ଅନୁଭବଙ୍କ ଅସନ୍ତୋଷ : ମଧ୍ୟସ୍ଥତା କେନ୍ଦ୍ରକୁ ବର୍ଷା ଆସିଲେ ନାହି,ଅନୁଭବ ଆସି ଫେରିଗଲେ,ଜାଣନ୍ତୁ ବର୍ଷାକୁ ନେଇ କଣ କଣ କହିଲେ ଅନୁଭବ ?

କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଅଭିନେତାରୁ ନେତା ହୋଇଥିଲେ। ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ ବିବାଦ ଦିନକୁ ଦିନ ବଢି ଜଟିଳ ହେବାରେ ଲାଗିଛି। ଅଭିନେତ୍ରୀ ପତ୍ନୀ ବର୍ଷା ମଧ୍ୟସ୍ଥ କେନ୍ଦ୍ରକୁ ଆସିନାହାନ୍ତି। ଅନୁଭବ ସେ ସମ୍ବନ୍ଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନୁଭବ କହିଲେ ବର୍ଷା ବାରମ୍ବାର ନୋଟିସ ପାଇବା ସତ୍ତ୍ୱେ ବର୍ଷା ଆସୁନଥିଲେ।

ଅନୁଭବ କହିଛନ୍ତିଯେ-“ମୁଁ ଗତକାଲି ଆସିଥିଲି। ହେଲେ ସେ ଆସି ନଥିଲେ। ଆଜି ମଧ୍ୟ ଆସିଥିଲି। କିନ୍ତୁ ସେ ଆସିଲେନି। ସୋସିଆଲ ମିଡିଆ ପାଇଁ ସମୟ ପାଉଛନ୍ତି। କିନ୍ତୁ କୋର୍ଟକୁ ଆସିବା ପାଇଁ ସମୟ ନାହିଁ। ସେ ଜାଣିଶୁଣି ମାମଲାକୁ ଶେଷ କରିବାକୁ ଚାହୁଁନାହାନ୍ତି।”

ସେ ଆହୁରି କହିଛନ୍ତିକି “ମୁଁ ଆରମ୍ଭରୁ କହିଥିଲି ଏହା ଘରୋଇ ମାମଲା। ସେ ବାହାରେ କେଉଁଠି କିଛି କହିବାକୁ ଚାହୁଁନଥିଲି। କିନ୍ତୁ ବାଧ୍ୟ ହେଉଛି କିଛି କଥା କହିବା ପାଇଁ। ଦିଲ୍ଲୀରେ ମୁଁ ଛାଡ଼ପତ୍ର ପାଇଁ ଏକ ମାମଲା ରୁଜ୍ଜୁ କରିଥିଲି। ବର୍ଷା ତା’ପରେ ମୋ’ ବିରୋଧରେ ଦୁଇଟି ମାମଲା କରିଥିଲେ। ଠିକ ଅଛି ସେ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ। ମୋର ସେଥିରେ କିଛି କହିବାର ନାହିଁ। ଏଥିରେ ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଗୋଟିଏ କଥା ବୁଝି ପାରୁନାହିଁ, ତାଙ୍କର ସବୁ ପିଟିସନ ଉପରେ ବାରମ୍ୱାର ଉତ୍ତର କରିଲେଣି। କିନ୍ତୁ ରିପ୍ଲାଏ ରିସିଭ କରିବା ପାଇଁ କେହି ଆସୁନାହାନ୍ତି।”

ମାତ୍ର ଏ ବିଷୟରେ ବର୍ଷାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ଅନୁଭବ ପୂର୍ବରୁ ମଧ୍ୟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିବା ବର୍ଷା ଅଭିଯୋଗ କରିଥିଲେ। ବର୍ତ୍ତମାନ ଅନୁଭବ ଆସୁଛନ୍ତି। କିନ୍ତୁ ବର୍ଷା ଆସୁନାହିଁ। ଯାହା ବିଷୟରେ ଅନୁଭବ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନୁଭବ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ପତ୍ନୀ ବର୍ଷା ମୁହଁ ଖୋଲିଥିଲେ। ତାଙ୍କର ସ୍ୱାମୀ ନିର୍ଯାତନା ଦେଉଥିବାର ବର୍ଷା ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *