ଦେଖନ୍ତୁ ଭିଡିଓ : ମାସ୍କ ନ ପିନ୍ଧିଥିବା ଲୋକମାନଙ୍କୁ କଠୋର ଦ-ଣ୍ଡ ଦେଉଛି ଏହି ମେସିନ, ଲୋକେ କହିଲେ – ଭାରତରେ ଏହାର ସବୁଠାରୁ ଅଧିକ ଆବଶ୍ୟକ

କରୋନାର ଦ୍ୱିତୀୟ ଲହର କାରଣରୁ ଭାରତରେ ଧ୍ୱଂସର ଦୃଶ୍ୟ ଦେଖିବାକୁ ମିଳିଲା | ଅନେକ ଲୋକ କରୋନା କାରଣରୁ ନିଜ ପ୍ରିୟଃଲୋକମାନଙ୍କୁ ସବୁଦିନପାଇଁ ହରାଇଲେ | କରୋନାର ବିପଦରୁ ସୁରକ୍ଷିତ ରହିବାପାଇଁ ଭାରତ ସରକାର ଆରମ୍ଭରୁ ହିଁ ଅନେକ ନିୟମ ତିଆରି କରିଛନ୍ତି ଏବଂ ସେଗୁଡିକୁ ପାଳନ କରିବାପାଇଁ ଲୋକମାନଙ୍କୁ ନିବେଦନ କରି ଆସୁଛନ୍ତି | କିନ୍ତୁ ତଥାପି ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିୟମ ପାଳନ କରୁନାହାନ୍ତି | ଲକ ଡାଉନ ସମୟରେ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି, ଯେତେବେଳେ କି ଲୋକମାନେ କରୋନା ନିୟମକୁ ପାଳନ କରୁନଥିଲେ | ଏପରି ପରିସ୍ଥିତିରେ ବର୍ତ୍ତମାନ ଶିଳ୍ପପତି ହର୍ଷ ଗୋଏଙ୍କା ଏକ ଖାସ ଆଇଡ଼ିଆ ନେଇ ଆସିଛନ୍ତି, ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ କେହି ବି କରୋନା ନିୟମକୁ ଭାଙ୍ଗିବେନାହିଁ |

ହର୍ଷ ଗୋଏଙ୍କା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ମେସିନ ଏହା ସୁନିଶ୍ଚିତ କରେ ଯେ କେହି ବି କରୋନା ନିୟମକୁ ଭାଙ୍ଗିପାରିବେ ନାହିଁ | ହର୍ଷ ଗୋଏଙ୍କା ଚାହୁଁଛନ୍ତି ଯେ ଏହି ମେସିନକୁ ସବୁ କ୍ରସିଂରେ ଲଗାଯାଉ |

ଭିଡିଓରେ ଆପଣ ଦେଖିପାରିବେ ଯେ ଦୁଇଜଣ ପିଲା ସାମ୍ନାରୁ ଚାଲି ଚାଲି ଆସୁଛନ୍ତି | ଆଗରେ ଆସୁଥିବା ପିଲା ମାସ୍କ ପିନ୍ଧିଛନ୍ତି ଏବଂ ପଛରେ ଆସୁଥିବା ପିଲା ମାସ୍କ ନ ପିନ୍ଧି ଆସୁଛନ୍ତି |

ଦୁଇ ପିଲା ଯେତେବେଳେ ଟିକେ ଆଗକୁ ବଢନ୍ତି, ସେଠାରେ ଏକ ମେସିନ ଲାଗିଥାଏ | ଏହି ମେସିନ ସେହି ପିଲାକୁ ତ ଯିବାକୁ ଦିଏ, ଯିଏ କି ମାସ୍କ ପିନ୍ଧିଥିଲା | କିନ୍ତୁ ଯେଉଁ ପିଲା ମାସ୍କ ନ ପିନ୍ଧି ଆସୁଥିଲା, ମେସିନ ସେ ଆସିବାମାତ୍ରେ ହିଁ ରାସ୍ତା ବ୍ଲକ କରିଦିଏ କିମ୍ବା ବନ୍ଦ କରିଦିଏ ଏବଂ ଜୋରରେ ତା ମୁଣ୍ଡରେ ପିଟି ଦ-ଣ୍ଡ ଦେଇଥାଏ |

ହର୍ଷ ଗୋଏଙ୍କା ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି , ‘ ଏହାକୁ ପ୍ରତ୍ୟେକ କ୍ରସିଂରେ ଲଗାଯାଉ ବୋଲି ପରାମର୍ଶ ଦେଉଛି ” |

୧୧ ସେକେଣ୍ଡର ଏହି ଭିଡିଓରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଭ୍ୟୁ ଆସିସାରିଛି | ଭିଡ଼ିଓଟିକୁ ହର୍ଷ ଗୋଏଙ୍କାଙ୍କ ପୂର୍ବରୁ ଆଉ ଜଣେ ଟ୍ୱିଟର ୟୁଜର ଡକ୍ଟର ଶକ୍ତି ଚୌହାନ ସେୟାର କରିଥିଲେ |

ଲୋକମାନେ ଏହି ଆଇଡ଼ିଆକୁ ବହୁତ ପ୍ରଶଂସା କରୁଛନ୍ତି | ଜଣେ ୟୁଜର କମେଣ୍ଟ କରିଛନ୍ତି, ଭାରତକୁ ଏହାର ବେଶୀ ଆବଶ୍ୟକତା ରହିଛି | ଆଉ ଜଣେ ୟୁଜର ଲେଖିଛନ୍ତି, ମାସ୍କ ପିନ୍ଧୁନଥିବା ଲୋକଙ୍କୁ ଏହି ଚିକିତ୍ସା ଦରକାର |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.