ବିଶ୍ଵ ଟେଷ୍ଟ ଚମ୍ପିୟାନସିପ ଫାଇନାଲ : ପରାଜୟ ସଙ୍କଟରେ ଭାରତ, ବ୍ୟାଟ୍ସମ୍ୟାନଙ୍କର ଦୟନୀୟ ବ୍ୟାଟିଂ

ଭାରତୀୟ ବ୍ୟାଟ୍ସମ୍ୟାନ ପୁଣି ନିରାଶ କଲେ। ଭାରତୀୟ ପିଲା ସଙ୍କଟରେ ପଡିଲା। ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲାରେ ଭାରତୀୟ ଦଳ ଉପରେ ପରାଜୟର ବାଦଲ ଆସିଲା। ବର୍ତ୍ତମାନ ନିରାଶରେ ପ୍ରଶଂସକମାନେ। କଣ ବିରାଟ ବାହିନୀ ମ୍ଯାଚ ବଞ୍ଚାଇବାରେ ସଫଳ ହେବେ ଏବଂ ପ୍ରଥମ ଆଇସିସି ଟେଷ୍ଟ ଚମ୍ପିଆନସିପରେ ଯୁଗ୍ମ ବିଜେତା ଘୋଷିତ ହେବ, ପ୍ରଶଂସକ ଏହି ଆଶଙ୍କାରେ ଭାରତୀୟ। ଦ୍ଵିତୀୟ ଇନିଂସରେ ବ୍ୟାଟ୍ସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଛି। ଏଥିସହ ପ୍ରଥମ ଇନିଂସରେ ୩୨ ରନର ଅଗ୍ରଣୀ ହାସଲ କରିଥିବା ନ୍ୟୁଜିଲାଣ୍ଡ ସାମ୍ନାରେ ରହିଛି ୧୩୯ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତ ତରଫରୁ ରିଷଭ ପନ୍ତଙ୍କୁ ବାଦ ଦେଲେ କୌଣସି ହେଲେ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ପାରି ନାହାନ୍ତି। ପରିଣାମସ୍ଵରୂପ ଦୁଇ ଦିନରୁ ଅଧିକ ସମୟ ଖେଳ ବର୍ଷା ଯୋଗୁଁ ବାତିଲ ହେବା ପରେ ମଧ୍ୟ ରିଜର୍ଭ ଡେରେ ଫାଇନାଲ ମୁକାବିଲାର ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ ତରଫରୁ ଟିମ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ପ୍ରତ୍ୟେକ ଲେଖାଏଁ ୩ଟି ଓ୍ଵିକେଟ ନେଇଛନ୍ତି। ଭାରତ ତରଫରୁ ପନ୍ତ ସର୍ବାଧିକ ୪୧ ରନ କରିଥିଲେ।

ଗତକାଲି ଭାରତୀୟ ଦଳର ସ୍କୋର ୬୪/୨ ଖେଳ ଆରମ୍ଭ କରିଥିଲା। ବିରାଟ କୋହଲୀ ଓ ଚେତେଶ୍ଵର ପୂଜାରା କ୍ରିଜରେ ଥିଲେ। ହେଲେ ବୁଧବାର ଦିନ ମ୍ୟାଚ ଆରମ୍ଭରୁ ଭାରତୀୟ ଦଳକୁ ବିରାଟ କୋହଲୀଙ୍କ ରୂପରେ ଦଳକୁ ଜୋରଦାର ଝଟକା ଲାଗିଥିଲା। କୋହଲି ୧୩ ରନ କରି ଆଉଟ ହୋଇ ଯାଇଥିଲେ। ତାଙ୍କୁ କାଇଲ ଜେମିସନ ପୁଣି ଥରେ ତାଙ୍କୁ ଆଉଟ କରିଥିଲେ। ଚେତେଶ୍ଵର ପୂଜାରା ମଧ୍ୟ ଅଧିକ ସମୟ କ୍ରିଜରେ ରହି ପାରିନଥିଲେ। ସେ ୧୫ ରନ କରିଥିଲେ, ଜେମିସନଙ୍କର ଶିକାର ହୋଇଥିଲେ। ତାପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ପାରିନଥିଲେ ଓ ନିୟମିତ ଭାବରେ ୱିକେଟ ହରାଇ ଚାଲିଥିଲା। ମଧ୍ୟ କ୍ରମରେ ଉପ-ଅଧିନାୟକ ଅଜିଙ୍କ୍ଯା ରାହାଣେ ଓ ରିଷଭ ପନ୍ତ କିଛି ସମୟ କ୍ରିଜରେ ରହି ଇନିଂସ ଆଗକୁ ନେବାରେ ସଂଘର୍ଷ କରିଥିଲେ। ପଞ୍ଚମ ୱିକେଟରେ ରାହାଣେ ଓ ପନ୍ତ ୩୭ ରନ କରିଥିଲେ, କିନ୍ତୁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା। ଦୁଇ ବ୍ୟାଟ୍ସମ୍ୟାନଙ୍କଠୁ ଦଳ ବହୁତ ଆଶା ରଖିଥିଲା। କିନ୍ତୁ ରାହାଣେ ୧୫ ରନ କରି ଆଉଟ ହେବା ଭାରତକୁ ଏକ ଜୋରଦାର ଝଟକା ଲାଗିଥିଲା।

୧୦୯ ରନରେ ୫ୱିକେଟ ହରାଇଥିବା ଭାରତର ଇନିଂସ ପାଇଁ ପନ୍ତ ଓ ଜଡେଜା କିଛି ସମୟ ପାଇଁ ଆଶା ସୃଷ୍ଟି କରିଥିଲେ। ଏପରିକି ଦୁଇ ବ୍ୟାଟ୍ସମ୍ୟାନ ଷଷ୍ଠ ଓ୍ଵିକେଟରେ ୩୩ ରନ ଯୋଡିଥିଲେ। କିନ୍ତୁ ଏହି ଯୋଡି ମଧ୍ୟ ଅଧିକ ସମୟ ମଧ୍ୟରେ କ୍ରିଜରେ ତିଷ୍ଠି ପାରିନଥିଲେ। ଜଡେଜା ୧୬ବର୍ଷ ୱାଗନରଙ୍କ ଶିକାର ହୋଇଥିଲେ। କିନ୍ତୁ ପନ୍ତ ଆଉଟ ହେବା ପରେ ସବୁ ଆଶା ପାଣିରେ ମିଳାଇ ଯାଇଥିଲା। ପନ୍ତ ନ୍ୟୁଜଲାଣ୍ଡ ବୋଲରଙ୍କର ଉଚିତ ମୁକାବିଲା କରିଥିଲେ ଏବଂ ୪୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ ହୋଇ ଯାଇଥିଲେ। ସାମି ୧୦ ବଲରୁ ଦୃତ ୧୩ ରନ କରିଥିଲେ। ଶେଷରେ ବୁମରାଙ୍କୁ ଆଉଟ କରି ସାଉଦି ଭାରତୀୟ ଇନିଂସକୁ ୧୭୦ ମଧ୍ୟରେ ଅନ୍ତ ଘଟାଇଥିଲେ।

ସୂଚନା ଅନୁସାରେ, ଭାରତର ପ୍ରଥମ ଇନିଂସ ୨୧୭ ରନ ଉତ୍ତରରେ ନ୍ୟୁଜଲାଣ୍ଡ ୨୪୯ରନ କରିଥିଲେ। ଏହା ପରେ ୩୨ ରନରେ ପଛୁଆ ଥିବା ଭାରତ ଦ୍ଵିତୀୟ ଇନିଂସରେ ୧୭୦ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲାଣ୍ଡ ପାଇଁ ୧୩୯ ରନର ବିଜୟ ଲକ୍ଷ୍ୟ ମିଳିଛି। ନ୍ୟୁଜିଲାଣ୍ଡ ତରଫରୁ ଦ୍ଵିତୀୟ ଇନିଂସରେ ଟିମ ସାଉଦି ଘାତକ ବୋଲିଂ କରି ୪୮ ରନ ଦେଇ ୪ ୱିକେଟ ନେଇ ଯାଇଥିଲେ। ଟ୍ରେଣ୍ଟ ବୋଲ୍ଟ ୩ଟି ୱିକେଟ ନେଇଥିବା ବେଳେ ଜେମିସନ ୨ ଓ ୱାଗନର ଗୋଟିଏ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *