଣ୍ଡା,ବ୍ରେଡ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ଭିଡିଓ ଦେଖିଲେ ଲାଗୁଛି ଯେ, ସୋନୁ ନିଜର ଅଣ୍ଡା,ବ୍ରେଡ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ଆଉ ସେ ଏହି ବ୍ୟବସାୟକୁ “ସୋନୁ ସୁଦଙ୍କ ସୁପରମାର୍କେଟ୍” ନାଁ ଦେଇଛନ୍ତି।

ସୋନୁ ସୁଦଙ୍କର ଏହି ମଜାଦାର ଭିଡିଓ ଦେଖି ଲାଗୁଛି ଯେ, ସେ ଅଣ୍ଡା,ବ୍ରେଡ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ଏକ ମୋବାଇଲ୍ ଷ୍ଟୋର ଆରମ୍ଭ କରିଦେଇଛନ୍ତି। ସୋନୁ ବୁଧବାର ଦିନ ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ମଜାଦାର ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ସୋନୁ ଏକ ସାଇକେଲରେ ଅଛନ୍ତି ଏବଂ ତାଙ୍କ ଜିନିଷର ସବିଶେଷ ତଥ୍ୟ କହୁଛନ୍ତି । ଏହି ସମୟରେ ସୋନୁ ଏକ ଧଳା ଟି-ସାର୍ଟ,ଜିନ୍ସ ଏବଂ ସ୍ନିକର୍ସ ପିନ୍ଧିଛନ୍ତି। ତାଙ୍କର ଏହି ମଜାଦାର ଭିଡିଓକୁ ତାଙ୍କର ପ୍ରଶଂସକ ଖୁବ ପସନ୍ଦ କରୁଛନ୍ତି।

View this post on Instagram

A post shared by Sonu Sood (@sonu_sood)

ଭିଡିଓରେ ସୋନୁ କହୁଛନ୍ତି ଯେ, କିଏ କହୁଛନ୍ତି,ମାଲ ବନ୍ଦ ହୋଇଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୋକାନ ବଜାର ପ୍ରସ୍ତୁତ। ମୋର ସବୁକିଛି ଅଛି। ଅଣ୍ଡା ଅଛି ଯାହା ୬ ଟଙ୍କାରେ ମିଳୁଛି,ବଡ ସାଇଜର ବ୍ରେଡ ଅଛି ଯାହା ୪୦ ଟଙ୍କା। ଇନଷ୍ଟାଗ୍ରାମ କ୍ୟାପସନରେ ସେ ଲେଖିଛନ୍ତି ଯେ, “ହୋମ ଡେଲିଭରି”। ୧୦ ଟି ଅଣ୍ଡା ସହିତ ଗୋଟେ ବ୍ରେଡ ଫ୍ରୀ।

ସୋନୁ ଆହୁରି ମଧ୍ୟ କହୁଛନ୍ତି ଯେ, “ଯାହାର ଆବଶ୍ୟକ ଅଛି ସେ ଆଗକୁ ଆସନ୍ତୁ”। ବର୍ତ୍ତମାନ ଡେଲିଭରୀ ପାଇଁ ସମୟ ଆସିଛି। ଡେଲିଭରୀର ଚାର୍ଜ ମଧ୍ୟ ଅଛି। ଚାଲନ୍ତୁ ଭେଟିବା ବନ୍ଧୁ, ସୋନୁ ସୁଦଙ୍କ ସୁପରମାର୍କେଟ। ସୋନୁ ସୁଦ ଏହି ଭିଡିଓ କୁ ପୋଷ୍ଟ କରିବାର କାରଣ ଯେ, ଛୋଟ ବ୍ୟବସାୟକୁ ସମର୍ଥନ କରିବା ଶିଖନ୍ତୁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *