ପରୀକ୍ଷଣରୁ ହେଲା ବଡ ଖୁଲାସା : କରୋନା ଭାଇରସ କାରଣରୁ ଦୁର୍ବଳ ହୋଇଯାଇଛି ପୁରୁଷ ମାନଙ୍କର ସ୍ପର୍ମ

ଏକ ଗବେଷଣାରୁ ସମ୍ନାକୁ ଆସୁଛି କି, କରୋନା ଭାଇରସରେ ସଂକ୍ରମିତ ହୋଇଥିବା ପୁରୁଷ ମାନଙ୍କର ସ୍ପର୍ମ ଦୁର୍ବଳ ହୋଇଯାଇଛି। ଏଥିରେ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଯାଇଛି। ଇରାକର ଗବେଷଣାକୁ ଆଧାର କରି ବିଆରଡ଼ି ମେଡିକାଲ କଲେଜର ମାଇକ୍ରୋ ବୟୋଲୋଜିଷ୍ଟ ବିଭାଗର ଏକ ଟିମ ଏହି ବିଷୟରେ ଗବେଷଣା କରୁଛି। ପ୍ରଥମ ଓ ଦ୍ବିତୀୟ ଲହରୀରେ ସଂକ୍ରମିତ ହୋଇଥିବା ପୁରୁଷଙ୍କ ନମୁନା ସଂଗ୍ରହ କରାଯାଉଛି। କରୋନା ଭାଇରସ ଶରୀର କ୍ୱଉଁ କେଉଁ ଅଙ୍ଗ ଉପରେ ପ୍ରଭାବ ପକାଉଛି ଏହାକୁ ନେଇ ସାରା ଦୁନିଆରେ ଗବେଷଣା ଚାଲିଛି।

ବିଆରଡ଼ି ମେଡିକାଲ କଲେଜରେ ମାଇକ୍ରୋବାୟୋଲୋଜି ବିଭାଗର ବିଭାଗଧ୍ୟକ୍ଷ ଡ଼. ଅମରେଶ ସିଂହ କହିଥିଲେ କି, ଇରାକ ରେ ଦୁଇମାସ ଧରି ଚାଲିଥିବା ଗଣେଷଣାରୁ ସୂଚନା ମିଳିଥିଲା କି, କରୋନା ଭାଇରସ କାରଣରୁ ପୁରୁଷଙ୍କ ସ୍ପର୍ମ ଦୁର୍ବଳ ହୋଇଯାଇଛି। ତାଙ୍କର ଗତିଶୀଳ ଓ ସଂରଚନାରେ ପରିବର୍ତ୍ତନ ଦେଖାଯାଇଛି। ଏହି ଗବେଷଣା 85 ସଂକ୍ରମିତ ଓ 100 ଜଣ ସୁସ୍ଥ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା। ଏବେ ବିଆରଡ଼ି ମେଡିକାଲ କଲେଜର ଟିମ ଏହି ଗବେଷଣାକୁ ଆଗକୁ ବଢ଼ାଉଛନ୍ତି।

ସେ କହିଥିଲେ, ପ୍ରଥମ ଲହରୀରେ ସଂକ୍ରମିତଙ୍କ 12 ଜଣ ଓ।ଦ୍ଵିତୀୟ ଲହରୀରେ ସଂକ୍ରମିତ ହୋଇଥିବା 50 ଜଣ ଲୋକଙ୍କର ସ୍ପର୍ମ ନମୁନା ନିଆଯାଇଛି। ଏହାପରେ 100 ଜଣ ସୁସ୍ଥ ବ୍ୟକ୍ତିଙ୍କ ନମୁନା ମଧ୍ୟ ନିଆଗଲା ଏଥିରୁ ସଠିକ ଫଳାଫଳ ଆସିବ ଓ ଜଣାପଡିବ ଯେ ପୁରୁଷଙ୍କ ସ୍ପର୍ମ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି, ଏହା କେତେଦିନ ପର୍ଯ୍ୟନ୍ତ ରହୁଛି ଓ ଠିକ ହେବାର ସମ୍ଭାବନା ରହୁଛି ନା ନାହିଁ। ଏହାର ସୂଚନା ଆଇସିଏମଆର ସହିତ ଶାସନକୁ ଦିଆଯିବ।

ଫାର୍ଟିଲିଟି ଓ ଷ୍ଟାରଲିଟି ଦିଆଗଲା ଏହାର ନାମ:-

ବିଭାଗାଧ୍ୟକ୍ଷଙ୍କ ମୁତାବିକ ଇରାକରେ ଏହି ଗଣେଷଣାକୁ ଫାର୍ଟିଲିଟି ଓ ଷ୍ଟାରଲିଟି ନାମ ଦିଆଗଲା। ଏହି ଗବେଷଣା ଜାନୁଆରୀ 2021 ରେ କରାଯାଇଥିଲା। ଏହାମଧ୍ୟରେ ମେଡିକାଲ କଲେଜର ମାଇକ୍ରୋ ବୟୋଲୋଜିଷ୍ଟ ବିଭାଗର ଟିମ 12ଜଣ କରୋନା ସଂକ୍ରମିତଙ୍କ ନମୁନା ଏକତ୍ର କରିଥିଲେ। ଏହାକୁ ସୁରକ୍ଷିତ ରଖାଯାଇଥିଲା। ଏବେ ଦ୍ଵିତୀୟ ଲହରରେ ସଂକ୍ରମିତ କ ସୁସ୍ଥ ବ୍ୟକ୍ତିଙ୍କ ନମୁନା ନିଆଯାଉଛି।

ଗବେଷଣାର ତଥ୍ୟ ଚିନ୍ତାଜନକ:-

ଡ଼. ଅମରେଶ ସିଂହ କହିଥିଲେ କି, ଇରାକରେ ହେଉଥିବା ଗଣେଷଣା ବହୁତ ଚିନ୍ତାଜନକ ଅଟେ। କୋଭିଡ଼ ସଂକ୍ରମଣରେ ସ୍ପର୍ମ ତିଆରି କରୁଥିବା ସେଲସ ଜଲଦି ଦୁର୍ବଳ ହୋଇପଡୁଛନ୍ତି। ଏହା ଅକ୍ସିସଡେଟିଭ ଷ୍ଟ୍ରେସ ଦ୍ୱାରା ଯାଉଥାଏ। ଏହି କାରଣରୁ ସ୍ପର୍ମ ଗତିଶୀଳ ରୁହେନାହିଁ।

ଇନଫ୍ଲୁଏଞ୍ଜା ହେବାପରେ ମଧ୍ୟ ସ୍ପର୍ମ କମିବାକୁ ଲାଗିଥାଏ:-

ବିଭାଗଧ୍ୟକ୍ଷଙ୍କ ମୁତାବିକ, ଇନଫ୍ଲୁଏଞ୍ଜା ରୋଗ ହେବାପରେ ସ୍ପର୍ମ କମିଯାଇଥାଏ। ଭଲ ଖାଦ୍ୟ ଖାଇବା ପରେ ପୁଣି ପୂର୍ବ ଅବସ୍ଥାକୁ ଫେରିଥାଏ। ଦେଖାଯାଉ କରୋନା ସଂକ୍ରମିତଙ୍କ ଠାରେ ଏହି ପ୍ରକାରର ସମସ୍ୟା କେତେଦିନ ରହୁଛି। ଯାହାର ପ୍ରଭାବ ଫାର୍ଟିଲିଟି ଓ ସ୍ପର୍ମ ଉପରେ ପଡିଛି, ତାହାର ରିକଭର ହେବ କି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *