ବ୍ୟକ୍ତି ଜଣକ ଦେଖାଇଲେ ଇଞ୍ଜିନିୟରିଙ୍ଗର ଅଲଗା ଲେବଲ, ପ୍ରସ୍ତୁତ କଲେ ମଣିଷକୁ ଉଡାଉଥିବା ଡ୍ରୋନ,ଦେଖନ୍ତୁ ଭିଡ଼ିଓ

ଆପଣମାନେ ଆଜି ପର୍ଯ୍ୟନ୍ତ ଅନେକ ପ୍ରକାରର ଡ୍ରୋନ ବିଷୟରେ ପଢ଼ିଥିବେ ଏବଂ ଶୁଣିଥିବେ | ଅନେକ ୟୁଟ୍ୟୁବର ବିଭିନ୍ନ ପ୍ରକାରର ଡ୍ରୋନ କ୍ୟାମେରା ଦ୍ୱାରା ଭିଡିଓ ତିଆରି କରନ୍ତି | ବିଜ୍ଞାନର ପରୋପକାର କାରଣରୁ ଆଜି ଆମେ ବିଭିନ୍ନ ପ୍ରକାରର ଡ୍ରୋନ ବିକଶିତ କରିଛୁ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଡ୍ରୋନ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ବ୍ୟକ୍ତିଙ୍କୁ ନେଇ ଉଡୁଥିବ |

ଏମିତିରେ ତ ଆପଣ ଯୁଗାଡ଼ ମାଧ୍ୟମରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟଜନକ ଜିନିଷ ତିଆରି କରୁଥିବାର ଦେଖିଥିବେ | ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ | ନିକଟରେ ଏହିପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି | ଯେଉଁଥିରେ ଜଣେ ବ୍ୟକ୍ତି ଘରେ ବସି ବସି ଇଞ୍ଜିନିୟରିଂକୁ ଏକ ଅଲଗା ଲେଭଲକୁ ନେଇ ଆସିଛନ୍ତି, ସେ ଜଣେ ବ୍ୟକ୍ତିଙ୍କୁ ନେଇ ଉଡୁଥିବା ଡ୍ରୋନ ତିଆରି କରି ଦେଇଛନ୍ତି |

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଡ୍ରୋନର ସେଣ୍ଟରରେ ବସିଛନ୍ତି ଏବଂ ଏହି ଡ୍ରୋନ ସଂପୂର୍ଣ୍ଣ ଭାବରେ ଧାତୁରେ ତିଆରି ହୋଇଛି, ସେ ଏହି ଡ୍ରୋନକୁ ନିଜ ବଗିଚାରେ ହିଁ ଉଡାଇ ଦେଖାନ୍ତି | ଏହି ଡ୍ରୋନ ମାଧ୍ୟମରେ ସେ ଘରର ଛାତର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ନ୍ତି | ମାତ୍ର ୫୯ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି |

ଦେଖନ୍ତୁ ଭିଡିଓ :-

Home-made working rideable drone. from nextfuckinglevel

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗୁଛି | ଏହି କାରଣରୁ ଅନେକ ୟୁଜର୍ସ ଭିଡିଓରେ ନିଜ ନିଜର ପ୍ରତିକ୍ରିୟା ଲେଖି ଚାଲିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଏହାକୁ ଡ୍ରୋନ ନୁହଁ ବରଂ ବ୍ୟାକୟାର୍ଡ଼ ହେଲିକପ୍ଟର କହିବା ଉଚିତ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ସେହିପରି ହିଁ ଅଟେ, ଯେପରି ଫ୍ଲାଇଙ୍ଗ କାର ଭବିଷ୍ୟତରେ ହେବାକୁ ଯାଉଛି,ଅଦ୍ଭୁତ | ଏହାବ୍ୟତୀତ ଆହୁରି ଅନେକ ୟୁଜର୍ସ ଏହି ଭିଡିଓକୁ ଅଲଗା ଅଲଗା ଷ୍ଟାଇଲରେ ପ୍ରଶଂସା କରିଛନ୍ତି | ଏହି ଭିଡିଓକୁ ଖବର ରୂପରେ ଲେଖାଯିବା ବେଳକୁ ଅନେକ ଭ୍ୟୁ ସହିତ ବହୁତ ସାରା ଲାଇକ ମଧ୍ୟ କରାଯାଇଛି ଏବଂ ୧୩୦୦ ଜଣ ୟୁଜର୍ସ କମେଣ୍ଟ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.