ଦେଖନ୍ତୁ ଭିଡ଼ିଓ : ଇସ୍ରାଇଲ କଲା କମାଲ, ପ୍ରଥମ ଥର ଲେଜର ବିମାନ ଦ୍ୱାରା ଡ୍ରୋନ୍ ଉପରକୁ କଲା ଆ-କ୍ର-ମ-ଣ

ଅତ୍ୟାଧୁନିକ ହତିଆର ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଇସ୍ରାଇଲ ସେନା ରକ୍ଷା କ୍ଷେତ୍ରରେ ଏକ ବଡ଼ କାରନାମା ଦେଖାଇଛି। ଇସ୍ରାଇଲର ଏୟାରବର୍ଣ ଲେଜର ଦ୍ୱାରା ଟେଷ୍ଟ ସମୟରେ କେତେକ ଡ୍ରୋନ୍ ବିମାନଙ୍କୁ ମାରି ପକାଇଦେଇଛି। ଇସ୍ରାଇଲ ଏହି ଶାନଦାର ଉପଲବ୍ଧିକୁ ‘ମିଲ କା ପଥର’ କରିଦେଇଛି। ଏହି ଘାତକ ଇଜରାଇଲ ସିଷ୍ଟମ ଆକାଶରେ ଯେକୌଣସି ଉଡ଼ୁଥିବା ମୋର୍ଟାର, ରକେଟ ଓ ମିସାଇଲକୁ ସହଜରେ ମାରିଦେଵ। ଇସ୍ରାଇଲ ଏହିକାମ ଏହିସମୟରେ କରିଦେଖାଇଛି ଯେଉଁ ସମୟରେ ଭବିଷ୍ୟତରେ ଡ୍ରୋନ୍ ଯୁ-ଦ୍ଧ-ର ଆଶଙ୍କା କରାଯାଉଛି। ଏବେଏବେ ହୋଇଥିବା ଆରମେନିଆ-ଆଜରବୈଜାନ ଯୁଦ୍ଧରେ ଆରମେନିଆକୁ ଡ୍ରୋନ୍ ଯୁଦ୍ଧରେ ଉଚିତ ଶିକ୍ଷା ମିଳିଛି। ଡ୍ରୋନ୍ ଯୁଦ୍ଧ ସମୟରେ ଆରମେନିଆର ଟ୍ୟାଙ୍କ ଓ ତୋପ କୌଣସି କାମରେ ଆସିନଥିଲା। ଏହି ଡ୍ରୋନ୍ ଆକାଶ ମାର୍ଗରୁ ଡ୍ରୋନ୍ ପକାଇ ସବୁ ସିଷ୍ଟମ ବିଧ୍ୱସ୍ତ କରିଦେଇଥାଏ। ଆସନ୍ତୁ ଜାଣିବ ଇସ୍ରାଇଲ ଏହି ରକ୍ଷା କ୍ଷେତ୍ର ବିଷୟରେ।

ଛୋଟ ବିମାନ ଉପରେ ଲେଜର ସଜିତ କରି ଆକାଶ ମାର୍ଗରେ କଲା ହଙ୍ଗାମା:-

ଇସ୍ରାଇଲ ରକ୍ଷା ମନ୍ତ୍ରାଳୟ ଓ ବିଶେଷଜ୍ଞ ବିକାଶ ୟୁନିଟର ପ୍ରମୁଖ ୟାନିବ ରୋଟେମ କହିଲେ କି, ଗୋଟିଏ ପରୀକ୍ଷଣ ସମୟରେ ଏକ ଛୋଟ ଯାତ୍ରୀ ବିମାନ ଉପରେ ହାଇ ପାୱାର ଲେଜର ସିଷ୍ଟମକୁ ଲଦା ଗଲା। ଏହି ଲେଜର ସିଷ୍ଟମକୁ ସଫଳତାପୂର୍ବକ ଆକାଶ ମାର୍ଗରେ ଡ୍ରୋନକୁ ଆ-କ୍ର-ମ-ଣ କରାଯାଇ ନଷ୍ଟ କରିଦିଆଗଲା। ସେ କହିଲେ କି, ଡ୍ରୋନ୍, ମୋର୍ଟାର, ରକେଟ, ମିସାଇଲକୁ ବର୍ବାଦ କରିବାର ଏହି ସିଷ୍ଟମକୁ ଆଗାମୀ 3 ରୁ 4 ବର୍ଷ ମଧ୍ୟରେ ବନାଯାଇପାରିବ। ସେ କହିଲେ କି ସିଦ୍ଧାନ୍ତ ରୂପରେ ସଠିକ ଭାବରେ ଆସୁଥିବା ସମୟରେ ହମାସ ରକେଟରୁ ଲୁହା ନେଉଥିବା ଇସ୍ରଇଲର ଆଇରନ ଡୋମ ସିଷ୍ଟମ ରକେଟ ଆକ୍ରମଣ ରୋକିବାକୁ ସକ୍ଷମ କିନ୍ତୁ ଏହା ବହୁତ ମହଙ୍ଗା ଅଟେ। ଇସ୍ରାଇଲ ତରଫରୁ ଆସିଥିବା ଏକ ଭିଡ଼ିଓ ରେକର୍ଡ଼ ମାଧ୍ୟମରେ ଦେଖାଯାଇଛି ଏକ ଛୋଟ ପ୍ଲେନ ଉପରେ ଲେଜର ସିଷ୍ଟମ ଲଗାଯାଇ ଏକ ଡ୍ରୋନ୍ ବିମାନ ଉପରେ ଆ-କ୍ର-ମ-ଣ କରାଯାଉଛି। ଭିଡ଼ିଓ ଦେଖିବାପରେ ଲାଗୁଛି ଟେଷ୍ଟ ଡ୍ରୋନ୍ ଆ-କ୍ର-ମ-ଣ ଦ୍ୱାରା ନଷ୍ଟ ହୋଇଯାଇ ସେଥିରେ ନିଆଁ ଲାଗି ଯାଉଛି।

କେତେ ଦୂରରୁ ଆ-କ୍ର-ମ-ଣ କରିପାରିବ:-

ଇସ୍ରାଇଲର ପ୍ରୟୋଗ ଦ୍ୱାରା କୁହାଯାଇଛି ଏହା ତିନି ହଜାର ଫୁଟ ଦୂରତାରୁ ବିପକ୍ଷ ଡ୍ରୋନ୍ ବିମାନ ଉପରେ ଆ-କ୍ର-ମ-ଣ କରିପାରିବ ଓ ଏହି ସିଷ୍ଟମ ସମ୍ପୂର୍ଣ ଭାବରେ ସମାପ୍ତ ହେଲେ ଏହା 20 କିଲୋମିଟର ଦୂରରୁ ମଧ୍ୟ ଆକ୍ରମଣ କରିବାରେ ସକ୍ଷମ ହୋଇଯିବ। ରୋଟେମ କହିଥିଲେ, ଏହି ଲେଜର ହତିଆର ବର୍ତ୍ତମାନ ସୁଦ୍ଧା ଇସ୍ରାଇଲ ଏୟାର ଡ଼ିଫେନ୍ସ କ୍ଷେତ୍ରରେ ନିଜର ଶତ୍ରୁକୁ ଅନୁସନ୍ଧାନ କରିବାରେ ବ୍ୟବହାର କରୁଛି। ଏହାପରେ ଏହି ଲେଜର ବିମାନ 100 କିଲୋୱାଟ ଲେଜର ବିମ ନିକର ଶତ୍ରୁ ପକ୍ଷ ଆଡ଼କୁ ଛାଡ଼ୁଛି। ଇସ୍ରାଇଲ ରକ୍ଷା ମନ୍ତ୍ରାଳୟ ସହିତ ଲେଜର ହତିଆର ଉପରେ କାମ କରୁଥିବା କମ୍ପାନୀ ଇଲବିଟ ସିଷ୍ଟମ ପ୍ରମୁଖ ଓରେନ ସବାଗ କହିଥିଲେ କି, ଏହି ପରୀକ୍ଷଣ ସଫଳ ରହିଛି ଓ ଏହି ହତିଆରର ବିକାଶ ଦିଗରେ ମିଲ ପଥର ରହିଛି। ଇସ୍ରାଇଲର ରକ୍ଷା ପ୍ରତିଷ୍ଠାନ ଏକ ଭୂମି ପରିସ୍ଥିତିରେ ଲଢ଼ିପାରୁଥିବା ଲେଜର ସିଷ୍ଟମ ପ୍ରସ୍ତୁତ କରୁଛି କାରଣ ଆକାଶ ମାର୍ଗରେ ଆକ୍ରମଣ ବ୍ୟତୀତ ଭୂମି କ୍ଷେତ୍ରରୁ ମଧ୍ୟ ଉଚିତ ଶିକ୍ଷା ଦିଆଯାଇପାରିବ।

ଭୂମି ଲେଜର ଗନ ଠାରୁ ବହୁତ ଭଲ ଅଟେ ଏୟାର ଲେଜର ହତିଆର:-

ବିଶେଷଜ୍ଞଙ୍କ ମୁତାବିକ, ଏୟାର ଲେଜର ଗନ ଭୂମି ଲେଜର ଗନ ଠାରୁ ବହୁତ ଡେଭେଲପ ଅଟେ। ଏୟାର ଲେଜର ଗନକୁ ବହୁତ ଉଚ୍ଚତା ଅର୍ଥାତ ବାଦଲ ଉପରକୁ ମଧ୍ୟ ନେଇଯାଇ ପାରିହେବ। ଏବେ ହୋଇଥିବା ଏକ ଟେଷ୍ଟ ମଧ୍ୟରେ 3000 ଫୁଟ ଉଚ୍ଚତାରେ ଉଡ଼ୁଥିବା ଏକ ଡ୍ରୋନ୍ ବିମାନକୁ ମାରି ତଳେ ପକାଇ ଦିଆଯାଇଥିଲା। ଯଦି ଇସ୍ରାଇଲ ଏହାକୁ ବନାଇବାରେ ସଫଳତା ହାସଲ କରୁଛି ତାହେଲେ ଇସ୍ରାଇଲର ଡ଼ିଫେନ୍ସ ସିଷ୍ଟମ ବହୁତ ଶସ୍ତାରେ ଏକ ମଜବୁତ ହୋଇଯିବ। ଏହାର ଲେଜର ର ବ୍ୟବହାର କମ ଦୂରରେ ଆକ୍ରମଣ କରୁଥିବା ଆଇରନ ଡୋମ ସହିତ ମଧ୍ୟ ବ୍ୟବହାର କରାଯିବ। ଏବେ କିଛି ଦିନ ତଳେ ଇସ୍ରାଇଲର ହମାସ ସହିତ ବିବାଦ ଆରମ୍ଭ ହୋଇଥିଲା। ହମାସ 4300 ରୁ ଉର୍ଦ୍ଧ୍ବ ରକେଟ ଇସ୍ରାଇଲ ଜମି ଉପରକୁ ମାଡ଼ କରିଥିଲା। ଏଥିରୁ 90 ପ୍ରତିଶତ ରକେଟକୁ ଇସ୍ରାଇଲ ର ଆଇରନ ଡୋମ ନଷ୍ଟ କରିବାରେ ସଫଳତା ଲାଭ କରିଥିଲା। ହମାସ ର ଏହି ରକେଟ ଗୁଡିକୁ ନଷ୍ଟ କରିବାପାଇଁ ଇଜରାଇଲକୁ ଆଇରନ ଡୋମ ବ୍ୟବହାର କରିବାକୁ ପଡ଼ିଥିଲା କିନ୍ତୁ ଏଥିରେ ଇସ୍ରାଇଲର ବହୁତ ଖର୍ଚ୍ଚ ମଧ୍ୟ ହୋଇଯାଇଥିଲା। ଆଇରନ ଡୋମର ଗୋଟିଏ ରକେଟ ଲକ୍ଷ ଲକ୍ଷ ଟଙ୍କା ଅଟେ ବୋଲି ଇସ୍ରାଇଲର ଏକ ସୂତ୍ର ପକ୍ଷରୁ ଜାଣିବାକୁ ମିଳିଥିଲା। ଏହାପରେ ଏହି ଲେଜର ସିଷ୍ଟମ ଦ୍ୱାରା ଇସ୍ରାଇଲକୁ ବହୁତ ସୁରକ୍ଷା ମିଳିବ ଓ ଏହା ବିଭିନ୍ନ ପ୍ରକାରର ଆଶଙ୍କାର ମଧ୍ୟ ସାମ୍ନା କରିପାରିବ। ଏହାସହ ଏହି ଲେଜର ସିଷ୍ଟମ ର ଖର୍ଚ୍ଚ ମଧ୍ୟ ଇସ୍ରାଇଲକୁ ବହୁତ କମ ପଡ଼ିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *