WTC ଫାଇନାଲ: ପଞ୍ଚମ ଦିନରେ ଯଶପ୍ରୀତ ବୁମରା କରିଦେଲେ ଗଡ଼ବଡ଼,ଅଚାନକ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଲା,ଜାଣନ୍ତୁ କାରଣ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ବଡ଼ ମ୍ୟାଚର ଚତୁର୍ଥ ଦିନ ସମ୍ପୂର୍ଣ୍ଣ ବର୍ଷାରେ ଧୋଇ ଯାଇଥିବାବେଳେ ପଞ୍ଚମ ଦିନର ଖେଳ ହୋଇଥିଲା। ନ୍ୟୁଜିଲାଣ୍ଡ ଦଳ 101 ରନରେ 2ଟି ଉଇକେଟ ସହିତ ଖେଳ ଆରମ୍ଭ କରିଥିଲା। ପଞ୍ଚମ ଦିନର ପ୍ରଥମ ଓଭର ଷ୍ଟାର ବୋଲର ଯଶପ୍ରୀତ ବୁମରା ପକାଇବାକୁ ଆସିଲେ।

WTC ଫାଇନାଲ ମ୍ୟାଚର ପଞ୍ଚମ ଦିନରେ ଯଶପ୍ରୀତ ବୁମରାଙ୍କ ଦ୍ଵାରା ଏକ ଭୁଲ ହୋଇଗଲା। ବୁମରା WTC ଫାଇନାଲ ଜର୍ସି ପିନ୍ଧିବା ବଦଳରେ ପୁରୁଣା ଜର୍ସି ପିନ୍ଧି ଚାଲିଆସିଲେ। ବୁମରା ଏହି ପୁରୁଣା ଡ୍ରେସ ପିନ୍ଧି ପ୍ରଥମ ଓଭର ପକାଇ ଦେଇଥିଲେ ଓ ଏହାପରେ ତୁରନ୍ତ ମୈଦାନ ବାହାରକୁ ଯାଇ ଜର୍ସି ବଦଳାଇ ଦେଇଥିଲେ।

ଫୋଟୋ ହେଉଛି ଭାଇରାଲ:-

ବୁମରାଙ୍କ ପୁରୁଣା ଜର୍ସିର ଫୋଟୋ ଜୋରଦାର ଭାଇରାଲ ହୋଇଛି। ବୁମରାଙ୍କ ଏହି ଭୁଲ ପାଇଁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର ପାତ୍ର ହୋଇରହିଛନ୍ତି। ବୁମରାଙ୍କ ଏହି ଭୁଲ ପାଇଁ ଲୋକଙ୍କୁ ମଜା ନେବାର ଏକ ମୌକା ମିଳିଯାଇଛି।

ବର୍ଷା ହେଲା ଭିଲିଆନ:-

WTC ଫାଇନାଲରେ ଏପର୍ଯ୍ୟନ୍ତ ବର୍ଷା ଭିଲିଆନ ରୋଲ ନିଭାଉଛି। ପ୍ରଥମ ଦିନରେ ବର୍ଷା ହେବାପରେ ପରବର୍ତ୍ତୀ ଦୁଇଟି ମ୍ୟାଚ ହେବାପରେ ପୁଣି ଚତୁର୍ଥ ଦିନର ଖେଳକୁ ବର୍ଷା ଧୋଇନେଇଛି। ପ୍ରଥମ ପାଳିରେ ଭାରତୀୟ ଦଳ 217 ରନ କରି ସମାପ୍ତ ହୋଇଯାଇଥିଲା। ଟିମ ଇଣ୍ଡିଆ ତରଫରୁ ଆଜିଙ୍କ୍ୟ ରାହାଣେ 49 ଓ ବିରାଟ କୋହଲି 44 ରନର ପାଳି ଖେଳିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *