ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣିଂ

ରାଜ୍ୟରେ କିଛି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ରାଜ୍ୟର ୭ ଜିଲ୍ଲା କଟକ ଜିଲ୍ଲା,ଜଗତସିଂହପୁର ଜିଲ୍ଲା,କେନ୍ଦ୍ରାପଡ଼ା ଜିଲ୍ଲା,ଯାଜପୁର ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ପଞ୍ଜାବରୁ ହରିୟାଣା,ଉତ୍ତରପ୍ରଦେଶ,ବିହାର,ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଲମ୍ବିଥିବା ଟ୍ରଫ-ଲାଇନ ପ୍ରଭାବରେ ବର୍ଷା ହେଉଛି। ଆଉ ଏହା ସହିତ ଦକ୍ଷିଣ ବଙ୍ଗଳାଦେଶ ବା ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟର ପ୍ରଭାବ ପଡ଼ିଛି। ଯାହାଦ୍ୱାରା କି ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ମୌସୁମୀ ବର୍ଷା ଲାଗିରହିଛି। ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଜୁନ ମାସ ୨୨ ତାରିଖ ମଧ୍ୟରେ ଓଡ଼ିଶାରେ ୧୩୯ ଦଶମିକ ୫ ମିଲିମିଟର ବର୍ଷା ହେବାର ରେ-କ-ର୍ଡ କରାଯାଇଛି। ଯାହାଦ୍ବାରା ସ୍ୱାଭାବିକ ବର୍ଷାଠାରୁ ୨ ପ୍ରତିଶତ ଅଧିକ ରହିଛି। ଏହା ସହିତ ରାଜ୍ୟରେ ୮ ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି। ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ, ୬ ଜିଲ୍ଲାରେ ଅଧିକରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଥିବାର ରେ-କ-ର୍ଡ କରାଯାଇଛି। ଆଉ ଅନ୍ୟ ୧୪ ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *