ମହମ୍ମଦ ଶାମିଙ୍କ ବଡ଼ କାରନାମା, ICC ଫାଇନାଲରେ ଏମିତି କରିବାରେ ସେ ହୋଇଗଲେ ପ୍ରଥମ ଭାରତୀୟ

ଟିମ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି ଆଇସିସି ଟେଷ୍ଟ ବିଶ୍ୱକପ ଫାଇନାଲରେ ଏକ ବଡ଼ ରେକର୍ଡ଼ ନିଜ ନାମରେ କରିଛନ୍ତି। ମହମ୍ମଦ ଶାମି ଆଇସିସି ଫାଇନାଲ ପ୍ରଥମ ପାଳିରେ 4ଟି ଉଇକେଟ ନେଇ ଏକ ବଡ଼ ଉପଲବ୍ଧି ନିଜ ନାମରେ କରିଛନ୍ତି।

ICC ଫାଇନାଲରେ ଏହି ରେକର୍ଡ଼ ବନାଇବାରେ ଶାମି ହୋଇଗଲେ ପ୍ରଥମ ଭାରତୀୟ:-

ମହମ୍ମଦ ଶାମି ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଭାରତ ତରଫରୁ 4ଟି ଉଇକେଟ ନେଇ ପ୍ରଥମ ଭାରତୀୟ ଭାବରେ ଏହି କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ମହମ୍ମଦ ଶାମି ଏହି ମାମଲାରେ ମହିନ୍ଦର ଅମରନାଥ, ଜାହିର ଖାଁ, ଇରଫାନ ପଠାନ ଭଳି ପ୍ରମୁଖ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି। ମହିନ୍ଦର ଅମରନାଥ 1983 ବିଶ୍ୱକପ ଫାଇନାଲ ମ୍ୟାଚରେ 12 ରନଦେଇ 3ଟି ଉଇକେଟ ନେଇଥିଲେ।

ଇରଫାନ ପଠାନ ଓ ହରଭଜନ ସିଂହ ମଧ୍ୟ ପଛରେ ରହିଗଲେ:-

ଇରଫାନ ପଠାନ 2007 ମସିହାର t-20 ବିଶ୍ୱକପ ମ୍ୟାଚରେ 16 ରନ ଦେଇ 3ଟି ଉଇକେଟ ନେଇଥିଲେ। ଆରପି ସିଂହ ମଧ୍ୟ 2007 t-20 ବିଶ୍ୱକପ ଫାଇନାଲରେ 26 ରନ ଦେଇ 3ଟି ଉଇକେଟ ନେଇଥିଲେ। ଭାରତୀୟ ଦୃତ ବୋଲର ଭେଙ୍କଟେଶ ପ୍ରସାଦ ମଧ୍ୟ 2000 ମସିହାରେ ଆଇସିସି ଚମ୍ପିୟାନସିପ ଦିନିକିଆ ଫାଇନାଲରେ 27 ରନ ଦେଇ 3ଟି ଉଇକେଟ ନେଇଥିଲେ। ହରଭଜନ ସିଂହ 2002 ମସିହାର ଚମ୍ପିୟାନ୍ସ ଟ୍ରଫି ଫାଇନାଲରେ 27 ରନଦେଇ 3ଟି ଉଇକେଟ ନିଜ ନାମରେ କରିଥିଲେ।

ଶାମି ଏହିପରି ଭାବରେ କମାଲ କରିଥାନ୍ତି:-

ମଦନ ଲାଲ ମଧ୍ୟ 1983 ବିଶ୍ୱକପ ଫାଇନାଲ ମ୍ୟାଚରେ 31 ରନ ଦେଇ 3ଟି ଉଇକେଟ ନେଇଥିଲେ। ଭାରତୀୟ ଦୃତ ବୋଲର ଜାହିର ଖାଁ ମଧ୍ୟ 2011 ବିଶ୍ୱକପ ଫାଇନାଲ ମ୍ୟାଚରେ 44 ରନ ଦେଇ 3ଟି ଉଇକେୟ ନିଜ ନାମରେ କରିଥିଲେ। ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ଶାମି ରସ ଟେଲର, ବିଜେ ୱାଟଲିଂ, କାଇଲ ଯେମିସନ ଓ କଲିନ ଡ଼ି ଗ୍ରାଣ୍ଡହୋମଙ୍କୁ ଆଉଟ କରିଥିଲେ।

Leave a Reply

Your email address will not be published. Required fields are marked *