ମନ୍ତ୍ରୀଙ୍କ ବଡ଼ ଅଜବ ଘୋଷଣା: ଅଧିକ ସଂଖ୍ୟକ ପିଲା ଜନ୍ମ କଲେ ମିଳିବ ଏକ ଲକ୍ଷ ଟଙ୍କା

ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମିଜୋରାମର ମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଜନସଂଖ୍ୟାର ବୃଦ୍ଧି କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି।

ଯେଉଁ ବାପା ମା’ଙ୍କର ସର୍ବାଧିକ ପିଲା ଥିବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରବର୍ଟ ରୋମାୱିଅ ରୟତେ ଏହି ବିଷୟରେ ଘୋଷଣା କରିଛନ୍ତି। ସେହିପରି ଏହି ନିୟମ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଲାଗୁ କରାଯିବ। ତେବେ ସେ ପିଲାମାନଙ୍କର ସଂଖ୍ୟାକୁ ନେଇ ସ୍ପଷ୍ଟ ଭାବେ କିଛି ସୂଚନା ଦେଇନାହାନ୍ତି।

ରବିବାର ବିଶ୍ୱ ପିତୃତ୍ୱ ଦିବସରେ ଶ୍ରୀ ରୟତେ କହିଛନ୍ତିକି,’ଆଇଜଲ ଇଷ୍ଟେଟ-୨ ନିର୍ବାଚନ ମଣ୍ଡଳ ପାଇଁ ଯେଉଁ ବାପା ଓ ମା’ଙ୍କର ଅଧିକ ସଂଖ୍ୟକ ପିଲା ରହିଛନ୍ତି ସେମାନଙ୍କୁ ମୋ ତରଫରୁ ୧ ଲକ୍ଷ ଟଙ୍କା ଲେଖାଏ ଦିଆଯିବ।’ ଉକ୍ତ ବ୍ୟକ୍ତି କିମ୍ବା ମହିଳାଙ୍କୁ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନିତ କରାଯିବ।

ଏହି ୧ ଲକ୍ଷ ଟଙ୍କା ଶ୍ରୀ ରୟତେଙ୍କ ପୁଅଙ୍କ ମାଲିକାନାରେ ଥିବା ଏକ କମ୍ପାନୀ ପ୍ରଦାନ କରିବ। ସେ କହିଛନ୍ତି ମିଜୋରାମର ଜନସଂଖ୍ୟାରେ ହ୍ରାସ ପାଇବା ସହ ଜନ୍ମହାର କମିବା ଚିନ୍ତା ଜନକ ଅଟେ। ଶ୍ରୀ ରୟେତ ଆହୁରି କହିଛନ୍ତିକି,”ବିକାଶ ମୂଳକ କ୍ଷେତ୍ରରେ ମିଜୋରାମ ଲୋକଙ୍କର ସଂଖ୍ୟା ବହୁତ କମ ଅଟେ। ଏହାର କାରଣ ହେଉଛି ଜସଂଖ୍ୟାରେ କ୍ରମାଗତ ଭାବରେ ହ୍ରାସ ପାଇବା। ଜନସଂଖ୍ୟା ହ୍ରାସ ପାଇବା ଏକ ଚିନ୍ତାର ବିଷୟ ଅଟେ। ବିଶେଷ ଭାବରେ ମିଜୋରାମ ଭଳି ଛୋଟ ସଂପ୍ରଦାୟ ବା ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ମଧ୍ୟ ଏହା ବାଧକ ସୃଷ୍ଟି କରୁଛି।” ଜନସଂଖ୍ୟାର ବୃଦ୍ଧିକୁ ଆହ୍ଵାନ କରିବା ପାଇଁ କହିଛନ୍ତି।

୨୦୧୧ ମସିହାର ଜନଗଣନା ଅନୁସାରେ, ମିଜୋରାମର ଜନସଂଖ୍ୟା ମାତ୍ର ୧,୦୯୧,୦୧୪ ରହିଛି। ୨୧,୦୮୭ ସ୍କୋୟାର କିଲୋମିଟର ଅଞ୍ଚଳ ବିଶିଷ୍ଟ ମିଜୋରାମରେ ଦିନକୁ ଦିନ ଜନସଂଖ୍ୟା ମଧ୍ୟ ହ୍ରାସ ପାଉଛି। ପ୍ରତି ବର୍ଗ କିଲୋମିଟରରେ ହାରାହାରି ୫୨ ଜଣ ଲୋକ ରହୁଛନ୍ତି। ଦେଶର ଜାତୀୟ ହାର ୩୮୨ ଥିବା ବେଳେ ମିଜୋରାମରେ ପାଇଁ ଏହି ସ୍ଥିତି ଚିନ୍ତା ଜନକ ଅଟେ। ମିଜୋରାମ ଠାରୁ ଅରୁଣାଚଳ ପ୍ରଦେଶ ଆଗରେ ରହିଛି। ଏଠାରେ ପ୍ରତି ବର୍ଗ କିଲୋମିଟରରେ ୧୭ ଜଣ ଲୋକ ରହୁଛନ୍ତି।

ଅନ୍ୟପକ୍ଷରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ପୋଡଶୀ ମିଜୋରାମର ଓଲଟା ନିୟମକୁ ଲାଗୁ କରିବା ପାଇଁ ଯୋଜନା କରିଛନ୍ତି। ରାଜ୍ୟରେ ସରକାର ୨ ସନ୍ତାନ ପଲିସି ଲାଗୁ କରି ଅଧିକ ପିଲା ଜନ୍ମ କରିଥିବା ବାପା ମା’ଙ୍କୁ ବିଭିନ୍ନ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସରକାରୀ ସ୍ଥରରେ ଏହି ବିଷୟରେ ବିଚାର ଚାଲିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *