ଦେଖନ୍ତୁ ଭିଡ଼ିଓ : ୨୦ ଟଙ୍କାରେ ପେଟ୍ରୋଲ ଭରିବା ପାଇଁ ପହଞ୍ଚିଲେ ଯୁବତୀ, ମିଳିଲା ଏପରି ଜବାବ

ସୋସିଆଲ ମିଡିଆରେ ତ ମଜାଳିଆ ଭିଡିଓ ସେୟାର ହେବା ଭିଡ଼ ଲାଗିଥାଏ | କିନ୍ତୁ କିଛି ଭିଡିଓ ଏପରି ହୋଇଥାଏ, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ | ଏହି ଭିଡିଓଗୁଡ଼ିକରେ ମଜାଳିଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ | କେବଳ ଏତିକି ନୁହେଁ, କିଛି ଲୋକ ତ ବର୍ତ୍ତମାନ ପ୍ରସଙ୍ଗ ଉପରେ ମଧ୍ୟ ଏପରି ଭିଡିଓ ତିଆରି କରନ୍ତି, ଯାହା ମୁଣ୍ଡ ଖରାପ କରିଦିଏ | ଏପରି ଏକ ଭିଡିଓ ଆଜିକାଲି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ଏହି ଭିଡିଓରେ ଗୋଟିଏ ଝିଅ ଗାଡ଼ିରେ ପେଟ୍ରୋଲ ଭରିବାପାଇଁ ପେଟ୍ରୋଲ ପମ୍ପକୁ ଯାନ୍ତି | ତାପରେ ତାଙ୍କ ସହ ଯାହା ହେଲା, ଭିଡିଓ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ |

ଆଜିକାଲି ଦେଶରେ ମହଙ୍ଗାର କି ଅବସ୍ଥା ରହିଛି, ଏ ବିଷୟରେ ଆମ ସମସ୍ତଙ୍କୁ ଜଣ ଅଛି | ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ତ ଆକାଶଛୁଆଁ ହୋଇଯାଇଛି | ଏପରି ପରିସ୍ଥିତିରେ ଲୋକମାନେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ଗୋଟିଏ ପରେ ଗୋଟିଏ ମଜାଳିଆ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି | ଏହି ଭିଡିଓରେ ମଧ୍ୟ ଆପଣଙ୍କୁ ଏପରି କିଛି ଦେଖିବାକୁ ମିଳିବ | ଜଣେ ଯୁବତୀ ସ୍କୁଟିରେ ପେଟ୍ରୋଲ ଭରିବାପାଇଁ ପେଟ୍ରୋଲ ପମ୍ପକୁ ଯାନ୍ତି ଏବଂ କହୁଛନ୍ତି ୨୦ ଟଙ୍କାରେ ପେଟ୍ରୋଲ ଦିଅ | ପେଟ୍ରୋଲ ଭରୁଥିବା ଲୋକଙ୍କୁ ଲାଗିଲା ଯେ ସେ ୨୦୦ ଟଙ୍କା କହୁଛନ୍ତି | କିନ୍ତୁ ଯୁବତିଜଣକ କହୁଛନ୍ତି କେବଳ ୨୦ ଟଙ୍କାର ପେଟ୍ରୋଲ ଦରକାର | ଯାହା ଉପରେ ପେଟ୍ରୋଲ ପମ୍ପରେ କାମ କରୁଥିବା ବ୍ୟକ୍ତି ରାଗିଯାଇ ଏବଂ ବହୁତ ମଜାଳିଆ ଜବାବ ଦିଏ |

ଦେଖନ୍ତୁ ଭିଡିଓ :-

ଭିଡିଓ ଦେଖିବାପରେ ଆପଣଙ୍କୁ ମଧ୍ୟ ନିଶ୍ଚିତ ଭାବେ ମଜା ଲାଗିଥିବ | ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘jaat_k_jokes’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରଲ ହେଉଛି | ଖବର ରୂପରେ ଏହି ଭିଡିଓକୁ ଲେଖିବା ବେଳକୁ ୫୬ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସେହିପରି ଏହି ଭିଡିଓ ଉପରେ ମଜା ନେଇ ୟୁଜରମାନେ ବହୁତ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *