୯୮୨ କିଲୋମିଟର ଯିବ ଥରେ ଚାର୍ଜ କଲେ, ୧୦ ଲକ୍ଷରୁ ଅଧିକ ଗାଡ଼ି ଲଞ୍ଚ ହେବା ପୂର୍ବରୁ ହେଲା ବୁକ

ବର୍ତ୍ତମାନ ସାରା ଦୁନିଆରେ ଇଲେକଟ୍ରିକ ଗାଡି ଗୁଡିକର ଡିମାଣ୍ଡ ବଢ଼ିଚାଲିଛି। ତେଲର ଦର ମଧ୍ୟ ବୃଦ୍ଧି ହେଉଥିବା କାରଣରୁ ଅଧିକାଂଶ ଲୋକ ଚାର୍ଜ ଗାଡ଼ିକୁ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି। ଏହି ସେଗମେଣ୍ଟରେ ଆମେରିକାର ଗାଡ଼ି କମ୍ପାନୀ ଟେସଲା ସବୁଠାରୁ ଆଗରେ ଅଛି। ଗ୍ଲୋବାଲ ମାର୍କେଟରେ କମ୍ପାନୀ ନିଜର ପ୍ରଥମ ପିକ-ଅପ ଇଲେକଟ୍ରିକ ସାଇବର ଟ୍ରକ ଲଞ୍ଚ କରିବା ପାଇଁ ଯାଉଛି। ବର୍ଷ ଶେଷ ବେଳକୁ ଏହି ଗାଡିକୁ ବଜାରରେ ପ୍ରବେଶ କରାଇବ।

ସୂଚନା ଅନୁସାରେ ଏହି ଗାଡି ଲଞ୍ଚ ହେବା ପୂର୍ବରୁ ୧୦ଲକ୍ଷ ୟୁନିଟ ବୁକିଂ ହୋଇସାରିଛି। ତେବେ ଏହି ଗାଡିର ଡ୍ରାଇଭିଂ ରେଞ୍ଜକୁ ନେଇ ବର୍ତ୍ତମାନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରିପୋର୍ଟ ଅନୁସାରେ ଏହି ଗାଡି ସିଙ୍ଗଲ ଚାର୍ଜରେ ୯୮୨ କିଲୋମିଟର ଯାଇପାରିବ।

ବର୍ତ୍ତମାନ ଏହି ସାଇବର ଟ୍ରକର ଏକ ଫଟୋ ଇଣ୍ଟନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପିକଅପ ଟ୍ରକ ଗୁଡିକର ୯୦୦୦ କିଲୋଗ୍ରାମରୁ ଅଧିକ ଟ୍ରେଲର ସହ ଟାଇଙ୍ଗ ମୋଡରେ ସାମ୍ନାକୁ ଆସିଅଛି। ଯାହାକି କମ୍ପାନୀ ଦ୍ୱାରା ଘୋଷିତ ହୋଇଥିବା ୧୦ ହଜାର ପାଉଣ୍ଡରୁ ମଧ୍ୟ ଅଧିକ ହେବ। ଏହାର ମଡେଲ ମଧ୍ୟ ଜବରଦସ୍ତ ଥିବାର ଦେଖିବାକୁ ମିଳୁଛି।

Leave a Reply

Your email address will not be published.