ବିଫଳ ହେଲେ କୋହଲୀ, ବୁମରାହଙ୍କ ପ୍ରଭାବ କାମ ଦେଲାନି, ଜଡେଜାଙ୍କ ମ୍ୟାଜିକ ମଧ୍ୟ ବିଫଳ,ଏହି ସବୁ କାରଣରୁ ହାରିଲା ଭାରତ

ପ୍ରଥମଥର ପାଇଁ ନ୍ୟୁଜଲାଣ୍ଡ ଟେଷ୍ଟ କ୍ରିକେଟରେ ବିଶ୍ଵ ଚମ୍ପୟାନସିପ ବିଜୟ ଲାଭ କରିଛି। ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ ଭାରତକୁ ୮ ୱିକେଟରେ ପରାସ୍ତ କରି ଏହି ଟାଇଟଲକୁ ଜିତିଛି। ବିଶ୍ୱ ଟେଷ୍ଟ ଚାମ୍ପିୟାନସିପରେ ଗତ ୨ ବର୍ଷ ଧରି ଚମ୍ପିୟାନ ଭାବରେ ଖେଳୁଥିବା ଭାରତ ଟାଇଟଲକୁ ହାସିଲ କରିବାରେ ବିଫଳ ହୋଇଛି। ଆସନ୍ତୁ ଜାଣିବା ଦଳ କଣ ପାଇଁ ପରାଜୟ ହେଲା।

ଦ୍ୱିତୀୟ ଇନିଙ୍ଗ୍ସରେ ଓପନର ହେଲେ ଫେଲ:-

ଏହି ମହାମୁକାବିଲାର ପ୍ରଥମ ଇନିଙ୍ଗ୍ସରେ ଭାରତୀୟ ଦଳର ଓପନର ଭଲ ଆରମ୍ଭ କରିଥିଲେ। ରୋହିତ ଶର୍ମା ଓ ଶୁଭମନ ଗିଲ ପ୍ରଥମ ଓ୍ୱିକେଟ ସାହାଯ୍ୟରେ ଏକ ଅର୍ଦ୍ଧଶତକୀୟ ଇନିଙ୍ଗ୍ସ ଖେଳିଥିଲେ। ରୋହିତ ଏଥିରେ ୩୪ ରନ କରିଥିବା ବେଳେ ଗିଲ ଏଥିରେ ୨୮ ରନ କରିଥିଲେ। କିନ୍ତୁ ଦ୍ୱିତୀୟ ଇନିଂସ ବେଳକୁ ଦଳର ପ୍ରଥମ ୱିକେଟ ୨୪ ରନରେ ଯାଇଥିଲା। ଗିଲ ୮ ରନ କରି ଆଉଟ ହୋଇ ଯାଇଥିଲେ। ସେହିପରି ରୋହିତ ମଧ୍ୟ ୩୦ରନ କରିଥିଲେ ତାପରେ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ଉଭୟ ଶୀଘ୍ର ଆଉଟ ହୋଇଯିବା କାରଣରୁ ମଧ୍ୟକ୍ରମ ଉପରେ ଅଧିକ ଚାପ ପଡିଥିଲା।

ବଡ ମ୍ୟାଚରେ ବ୍ୟାଟ୍ସମ୍ୟାନ ହେଲେ ବିଫଳ:-

ଫାଇନାଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନମାନେ ଅଧିକ ରନ କରିବେ ବୋଲି ସମସ୍ତେ ଆଶା କରନ୍ତି। ଦଳ ପାଖରେ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ଯା ରାହାଣେଙ୍କ ଭଳି ବ୍ୟାଟ୍ସମ୍ୟାନ ଅଛନ୍ତି, କିନ୍ତୁ ଏହି ଖେଳାଳି ସମସ୍ତ ଫ୍ଲପ ହୋଇଥିଲେ। ବଡ ଇନିଙ୍ଗ୍ସ କେହି ମଧ୍ୟ ଖେଳିନାହାନ୍ତି।

ଜାଡେଜା ମଧ୍ୟ ହେଲେ ବିଫଳ:-

ରବୀନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ ମଧ୍ୟ ପ୍ରଥମ ଇନିଙ୍ଗ୍ସରେ ୧୫ ଓ ଦ୍ୱିତୀୟ ଇନିଙ୍ଗ୍ସରେ ୧୬ ରନ କରିଥିଲେ। ମ୍ୟାଚରେ ମାତ୍ର ଗୋଟିଏ ୱିକେଟ ନେଇଥିଲେ।

ବୋଲରମାନଙ୍କର ନୈରାଶ୍ୟଜନକ ପ୍ରଦର୍ଶନ:-

ଇଶାନ୍ତ ଶର୍ମା, ମହମ୍ମଦ ସାମି ପ୍ରଥମ ଇନିଙ୍ଗ୍ସରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଜସପ୍ରିତ ବୁମରାହ ସମ୍ପୂର୍ଣ୍ଣ ରୂପରେ ବିଫଳ ହୋଇଥିଲେ। ସେ ଗୋଟିଏ ହେଲେ ବି ୱିକେଟ ନେଇନଥିଲେ। ସାମି ପ୍ରଥମ ଇନିଙ୍ଗ୍ସରେ ୪ଟି ଓ ଇଶାନ୍ତ ଶର୍ମା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *