Ind vs NZ: ଯଦି ବର୍ଷା କାରଣରୁ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଡ୍ର ରୁହେ ତାହେଲେ କିଏ ହେବ ବିଜେତା, ଜାଣନ୍ତୁ ସମ୍ପୂର୍ଣ ଖବର

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥହାମ୍ପଟନର ରୋଜ ବାଉଲ ଠାରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ ବର୍ଷା ବାଧକ ସାଜିଛି। ଏହି ଐତିହାସିକ ମୁକାବିଲାର ପ୍ରଥମଦିନ ବର୍ଷା କାରଣରୁ ଅଟକି ଯାଇଥିଲା। ଏହାପରେ ଖରାପ ଆଲୋକ କାରଣରୁ ଦ୍ଵିତୀୟ ଓ ତୃତୀୟ ଦିନ ଖେଳ ମଧ୍ୟ କିଛି ସମୟ ଅଟକ ରହିଥିଲା। ସେହିପରି ଚତୁର୍ଥ ଦିନର ଖେଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଗଲା। ଏବେ ଫ୍ୟାନ୍ସ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯଦି ବର୍ଷା ହୁଏ ତାହେଲେ କିଏ ହେବ ବିଜେତା?

ଯଦି ଫାଇନାଲ ଡ୍ର ହୁଏ? :-

ଯଦି ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ମ୍ୟାଚ ବର୍ଷା କାରଣରୁ ଡ୍ର ହେଲା ତାହେଲେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ସଂଯୁକ୍ତ ବିଜେତା ଘୋଷଣା କରାଯିବ। ଆଇସିସି ଏହା ପୂର୍ବରୁ ଘୋଷିତ କରିଥିଲା କି, ଡ୍ର କିମ୍ବା ବାତିଲ ହେଲେ ଉଭୟଙ୍କୁ ବିଜେତା ଘୋଷଣା କରାଯିବ।

ରିଜର୍ଭ ଡେ ଖେଳ:-

ଆଇସିସି ଏହି ଐତିହାସିକ ମୁକବିଲା ପାଇଁ ରିଜର୍ଭ ଡେ ରଖିଥିଲା, ଆଇସିସି ଏହାମଧ୍ୟ କହିଥିଲା ଯଦି ଖେଳରେ କୌଣସି ବାଧା ଉପୁଜେ ତାହେଲେ ରିଜର୍ଭ ଡେ ଦିନ ସେହି ଖେଳକୁ ଭରଣା କରାଯିବ। ଜୁନ 23 ତାରିଖ ଅର୍ଥାତ ମ୍ୟାଚର ଷଷ୍ଠ ଦିନକୁ ରିଜର୍ଭ ଡେ ରୂପରେ ବ୍ୟବହାର କରାଯିବ।

ଉଭୟ ଟିମ ମଧ୍ୟରେ ବଣ୍ଟାଯିବ ପୁରସ୍କାର ରାଶି:-

ବର୍ଷା କାରଣରୁ ଏହି ମ୍ୟାଚ ହୋଇନପାରିଲେ ଉଭୟ ଦଳ ମଧ୍ୟରେ 2.4 ମିଲିୟନ ଆମେରିକୀୟ ରାଶି ବଣ୍ଟାଯିବ। ଏମିତିରେ ଉଭୟ ଦଳକୁ 8.78 କୋଟି ପ୍ରାଇଜ ମନି ମିଳିବ।

ବିଜେତା ଦଳକୁ ଗଦା ମିଳିଥାଏ:-

ଏହି ଖେଳକୁ ଜିତିବା ଦଳକୁ ଗଦା ମିଳିବ। ପ୍ରଥମେ ଏହି ଗଦାକୁ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷରେ ଥିବା ଦଳକୁ ମିଳେ ବର୍ତ୍ତମାନ ଏହି ଗଦା ଉଭୟଙ୍କ ମଧ୍ୟରେ ଶେୟର କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *