ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। କଟକରେ ଥିବା ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ସମୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ କତୃପକ୍ଷ ସୂଚନା ଦେଇଛନ୍ତି। ଆଉ ସେହିପରି ସନ୍ଧ୍ୟା ୬ ଟା ପରଠାରୁ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଓ୍ବେବସାଇଟ bseodisha.in ଓ bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ।

ଆଉ ଅନ୍ୟପାର୍ଶ୍ୱରେ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ। ଏଥିପାଇଁ OR01 < Roll N0 > ଲେଖି 5676750କୁ SMS କରିବାକୁ ପଡିବ।

କିଛି ଦିନ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ କହିଥିଲେ ଯେ, ଚଳିତ ଜୁନ ମାସ ଶେଷ ସୁଦ୍ଧା ପର୍ଯ୍ୟନ୍ତ ମାଟ୍ରିକ ରେଜଲ୍ଟ ପ୍ରକାଶ କରାଯିବ। ଆଉ ସଠିକ୍ ଭାବରେ ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ କରାଯାଉଛି।

Google

ରାଜ୍ୟରେ କରୋନା ପାଇଁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଥିଲା। ମ୍ୟାଟ୍ରିକ ଫଳାଫଳର ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଛନ୍ତି। ସେହି ଫର୍ମୁଲା ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଛି।ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାର ମାର୍କକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ ବୋଲି କୁହାଯାଇଥିଲା। ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ ପରୀକ୍ଷା ମାର୍କକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ ବୋଲି କୁହାଯାଇଥିଲା। ନବମ ଶ୍ରେଣୀର ୪୦% ମାର୍କ ଓ ଦଶମ ଶ୍ରେଣୀର ୬୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରସ୍ତାବ ରଖାଯାଇଥିଲା। ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ମାର୍କକୁ ବିଚାର କରାଯିବ।

ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ମଧ୍ୟ ନବମରେ ୭୦% ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ କତୃପକ୍ଷ ସୂଚନା ଦେଇଥିଲେ। ଗତ ଏପ୍ରିଲ ମାସ ୨୪ ତାରିଖରେ ମ୍ୟାଟ୍ରିକ ପରୀକ୍ଷାକୁ ଆନୁଷ୍ଠାନିକ ଭାବରେ ବାତିଲ କରିଦିଆଯାଇଥିଲା।

ସୂଚନା ଅନୁସାରେ, ରେଗୁଲାର,ଏକ୍ସରେଗୁଲାର,ମଧ୍ୟମା ଛାତ୍ରଛାତ୍ରୀଙ୍କୁ ମିଶାଇ ଚଳିତବର୍ଷ ୬ ଲକ୍ଷ ୪୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ। ଆଉ ଏଥିପାଇଁ ୩୩ ଶହ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ାର ସୁବିଧା କରାଯାଇଥିଲା। ଆଉ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଥିବା ସମୟରେ କରୋନାର ପ୍ରକୋପ ପାଇଁ ପରୀକ୍ଷା ସ୍ତଗିତ କରିଦିଆଯାଇଥିଲା। ଆଉ ଛାତ୍ରଛାତ୍ରୀ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *