ଆପଣଙ୍କର ଚାକିରୀ ଚାଲିଯାଇଛି କି ? ତା ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ESIC ତରଫରୁ ଆପଣଙ୍କୁ ମିଳିବ ବେରୋଜଗାରୀ ଭତ୍ତା,ଜାଣନ୍ତୁ କେମିତି ?

କରୋନା ସମୟରେ ବହୁତ ଲୋକଙ୍କ ଚାକିରୀ ଚାଲିଯାଇଛି। CMIE ରିପୋର୍ଟ ଅନୁସାରେ, ଭାରତରେ 21 ଜୁନ ପର୍ଯ୍ୟନ୍ତ ଆଭରେଜ ବେରୋଜଗାରୀ ଦର 10.6 ପ୍ରତିଶତରେ ରହିଛି। ଜୁନ 7 ତାରିଖରେ ବେରୋଜଗାରୀ 12.99 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବିଗତ ଦୁଇସପ୍ତାହରେ କିଛି ଅଭାବ ଦେଖାଦେଇଥିଲା। ଯଦି ବେରୋଜଗାରୀଦେଶବ୍ୟାପୀ ସାରା କରିବା ତାହେଲେ ଲକଡ଼ାଉନ ସମୟରେ ଏହା 24 ପ୍ରତିଶତ ପର୍ଯ୍ୟନ୍ତ ଚାଲି ଯାଇଥିଲା। ଯଦି ଆପଣ ବେରୋଜଗାର ହୋଇଯାଇଛନ୍ତି ତାହେଲେ ବିଚଳିତ ହୁଅନ୍ତୁ ନାହିଁ। ESIC ସ୍କିମ ମୁତାବିକ ଆପଣଙ୍କୁ ବେରୋଜଗାର ଭତ୍ତା ମିଳିବ।

କଣ ଅଟେ RGSKY:-

ଏହି ସ୍କିମ ହେଉଛି ରାଜୀବ ଗାନ୍ଧୀ ଶ୍ରମିକ କଲ୍ୟାଣ ଯୋଜନା। 2005 ମସିହାରେ ବେରୋଜଗାରୀ ଭତ୍ତା ଦେଉଥିବା ଏହି ସ୍କିମ ଚାଲୁଛି। ଏଥିରେ ଯଦି କୌଣସି ବ୍ୟକ୍ତିଙ୍କ ‘ବ୍ୟକ୍ତି ଏମ୍ପ୍ଲାଇ ଷ୍ଟେଟ ଇନ୍ସୁରାନ୍ସ ସ୍କିମ’ ଅନ୍ତର୍ଗତ କଭର ହୁଏ ତ ତାଙ୍କୁ ବେରୋଜଗାର ହେବାରେ ଆର୍ଥିକ ସାହାର୍ଯ୍ୟ ଦିଆଯାଏ। ଏହାମଧ୍ୟରେ ଆର୍ଥିକ ସହାୟତା ରୂପରେ ବ୍ୟକ୍ତିଙ୍କ ଆୟର 50 ପ୍ରତିଶତ ମୂଲ୍ୟ ବେରୋଜଗାର ଭତ୍ତା ରୂପରେ ଦିଆଯାଇଥାଏ। ଆପଣଙ୍କୁ ଜଣାଇଦେଉଛୁ କି, ଏହି ସହାୟତା ଅଧିକତମ 2ବର୍ଷ ପାଇଁ ଦିଆଯାଇଥାଏ।

ଏହା ହେଉଛି ଜରୁରୀ ସର୍ତ:-

ଏହି ସ୍କିମ ଜରିଆରେ ମିଳୁଥିବା ବେରୋଜଗାର ଭତ୍ତା ସହିତ କିଛି ସର୍ତ ମଧ୍ୟ ରହିଛି। ଯଦି ବ୍ୟକ୍ତି ସେହି ଶେରୋନ ଉପରେ ଥିବ ତାହେଲେ ଏହି ଭତ୍ତା ମିଳିବ। ଆସନ୍ତୁ ଜାଣିବା ଏହି ସର୍ତ୍ତ ବିଷୟରେ।

1. କେନ୍ଦ୍ରୀୟ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଚାଲୁଥିବା ESIC ସ୍କିମ ଅନ୍ତର୍ଗତ ରାଜୀବ ଗାନ୍ଧୀ ଶ୍ରମିକ କଲ୍ୟାଣ ଯୋଜନା ର ଫାଇଦା ଆପଣଙ୍କୁ ମିଳିଥାଏ।

2. ESIC ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ଦେଇ କହିଥିଲା କି, ଯେକୌଣସି ସମୟରେ ଏହାର ଲାଭ ଉପଭୋକ୍ତା ଉଠାଇପାରିବେ।

3. ID ଆକ୍ଟ ଅନ୍ତର୍ଗତ, ESIC ରେ ରହିଥିବା ବ୍ୟକ୍ତି ଯଦି ଚାକିରୀ ହରାଇଛି କିମ୍ବା ବେରୋଜଗାର ରହିଛି ତାହେଲେ ତାଙ୍କୁ ଏହି ଭତ୍ତା ଦିଆଯିବ।

4. ଏହି ବ୍ୟକ୍ତିଙ୍କୁ ବ୍ରାଞ୍ଚ ଅଫିସରେ ଏହି ଭତ୍ତାର ଫାଇଦା ଉଠାଇବା ପାଇଁ ଆବେଦନ କରିବାକୁ ହେବ। ବ୍ରାଞ୍ଚ ଅଫିସ ପ୍ରଥମେ ଏହାର ଯାଞ୍ଚ କରିବାପରେ SRO ଏବଂ RO କୁ ଆବେଦନ ଫରୱାର୍ଡ କରିଥାଏ। ଏହାପରେ ବ୍ୟକ୍ତିଙ୍କୁ ଭତ୍ତା ମିଳିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *