ଚଉଠି ରାତିରେ ବରକନ୍ୟା କଲେ ଏମିତି କାଣ୍ଡ, ଯିବାକୁ ପଡିଲା ହସ୍ପିଟାଲ

ବିବାହ ଏପରି ଏକ ଜିନିଷ ଯେଉଁଥିରେ ଦୁଇ ଜଣ ଲୋକ ଅନ୍ୟ ଦୁଇ ପରିବାର ସହିତ ହଜାର ହଜାର ଲୋକଙ୍କ ଖୁସି ମଧ୍ୟ ସାମିଲ ହଇଥାଏ | ଭାରତୀୟ ସଂସ୍କୃତିରେ ବିବାହକୁ ବହୁତ ପବିତ୍ର ବନ୍ଧନ ବୋଲି ମାନାଯାଏ | ଗୋଟେ ପୁଅ ଏବଂ ଗୋଟେ ଝିଅର ବନ୍ଧନରେ ବନ୍ଧା ହେବା ସହିତ ଦୁଇ ପରିବାର ମଧ୍ୟ ସମ୍ପର୍କରେ ବାନ୍ଧି ହୋଇଯାନ୍ତି | ସମସ୍ତଙ୍କ ପାଇଁ ବିବାହ ଏକ ମହତ୍ୱପୂର୍ଣ୍ଣ ଅନୁଭବ ହୋଇଥାଏ | ବିବାହ ଦିନଠାରୁ ନବବିବାହିତ ଦମ୍ପତି ନୂତନ ଜୀବନର ଆରମ୍ଭ କରିଥାନ୍ତି | କିନ୍ତୁ ସମସ୍ତଙ୍କ ପାଇଁ ବିବାହ ସେହିପରି ହୋଇନଥାଏ, ଯେପରି ହେବା ଉଚିତ | ପ୍ରାୟତଃ ବିବାହ ସମାରୋହ ସମୟରେ ଅନେକ ଅପ୍ରିୟ ଘଟଣା ମଧ୍ୟ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ |

ବିବାହ ତ ଏକ ଖୁସିର ମୁହୂର୍ତ୍ତ ହୋଇଥାଏ, କିନ୍ତୁ ଏ ସମୟରେ ପ୍ରାୟତଃ ଅପ୍ରିୟ ଘଟଣା ମଧ୍ୟ ଘଟିଯାଏ ଏବଂ ବିବାହ ଉତ୍ସବ ଖରାପ ହୋଇଯାଏ | ବର୍ତ୍ତମାନ ଏପରି କିଛି ଘଟିଛି ବିହାରର ପାଳଗଞ୍ଜ ଜିଲ୍ଲାରେ | ଯେଉଁଠାରେ ଏକ ଦମ୍ପତି ପ୍ରେମ ବିବାହ କରିଥିଲେ, କିନ୍ତୁ ଚଉଠି ରାତିରେ ଏମିତି କିଛି ହେଲା, ଯାହାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ |

ବାସ୍ତବରେ କଥାଟି ଏହା ଯେ ବିବାହ ପରେ ଚଉଠି ରାତି ସମୟରେ ବର ଏବଂ କନ୍ୟା ଦୁହେଁ ହିଁ ନିଜର ଜୀବନଲୀଳା ଶେଷ କରିବାକୁ ଭାବିଥିଲେ | ଦୁହେଁ ଖୁସିରେ ବିବାହ କରିଥିଲେ, କିନ୍ତୁ ତାର କିଛି ସମୟ ପରେ ହିଁ ଦୁହେଁ ଏକାଠି ମ-ରି-ବା-କୁ ମଧ୍ୟ ଯାଉଥିଲେ | ଦୁହେଁ ଚଉଠି ରାତିରେ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ବର ଏବଂ କନ୍ୟା ଉଭୟେ ବିଷ ଖାଇ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କଲେ, କିନ୍ତୁ ଠିକ ସମୟରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଦୁହିଁଙ୍କର ଅବସ୍ଥା ବହୁତ ଗୁରୁତର ହୋଇଥିଲା | ବର୍ତ୍ତମାନ ନବବିବାହିତ ଦମ୍ପତିଙ୍କର ଗୋରଖପୁରରେ ଚିକିତ୍ସା ଚାଲିଛି |

କୁହାଯାଉଛି ଯେ କନ୍ୟାର ନାମ ଶାନ୍ତି ଦେବୀ ଏବଂ ତାଙ୍କ ବିବାହ ୩୦ ବର୍ଷୀୟ ମୁକେଶ କୁମାର ସିଂହଙ୍କ ସହିତ ଶନିବାର ଦିନ ହୋଇଥିଲା | ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ଏହି ପ୍ରେମ ବିବାହ ଏକ ମନ୍ଦିରରେ ସମ୍ପୂର୍ଣ୍ଣ ହୋଇଥିଲା | ପରିବାର ଲୋକେ କହିଛନ୍ତି ଯେ ପ୍ରେମ ବିବାହ ପରେ ରବିବାର ଦିନ ଘରେ ଭୋଜିର ଆୟୋଜନ କରିଥିଲେ | ଯେଉଁଥିରେ ସମ୍ପର୍କୀୟ ଏବଂ ପରିଚିତ ଲୋକମାନେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ଶେଷ ହେବାପରେ ଶାନ୍ତି ଦେବୀ ଏବଂ ମହେଶ କୁମାର ସିଂହ ଶୋଇବାପାଇଁ ଚାଲିଗଲେ |

ଶୋଇବାପାଇଁ ଯାଇଥିବା ନବଦମ୍ପତି ବିଷ ଖାଇ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ | ସେମାନେ ଦୁହେଁ ଚିକେନରେ ବି-ଷ ମିଶାଇ ଖାଇଥିଲେ | ଦୁହିଁଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥାର ସୂଚନା ସାମ୍ନାକୁ ଆସିପାରିନାହିଁ ଯେ ପ୍ରକୃତରେ କେଉଁ କାରଣରୁ ଏହି ଦମ୍ପତି ବିବାହର ଗୋଟିଏ ଦିନ ପରେ ହିଁ ନିଜର ଜୀବନଲୀଳା ଶେଷ କରିବାକୁ ନିଷ୍ପତ୍ତି ନେଇଗଲେ | ଖବର ମିଳିଛି ଯେ ବର୍ତ୍ତମାନ ଶାନ୍ତି ଦେବୀ ଏବଂ ସତୀଶ କୁମାର ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି ଏବଂ ଏପରି ପରିସ୍ଥିତିରେ ସେମାନଙ୍କୁ ପଚରାଉଚରା କରାଯାଇ ପାରିବନାହିଁ | ଚେତା ଆସିବାପରେ ହିଁ ପୋ-ଲି-ସ ସେମାନଙ୍କୁ ପଚରାଉଚରା କରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *