ଏକାଥରକେ ୧୦ଟି ଛୁଆକୁ ଜନ୍ମ କରିବା ଦାବି କରି ଚର୍ଚ୍ଚାକୁ ଆସିଥିବା ଫେରାର ମହିଳା ମିଳିଗଲେ,ପାଗଳଖାନାରେ ଥିଲେ

ମହିଳା ଜଣକ ଏକାବେଳେ ୧୦ଟି ଛୁଆଙ୍କୁ ଜନ୍ମ କରିଥିବା ଦାବି କରି ଚର୍ଚ୍ଚା ଘେରକୁ ଆସିଥିଲେ। ଦୁଇଦିନ ପରେ ଯେତେବେଳେ ପିଲା ମାନଙ୍କର ପିତା ମାମଲାକୁ ଛାଡ଼ି ଦେଇଥିଲେ, ସେହିପରି ମହିଳା ମଧ୍ୟ ଗାୟବ ହୋଇଯାଇଥିଲେ। ବର୍ତ୍ତମାନ ତାଙ୍କୁ ପାଗଳଖାନାରେ ଖୋଜା ଯାଉଛି।

ଏକାଥରେ ୧୦ଟି ଛୁଆକୁ ଜନ୍ମ ଦେଇଥିବା ଦାବିକରି ଚର୍ଚ୍ଚାକୁ ଆସିଥିବା କପଲ ବର୍ତ୍ତମାନ ଏକ ନୂଆ କଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଜନ୍ମ ଦେବାର ଦୁଇଦିନ ପରେ ମହିଳାଙ୍କ ପତି କହିଥିଲେ ଏହି ଛୁଆ ସବୁ ମୋର ନୁହେଁ। ଏହାପରେ ମହିଳା ଜଣକ ମଧ୍ୟ ଦକ୍ଷିଣ ଆଫ୍ରିକାର ଏକ ପାଗଳଖାନାରେ ରହିଛନ୍ତି।

37 ବର୍ଷର ଏହି ମହିଳା ଗୋସିୟମି ସିଟହୋଲ ଏହିସମୟରେ ଟେମ୍ବିଆ ହସ୍ପିଟାଲରେ ମାନସିକ ରୋଗର ଚିକିତ୍ସା ପାଇଁ ୱାର୍ଡରେ ରହିଥିଲେ। ତାଙ୍କର ଓକିଲ ଙ୍କ କହିବାର ହେଲା ତାଙ୍କୁ ତାଙ୍କର ବିନା ଅନୁମତିରେ ସେଠାରେ ରଖାଯାଇଛି। ମହିଳା କାହାକୁ କହିବାକୁ ଚାହାଁନ୍ତି ନାହିଁ କି, ତାଙ୍କର ପିଲା କୋଉଠି ରହିଛନ୍ତି। ତାଙ୍କୁ ପୋଲିସ ଜୋହାନ୍ସବର୍ଗ ତାଙ୍କର ଏକ ସମ୍ପର୍କୀୟଙ୍କ ଘରୁ ଧରିଥିଲେ। ଏହାପରେ କିଛି ସାମାଜିକ କର୍ତା ତାଙ୍କୁ ମାନସିକ ରୋଗ ହସ୍ପିଟାଲରେ ପହଞ୍ଚାଇଥିଲେ। ପୋ-ଲି-ସ ତାଙ୍କୁ ତାଙ୍କର ଏକ ସମ୍ପର୍କୀୟଙ୍କ ଅ-ଭି-ଯୋ-ଗ-ରେ ଧରିଥିଲେ।

ଓକିଲ କହିଲେ ପାଗଳଖାନାର ଆବଶ୍ୟକ ନାହିଁ:-

ଗୋସିୟମି ସିଟହୋଲଙ୍କ ଓକିଲ ରିଫାଇଲୋ ମୋକଏନା କହିଲେ କି, ସେ ତାଙ୍କର ମୁକୁଳିବା ପାଇଁ କୋର୍ଟରେ ଅଭିଯୋଗ କରିଛନ୍ତି। ସେ କହିଥିଲେ ଗୋସିୟମିଙ୍କୁ ସେଠାରେ ରଖିବାର ଆବଶ୍ୟକ ନାହିଁ। ସେ ଆ-ରୋ-ପ ଆଣିଥିଲେ ତାଙ୍କୁ ସେଠାରେ ଟର୍ଚ୍ଚର କରାଯାଉଛି ଓ ତାଙ୍କ ବି-ରୋ-ଧ-ରେ କିଛି ଲୋକ ପ୍ରଦର୍ଶନ କରୁଛନ୍ତି।

ମହିଳା ଜଣକ ପିଲା ମାନଙ୍କ ପିତାଙ୍କ ଉପରେ ଲଗାଇଲେ ସଙ୍ଗୀନ ଆ-ରୋ-ପ:-

ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିବା ଏହି ମହିଳା ଜଣକ ନିଜ ଛୁଆଙ୍କର ଲୋକେସନ ଏଯାଏଁ କହୁନାହାଁନ୍ତି। ସେ ଖାଲି କହୁଛନ୍ତି ତାଙ୍କର ପତି ଏହି ଖବର ଜରିଆରେ କୋଟିପତି ହେବାକୁ ଚାହୁଁଥିଲେ। ନିଜର ବୟଫ୍ରେଣ୍ଡ ତସ୍ତେସିଙ୍କ ବିଷୟରେ ସେ କହିଥିଲେ କି, ତାଙ୍କୁ ପିଲା ମାନଙ୍କର ନୁହେଁ ବରଂ ଦୁନିଆ ସାରା ଆସୁଥିବା ଡୋନେସନର ଚିନ୍ତା ଥିଲା। ସେ କହିଥିଲେ, ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ ତାଙ୍କ ଛୁଆଙ୍କ ବିଷୟରେ ଜାଣିବାକୁ। ସେ କହିଥିଲେ ସେ ସମୟ ନେବେ ଓ ନିଜପାଇଁ ଯାହା ଠିକ ଲାଗିବ ସେ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *