ବେହୋସ ହୋଇ ପଡିଥିଲା ବ୍ୟକ୍ତି, ତାପରେ ହେଲା ଏମିତି ଯାଦୁ ଅଚାନକ ଉଠି କଲା ଡ୍ୟାନ୍ସ,ଦେଖନ୍ତୁ ଭିଡ଼ିଓ

ଆଜିକାଲି ସମସ୍ତେ ଫେମସ ହେବାକୁ ଚାହାନ୍ତି | ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ଆପଣେଇ ନେଇଥାନ୍ତି | ଅନେକଥର ତ କିଛି ଲୋକ ଜାଣିଶୁଣି ଏମିତି ଭିଡିଓ ତିଆରି କରିଥାନ୍ତି ଯେ ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ | ସବୁଠାରୁ ବଡ଼ କଥା ହେଉଛି ଯେ ସୋସିଆଲ ମିଡିଆରେ ଏହିପରି ଭିଡିଓ ଅଧିକ ଭାଇରଲ ହୋଇଥାଏ | ଲୋକମାନେ ମଧ୍ୟ ଏହି ପରି ଭିଡିଓଗୁଡିକୁ ବହୁତ ପସନ୍ଦ କରିଥାନ୍ତି ଏବଂ ସେହି ଭିଡିଓକୁ ଦେଖି ଖୁବ ମଜା ନିଅନ୍ତି | ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକୁ ଦେଖି ଲୋକମାନେ ତ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ | କିନ୍ତୁ ପରେ ଯେତେବେଳେ ସତକଥା ସାମ୍ନାକୁ ଆସିଲା, ସେତେବେଳେ ବହୁତ ହସିବାକୁ ଲାଗିଲେ |

ସୋସିଆଲ ମିଡିଆରେ ଅନେକଥର ଏପରି ଭିଡିଓ ସେୟାର କରାଯାଇଥାଏ, ଯାହାକୁ ଦେଖି ଲୋକମାନେ ଧୋକାରେ ପଡିଯାନ୍ତି ଏବଂ ସତ ଜଣାପଡିବା ପରେ ଆଶ୍ଚର୍ଯ୍ୟ ହୋଇଯାନ୍ତି | ଏହି ଭିଡିଓରେ ମଧ୍ୟ ଆପଣଙ୍କୁ ଏପରି କିଛି ଦେଖିବାକୁ ମିଳିବ | ଜଣେ ବ୍ୟକ୍ତି ବେହୋସ ହୋଇ ତଳେ ପଡି ରହିଛନ୍ତି | ସେହିପରି ଜଣେ ଅନ୍ୟ ବ୍ୟକ୍ତି ବାରମ୍ବାର ତାଙ୍କ ଛାତିକୁ ଦବାଉଛନ୍ତି | କିଛି ସମୟ ଧରି ଏହି ମାମଲା ସେମିତି ଚାଲିଥାଏ | କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବେହୋସ ହୋଇ ତଳେ ପଡିଥିବା ବ୍ୟକ୍ତି ଉଠି ଠିଆ ହୁଅନ୍ତି ଏବଂ ଡ୍ୟାନ୍ସ କରନ୍ତି | ଏହି ସୀନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ |

ଦେଖନ୍ତୁ ମଜାଳିଆ ଭିଡିଓ :-

ଭିଡିଓ ଦେଖି ଆପଣ ମଧ୍ୟ ଚିନ୍ତାରେ ପଡି ଯାଇଥିବେ ଯେ ପ୍ରକୃତରେ କଣ ହେଉଛି ? ଅଧିକାଂଶ ଲୋକଙ୍କୁ ଏହା ହିଁ ଲାଗିଲା | ବର୍ତ୍ତମାନ ଏହି ଭିଡିଓ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି | ଇନ୍ସଟାଗ୍ରାମରେ ଏହି ଭିଡିଓକୁ ‘hepgul5’ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ପାଞ୍ଚ ଶହରୁ ଅଧିକ ଲୋକ ପସନ୍ଦ କରି ସାରିଛନ୍ତି | ଏହା ଉପରେ ମଜାଳିଆ କମେଣ୍ଟ କରୁଛନ୍ତି ଏବଂ ପରସ୍ପରକୁ ଏହି ଭିଡିଓକୁ ସେୟାର କରି ମଜା ନେଉଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *