ସୁନାର ମାସ୍କ ପିନ୍ଧିବା ପାଇଁ ଖର୍ଚ୍ଚ କରିଦେଲେ ଏତେ ଲକ୍ଷ ଟଙ୍କା, ଲୋକମାନେ ହେଲେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଉତ୍ତରପ୍ରଦେଶର ବାପ୍ପୀ ଲାହିଡି ନାମକ ପ୍ରସିଦ୍ଧ କାନପୁରର ଏହି ବ୍ୟକ୍ତି ନିଜ ପାଇଁ ଏକ ସୁନାର ମାସ୍କ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ମନୋଜ ସେଙ୍ଗର, ଯାହାଙ୍କୁ ‘ମନୋଜାନନ୍ଦ ମହାରାଜ’ଙ୍କ ନାମରେ ମଧ୍ୟ ଜଣାଶୁଣା। ସେ ସୁନାର ମାସ୍କ ତିଆରି କରିବା ପାଇଁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କ ମୁତାବିକ, ମାସ୍କ ଭିତରେ ସାନିଟାଇଜରର ସମାଧାନ ଅଛି ଯାହାକି ୩୬ମାସ ପର୍ଯ୍ଯନ୍ତ କାମ କରିଥାଏ। ସେ ଏହାକୁ ‘ଶିବ ଶରଣ ମାସ୍କ’ ନାମ ଦେଇଛନ୍ତି।

ଉତ୍ତରପ୍ରଦେଶର ବାପ୍ପୀ ଲାହିଡି କୁହାଯାଏ:-

ବାପ୍ପୀ ଲାହିଡିଙ୍କ ପରି ମନୋଜଙ୍କୁ ମଧ୍ୟ ସୁନାର ବହୁତ ସଉକ ଅଛି। ଏସଆର ଚାରୋଟି ସୁନାର ଚେନ ପିନ୍ଧନ୍ତି, ଯାହାର ଓଜନ ପାଖାପାଖି ୨୫୦ ଗ୍ରାମ ଅଟେ। ତାଙ୍କ ପାଖରେ ଏକ ଶଙ୍ଖ, ମାଛ ଓ ଭଗବାନ ହନୁମାନଙ୍କର ଲକେଟ ମଧ୍ୟ ଅଛି। ସବୁଗୁଡିକ ସୁନାରେ ତିଆରି ହୋଇଛି। ମନୋଜ ଆଜି ମଧ୍ୟ ପାଖାପାଖି ଦୁଇ କିଲୋ ଓଜନର ସୁନାର ଆଭୂଷଣ ପିନ୍ଧନ୍ତି।

ଶରୀରରେ ଦୁଇ କିଲୋ ପର୍ଯ୍ୟନ୍ତ ଶୁଣା:-

ଏହା ବ୍ଯତୀତ ତାଙ୍କ ପାଖରେ ଏକ ସୁନାର ଇୟରରିଙ୍ଗ, ରିବଳବର ପାଇଁ ସୁନାର କଭର ଓ ତିନୋଟି ସୁନାର ବେଲ୍ଟ ଅଛି। ତାଙ୍କୁ କାନପୁରର ‘ସୁନାର ବାବା’ କୁହାଯାଏ। ମନୋଜ କହିଲେକି ସୁନା ପାଇଁ ତାଙ୍କୁ ଅସମାଜିକ ତତ୍ଵରୁ ତାଙ୍କୁ ଧମକ ଆଦି ମିଳିଥାଏ। ସେ କହିଲେ,’ମୁଁ ସମସ୍ତଙ୍କ ଠାରୁ ସାବଧାନ ଅବଲମ୍ବନ କରେ ଓ ମୋ ପାଖରେ ସର୍ବଦା ମୋର ରକ୍ଷା ପାଇଁ ଦୁଇଜଣ ସଶସ୍ତ୍ର ଅଙ୍ଗରକ୍ଷକ ଅଛନ୍ତି।’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *