ଖୁସି ଖବର : ତୃତୀୟ ଲହର ଆଉ ଆସିବ ନାହିଁ !

କରୋନା ଭାଇରସର ତୃତୀୟ ଲହର ଦେଶରେ ଆସିବା ନେଇ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର କହିବା ଅନୁଯାୟୀ ମହାମାରୀର ତୃତୀୟ ଲହର ଅକ୍ଟୋବର ମାସରେ ଆସିପାରେ। ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଇତି ମଧ୍ୟରେ ତୃତୀୟ ଲହରକୁ ନେଇ ଦେଶରେ କିଛି ଭିରୋଲୋଜିଷ୍ଟ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଏହି ଭିରୋଲୋଜିଷ୍ଟମାନେ ତୃତୀୟ ଲହରର ଆସିବା ଖବରକୁ ଖାରଜ କରି ଦେଇଛନ୍ତି।

ଭିରୋଲୋଜିଷ୍ଟଙ୍କ ମତ ଅନୁସାରେ ତୃତୀୟ ଲହର ଏତେ ଶୀଘ୍ର ଆସିବାର ସମ୍ଭାବନା ବହୁତ କମ ଅଛି। ଏପରିକି କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ସେଭଳି କୌଣସି ବୈଜ୍ଞାନିକମାନଙ୍କର ଆଧାର ନାହିଁ। ଅନ୍ୟପକ୍ଷରେ କିଛି ବୈଜ୍ଞାନିକମାନଙ୍କ ମତରେ ଦେଶରେ ଅକ୍ଟୋବର ମାସ ବେଳକୁ କରୋନାର ତୃତୀୟ ଲହର ଆସିବ।

Google

ଟାଇମ୍ସ ଅଫ ଇଣ୍ଡିଆର ରି-ପୋ-ର୍ଟ ଅନୁସାରେ, ମାଇକ୍ରୋବାୟୋଲୋଜିର ଆଇଆଇଏସସି ପ୍ରଫେସର ଏବଂ ଭିରୋଲୋଜିଷ୍ଟ ଡାକ୍ତର ବିଜୟଙ୍କ କହିବା ଅନୁସାରେ, କରୋନାର ଏହି ନୂଆ ଲହର ଆସିବା ନେଇ କୌଣସି ଟେକନିକାଲ ତଥ୍ୟ କିମ୍ବା କୌଣସି ଆନୁମାନିକ ବୈଜ୍ଞାନିକଙ୍କର ଆଧାର ନାହିଁ। ତଥାପି କରୋନା ସଂକ୍ରମଣର ମାମଲା ହ୍ରାସ ପାଉଥିବା ବେଳେ ଲୋକମାନେ ଯେପରି ଅବହେଳା ନ କରିବେ, ଆମକୁ ସେଥିପ୍ରତି ସାବଧାନ ରହିବାକୁ ପଡ଼ିବ।

ଗତ ସପ୍ତାହରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେକି, କରୋନାର ତୃତୀୟ ଲହର ଦେଶରେ ଏକ ପ୍ରକାର ଚିଶ୍ଚିତ ଆସିବା। ସେ କହିଥିଲେଯେ ତୃତୀୟ ଲହର ୬ ରୁ ୮ ସପ୍ତାହ ମଧ୍ୟରେ ଆସିପାରେ। କିନ୍ତୁ ଦେଶର କିଛି ଭିରୋଲୋଜିଷ୍ଟର ବିଚାର ତାଙ୍କର ଏହି ବିଚାର ସହ ଏକମତ ହେଉନାହିଁ। ବର୍ତ୍ତମାନ ଏଥିରେ ଜଣେ ଭିରୋଲୋଜିଷ୍ଟଙ୍କ ମତରେ ଏବେ କୌଣସି ଲହର ଆସିବ ନାହିଁ।

କୋଭିଡ ଟେକ୍ନିକାଲ ଆଡଭାଇଜରୀ କମିଟି (ଟିଏସି)ର ଚେୟାରମ୍ୟାନ ଡା. ଏମକେ ସୁଦର୍ଶନ କର୍ଣ୍ଣାଟକ ସମ୍ବନ୍ଧରେ କହିଛନ୍ତିଯେ ରାଜ୍ୟରେ ଅକ୍ଟୋବର ମାସ ପୂର୍ବରୁ କରୋନାର କୌଣସି ପ୍ରକାର ଲହର ଆସିବ ନାହିଁ। ରାଜ୍ୟ ସରକାରଙ୍କ ଅଧିକାରୀ ମଧ୍ୟ କଥିତ ରୂପରେ ମହାରାଷ୍ଟ୍ର କୋଭିଡ ଟାସ୍କ ଫୋର୍ସର ସଦସ୍ୟମାନଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନଙ୍କୁ କୁହାଯାଇଛିଯେ ତୃତୀୟ ଲହର ଆସିବାର ସମ୍ଭାବନାକୁ ନେଇ ସମର୍ଥନ କରୁଥିବାର କୌଣସି ପ୍ରମାଣ ନାହିଁ।

Google

କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର କହିଛନ୍ତିଯେ, କରୋନାର ତୃତୀୟ ଲହର ଆସିବା ସମ୍ଭାବନା ଉପରେ ବିଶେଷଜ୍ଞମାନେ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ କରୁଛନ୍ତି। ସରକାର ତୃତୀୟ ଲହରର ମୁକାବିଲା ପାଇଁ ଏକ ଦଳ ଗଠନ କରିଛନ୍ତି। ଏହି ଦଳ ଏକ୍ସନ ପ୍ଲାନ ପ୍ରସ୍ତୁତ କରିବ। ଟିଏସିଙ୍କଚ ଅନ୍ୟାନ୍ୟ ସ୍ରୋତରୁ ଇନପୁଟ ମଧ୍ୟ ମିଳୁଛି। ସେ ନିଜର ରି-ପୋ-ର୍ଟକୁ ନେଇ ଚୂଡ଼ାନ୍ତ ରୂପ ଦେବେ।

ଜଣାଶୁଣା ଭିରୋଲୋଜିଷ୍ଟ ଡା. ଟି. ଜ୍ୟାକବ ଜନଙ୍କ କହିବା ଅନୁସାରେ, ଯେତେ ପର୍ଯ୍ୟନ୍ତ କରୋନା ଭାଇରସର ନୂଆ ଭେରିଆଣ୍ଟ ଆସି ନାହିଁ, ଦେଶରେ ସେତେ ପର୍ଯ୍ଯନ୍ତ ତୃତୀୟ ଲହର ଆସିବ ନାହିଁ। ବର୍ତ୍ତମାନ କରୋନାର ଭେରିଆଣ୍ଟ ସଂକ୍ରମଣର ତୃତୀୟ ଲହର ଉତ୍ପନ୍ନ କରିପାରିବ ନାହିଁ। ଡ. କହିଛନ୍ତିକି, କରୋନାର ଡେଲ୍ଟା ଓ ଡେଲ୍ଟା ପ୍ଲସ ଭେରିଆଣ୍ଟ ସାମାନ୍ୟ ପରିବର୍ତ୍ତନ କିମ୍ବା ଅଧିକ କିମ୍ବା କମ ସଦୃଶ ମଧ୍ୟ ଅଟେ। ଏହି ଭେରିଆଣ୍ଟ ବହୁତ ଦୁର୍ବଳ ହେଉଛି। ଜୁଲାଇ ଶେଷ ସୁଦ୍ଧା ପାଣ୍ଡେମିକ ଏପିଡେମିକରେ ପରିବର୍ତ୍ତିକ ହେବ। ଏହା ପରେ ତୀବ୍ର ଭାବରେ ହେଉଥିବା ଟୀକାକରଣ ଅଭିଯାନ ଯୋଗୁଁ ଚଳିତ ବର୍ଷ କୋଭିଡ-୧୯ରୁ ମୁକ୍ତି ମିଳିପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.