ମାଆର ସାହସକୁ ସଲାମ : ସାମ୍ନାକୁ ଅଜଗର ଆସିବାରୁ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଚିତାବାଘ କଲା ଏମିତି କିଛ,ଦେଖନ୍ତୁ ଭିଡ଼ିଓ

ମା ସବୁବେଳେ ମା ହିଁ ହୋଇଥାଏ | ସେ ମଣିଷର ପିଲା ହୋଇଥାଉ କିମ୍ବା ପଶୁର, ପ୍ରତ୍ୟେକ ମା ନିଜ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି | ମାଆର ଏହି ପ୍ରେମକୁ ଦେଖାଉଥିବା ପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି, ଫରକ କେବଳ ଏତିକି ଯେ ଏଠି ମା ଜଣେ ନାରୀ ନୁହେଁ, ଏକ ଚିତାବାଘ ଅଟେ | ପଶୁମାନଙ୍କ ସହିତ ଜଡିତ କଣ୍ଟେଣ୍ଟ ଇଣ୍ଟରନେଟରେ ସବୁଠାରୁ ଅଧିକ ଦେଖାଯାଉଥିବା କଣ୍ଟେଣ୍ଟ ମଧ୍ୟରୁ ଗୋଟିଏ ଅଟେ | ଏପରି ଏକ ଭାଇରଲ ଭିଡିଓରେ ଗୋଟିଏ ଚିତାବାଘ ନିଜ ପିଲାମାନଙ୍କୁ ଅଜଗରଠାରୁ ବଞ୍ଚାଇବାକୁ ଚେଷ୍ଟା କରୁଛି |

ଭାଇରଲ ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ସ୍ତ୍ରୀ ଚିତାବାଘ ନିଜ ପିଲାମାନଙ୍କ ସହିତ ଜଙ୍ଗଲରେ ବୁଲୁଛି, ଠିକ ସେତିକିବେଳେ ସେଠାକୁ ଏକ ଅଜଗର ଆସେ | ଯାହାକୁ ଦେଖି ଚିତାବାଘର ପିଲାମାନେ ଡରିଯାଇ ସେଠାରୁ ପଳାଇ ଯାଆନ୍ତି | ଏପରି ପରିସ୍ଥିତିରେ ନିଜ ପିଲାମାନଙ୍କର ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଚିତାବାଘ ଅଜଗର ସାମ୍ନାକୁ ଚାଲିଆସେ ଏବଂ ଅଜଗରକୁ ଡ଼ରାଇବା ପାଇଁ ଚେଷ୍ଟା କରେ | ପିଲାମାନଙ୍କ ସୁରକ୍ଷା ପାଇଁ ମା ନ ଡରି ଅଜଗର ସାମ୍ନାରେ ଠିଆ ହୋଇଯାଏ, ଯାହାଦ୍ୱାରା ସେ ତାର ପିଲାମାନଙ୍କୁ କୌଣସି କ୍ଷତି ପହଞ୍ଚାଇ ପାରିବନାହିଁ |

ଦେଖନ୍ତୁ ଭିଡିଓ :-

ଏହି ଆଶ୍ଚର୍ଯ୍ୟଜନକ ଭିଡିଓକୁ ଇନ୍ସଟାଗ୍ରାମରେ earthfocus ନାମକ ପେଜରେ ସେୟାର କରାଯାଇଛି | ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତି, ‘ ଗୋଟିଏ ମା ଚିତାବାଘ ଆଫ୍ରିକା ରକ ଅଜଗର ସହିତ ନିଜ ପିଲାମାନଙ୍କୁ ରକ୍ଷା କରିବାପାଇଁ ଚେଷ୍ଟା କରୁଛି’ | ଏହି ଭିଡିଓ ଲୋକମାନେ ଖୁବ ଭଲ ପାଉଛନ୍ତି | ଲୋକମାନେ ଏହି ଭିଡିଓ କ୍ଲିପକୁ କେବଳ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ଦେଉଛନ୍ତି | ସ୍ତ୍ରୀ ଚିତାବାଘ ଏହି କଥାକୁ ବିଲକୁଲ ସତ ବୋଲି ପ୍ରମାଣିତ କରିଦେଲା ଯେ ଗୋଟିଏ ମାଆ ନିଜ ପିଲାମାନଙ୍କ ପାଇଁ ଯେକୌଣସି ସମସ୍ୟା ସହିତ ଲଢ଼ିପାରେ, ସେହି ମା ଜଣେ ମଣିଷ ହେଉ କିମ୍ବା ପଶୁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *