ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୫୭ ଜଣ ସଂକ୍ରମିତ ଚିହ୍ନଟ, ୩୮ ଜଣ ମୃ-ତ

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୫୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୬୯୮ ଜଣ ଏବଂ ୧୨୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୩୮ ଜଣଙ୍କର କରୋନା ଜନିତ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୧୦ ଜଣ,ବାଲେଶ୍ଵର ଜିଲ୍ଲାରୁ ୨୪୭ ଜଣ,ବରଗଡ ଜିଲ୍ଲାରୁ ୪୧ ଜଣ,ଭଦ୍ରକ ଜିଲ୍ଲାରୁ ୧୯୨ ଜଣ,ବଲାଙ୍ଗୀର ଜିଲ୍ଲାରୁ ୩୭ ଜଣ,ବୌଦ୍ଧ ଜିଲ୍ଲାରୁ ୪୭ ଜଣ,କଟକ ଜିଲ୍ଲାରୁ ୨୭୨ ଜଣ,ଦେବଗଡ ଜିଲ୍ଲାରୁ ୧୦ ଜଣ,ଢେଙ୍କାନାଳ ଜିଲ୍ଲାରୁ ୪୨ ଜଣ,ଗଜପତି ଜିଲ୍ଲାରୁ ୨୪ ଜଣ,ଗଞ୍ଜାମ ଜିଲ୍ଲାରୁ ୧୮ ଜଣ,ଜଗତସିଂହପୁର ଜିଲ୍ଲାରୁ ୧୦୩ ଜଣ,ଯାଜପୁର ଜିଲ୍ଲାରୁ ୨୬୦ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୦୩ ଜଣ,କଳାହାଣ୍ଡି ଜିଲ୍ଲାରୁ ୩୮ ଜଣ,କନ୍ଧମାଳ ଜିଲ୍ଲାରୁ ୫୧ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୬ ଜଣ,କେନ୍ଦୁଝର ଜିଲ୍ଲାରୁ ୫୭ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୪୦୮ ଜଣ,କୋରାପୁଟ ଜିଲ୍ଲାରୁ ୬୦ ଜଣ,ମାଲକାନଗିରି ଜିଲ୍ଲାରୁ ୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୧୩୫ ଜଣ,ନବରଙ୍ଗପୁର ଜିଲ୍ଲାରୁ ୪୫ ଜଣ,ନୟାଗଡ ଜିଲ୍ଲାରୁ ୧୧୨ ଜଣ,ନୂଆପଡ଼ା ଜିଲ୍ଲାରୁ ୧୦ ଜଣ,ପୁରୀ ଜିଲ୍ଲାରୁ ୨୧୯ ଜଣ,ରାୟଗଡ଼ା ଜିଲ୍ଲାରୁ ୬୩ ଜଣ,ସମ୍ବଲପୁର ଜିଲ୍ଲାରୁ ୨୮ ଜଣ,ସୋନପୁର ଜିଲ୍ଲାରୁ ୨୫ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୫୮ ଜଣ ଓ ଷ୍ଟେଟ ପୁଲରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୮୮୩୪୯୦ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୮୪୪୮୦୧ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୩୪୯୬୫ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୩୨୧୭୮୦୭ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୩୮ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୩୬୭୧ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *