ଝିଅଠୁ ୧୫ ବର୍ଷ ବଡ଼ ଶିଖର ଧାୱନ୍ ତ ସ୍ତ୍ରୀଠୁ ୧୦ ବର୍ଷ ସାନ, ଦେଖନ୍ତୁ ଧାୱନଙ୍କ ପୁରା ପାରିବାରିକ ଫଟୋ

ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜର ଭଲ ପ୍ରଦର୍ଶନ ସହ ନିଜର ସରଳତା ପାଇଁ ବିଶେଷ ପରିଚିତ। ସେ ଯେତେବେଳେ ପଡ଼ିଆରେ ଥାଆନ୍ତି ସେତେବେଳେ ତାଙ୍କ ଖେଳର ଫ୍ୟାନ୍ ମାନେ ବହୁତ ଆନନ୍ଦ ଉଠାନ୍ତି। ପଡିଆ ବାହାରେ ମଧ୍ୟ ଫ୍ୟାନଙ୍କ ପ୍ରିୟ ହୋଇପାରିଛନ୍ତି। ଶିଖର ଧାୱନ ନିଜ ଜୀବନରେ ମଧ୍ୟ ବହୁତ୍ ଖୁସି ଓ ଆନନ୍ଦ ଉଠାଉଛନ୍ତି।

ଶିଖର ଧାୱନ ନିଜର ପରାକ୍ରମ ଭରା ବ୍ୟାଟିଂ ପାଇଁ ବିଶ୍ୱ କ୍ରିକେଟରେ ପରିଚିତ ହୋଇପାରିଛନ୍ତି । ତାଙ୍କ ଖେଳକୁ ଲକ୍ଷ କୋଟି ଫ୍ୟାନ ପସନ୍ଦ କରିଛନ୍ତି। ଗୌରବର କଥା ଏହା ଯେ ଶିଖର ୨୦୧୨ ମସିହାରେ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ। ସେ ଅଷ୍ଟ୍ରେଲିଆର ଆୟଶା ମୁଖାର୍ଜୀଙ୍କ ସହ ଅଗ୍ନୀଙ୍କୁ ସାକ୍ଷୀ ରଖି ବିବାହ କରିଛନ୍ତି। ଶିଖର ନିଜ ସ୍ତ୍ରୀଠାରୁ ୧୦ ବର୍ଷ ସାନ ଅଟନ୍ତି। କିନ୍ତୁ ସେମାନେ କେବେବି ନିଜ ବୟସକୁ ନିଜ ପ୍ରେମ ଭିତରେ ବାଧକ ସାଜିଲା ଭଳି ଆସିବାକୁ ଦେଇ ନାହାନ୍ତି।

ଶିଖର ଧାୱନ ବିବାହ କରିବା ପୂର୍ବରୁ ଆୟସା ମୁଖାର୍ଜୀ ଆଉ ଏକ ବିବାହ କରିଥିଲେ। ଆୟଶାଙ୍କ ଝିଅର ନାମ ରିଆ ଓ ଆଲିଆ ଅଟେ। କଥା ଏହା କି ଯେଉଁଠାରେ ଶିଖର ନିଜ ସ୍ତ୍ରୀ ଆୟଶାଙ୍କ ଠୁ ୧୦ ବର୍ଷ ସାନ ସେହିଠାରେ ଆୟଶାଙ୍କ ବଡ଼ ଝିଅ ଆଲିଆଙ୍କ ଭିତରେ ୧୦ ବର୍ଷର ଅନ୍ତର। ଆଲିଆଠୁ ଶିଖର ୧୫ ବର୍ଷ ବଡ଼। କିନ୍ତୁ ସାବତ ବାପା ଓ ଝିଅ ଭିତରେ ସମ୍ପର୍କ ମଜବୁତ ଅଟେ। ଶିଖର ନିଜର ଛୋଟ ଝିଅ ରିୟାଙ୍କୁ ମଧ୍ୟ ବହୁତ୍ ଭଲପାଇବା ଦିଅନ୍ତି।

ଯେତେବେଳେ ଶିଖର ଏକ ସାକ୍ଷାତକାରରେ ଆସିଥିଲେ ସେତେବେଳେ ତାଙ୍କୁ ଏକ ପ୍ରଶ୍ନ କରାଯାଇଥିଲା କି ” ତାଙ୍କୁ ଦୁଇ ଝିଅଙ୍କ ସହ ରହିବା ପାଇଁ କେଉଁ ସବୁ କଠିନତା କରିବାକୁ ପଡ଼ିଥିଲା? ” ଉତ୍ତରରେ ” ଗବର ” ନାମରେ ପରିଚିତ ଶିଖର କହିଥିଲେ କି ” ଏହା ଟିକେ ବି କଠିନ ନଥିଲା। ” ଯେଉଁ ଜିନିଷ ପ୍ରାକୃତିକ ଉପାୟରେ ହୋଇଥିବା ତାହା ଜୀବନରେ ଆରାମରେ ବିତିଯିବ। ମୋ ଭାଗ୍ୟରେ ଦୁଇ ଜଣ ଝିଅ ଥିଲେ ତେଣୁ ସେ ମୋତେ ମିଳିଗଲେ। ଏହା ଏକ କ୍ଲିକ୍ କଲାଭଳି। ସେ ଦୁଇଜଣ ଯେଉଁଭଳି ମୋତେ ଭଲ ପାଉଛନ୍ତି ସେଥିପାଇଁ ମୁଁ ସବୁବେଳେ ନିଜକୁ ଭାଗ୍ୟଶାଳୀ ମନେକରେ।

ଶିଖର ଧାୱନ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା କ୍ରିକେଟର ମାନଙ୍କ ମଧ୍ୟରେ ଜଣେ ଅଟନ୍ତି। ସେ ସର୍ବଦା ଖାସ୍ ଦିନ ଗୁଡ଼ିକରେ ନିଜ ଝିଅମାନଙ୍କ ସହ ଫଟୋ ପୋଷ୍ଟ କରିଥାନ୍ତି। ୨୦୧୭ ମସିହାରେ ମହିଳା ଦିବସରେ ଶିଖର ନିଜ ଝିଅମାନଙ୍କ ସହ ଏକ ଫୋଟ ପୋଷ୍ଟ କରିଥିଲେ। ସେ ସେହି ପୋଷ୍ଟରେ ଲେଖିଥିଲେ କି ” ଯଦି ଆପଣଙ୍କ ମନରେ ଖୋଲା ଭାବ ଅଛି ତେବେ ଆପଣ ସ୍ତ୍ରୀ ଓ ପିଲାଙ୍କ ସହ ବହୁତ୍ ଖୁସିରେ ରହିପାରିବେ। “

ଶିଖର ଧାୱନଙ୍କୁ ଯେତେବେଳେ ବି କ୍ରିକେଟରୁ ଛୁଟି ମିଳେ ସେ ତାଙ୍କ ପାରିବାର ସହ ଅତ୍ୟଧିକ ସମୟ ଅତିବାହିତ କରନ୍ତି ଓ ନିଜ ପରିବାରଙ୍କ ସହ ଫୋଟ ଉଠାନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *