ଆଶ୍ଚର୍ଯ୍ୟଜନକ ଘଟଣା : ଆଇସିୟୁରେ ଥିବା ରୋଗୀଙ୍କ ଆଖିକୁ ମୂଷା ଖାଇଦେଲ

ମୂଷା ଖାଇଦେଲା ଆଖିକୁ। କଥାଟା ଶୁଣିକରି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ମହାରାଷ୍ଟ୍ରର ମୁମ୍ବାଇରେ ଏହିଭଳି କିଛି ଘଟଣା ଘଟିଛି। ମଙ୍ଗଳବାର ଦିନ ମୁମ୍ବାଇ ସ୍ଥିତ ରାଜ୍‌ୱାଡି ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କର ଆଖିକୁ ମୂଷା ଖାଇ ଦେଇଥିବାର ଅ-ଭିଯୋ-ଗ ହୋଇଛି। ସମ୍ପୃକ୍ତ ରୋଗୀଙ୍କ ଭଉଣୀ ଏ ବିଷୟରେ ଅଭିଯୋଗ ଆଣିଥିଲେ। ଏହା ସହ ଭାଇଙ୍କର ଆଖି କେଉଁଭଳି ଭାବରେ ନଷ୍ଟ ହୋଇଯାଇଛି ଏହାର ଫ‍ଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକି ବହୁତ ଭାଇରାଲ୍‌ ହେଉଛି। ବର୍ତ୍ତମାନ ସମ୍ପୃକ୍ତ ରୋଗୀଙ୍କୁ ଭେଣ୍ଟିଲେଟର ସାହାଯ୍ୟରେ ରଖାଯାଇଥିବାର ସୂଚନା ମିଳିଛି।

Google

ସମ୍ପୃକ୍ତ ରୋଗୀଙ୍କୁ ରବିବାର ଦିନ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଘଟଣାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରି କହିଛନ୍ତିଯେ, ସମ୍ପୃକ୍ତ ରୋଗୀଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇ ନାହିଁ। ପ୍ରକୃତରେ କେଉଁ କାରଣ ପାଇଁ ତାଙ୍କ ଆଖି ନଷ୍ଟ ହେଲା ତାହା ମଧ୍ୟ ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ।

ଘଟଣାଟି ଜଣାପଡ଼ିବା ପରେ ମୁମ୍ବାଇର ମେୟର ହସ୍ପିଟାଲ୍‌ ପରିଦର୍ଶନ କରିଛନ୍ତି ଓ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ରୋଗୀଙ୍କ ଭଉଣୀ ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ କହିଛନ୍ତିଯେ, ‘ମଙ୍ଗଳବାର ଦିନ ଭାଇଙ୍କ ଆଖିରେ ବ୍ୟାଣ୍ଡେଜ୍‌ ଲଗାଯାଇଥିବାର ଦେଖିବାକୁ ମିଳିଛି। ଓ ତାଙ୍କ ଆଖିରୁ ରକ୍ତ ମଧ୍ୟ ବାହାରୁ ଥିଲା।’

ତେବେ ଏହିପରି ଘଟଣା ପୁର୍ବରୁ ମଧ୍ୟ ଘଟିସାରିଛି, ୨୦୧୭ରେ ଏଭଳି କିଛି ଘଟଣା ଘଟିଥିଲା। କାନ୍ଦିଭାଲିରେ ଥିବା ଶତାବ୍ଦୀ ହସ୍ପିଟାଲ୍‌ରେ ୨ ଜଣ ରୋଗୀଙ୍କ ସହ ଏହିଭଳି କିଛି ଘଟଣା ଘଟିଥିଲା, ଏ ବିଷୟରେ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *