WTC ଫାଇନାଲ : ଅଶ୍ୱିନଙ୍କ ବଡ ବୟାନ,ଯଦି ଏମିତି ହେବ ତାହେଲେ କ୍ରିକେଟ ଖେଳିବା ଛାଡ଼ିଦେବି

ଅନୁଭବୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ କହିଲେ କି, ପ୍ରତିଷ୍ପରଧୀ ତାଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ପ୍ରେରଣା ମିଳିଥାଏ ଆଉ ଯେଉଁଦିନ ତାଙ୍କୁ ଏହା ଲାଗିବ ତାଙ୍କ ଠାରେ ଏହା କମ ହୋଇଗଲାଣି ତାହା ପରଠାରୁ ନିଶ୍ଚୟ ସେ କ୍ରିକେଟ ଛାଡ଼ିଦେବେ। ଅଶ୍ୱିନଙ୍କୁ ଏକ ଅନୁଭବୀ ଖେଳାଳି ରୂପରେ ଜଣାଯାଇଥାଏ କାରଣ ସେ ସର୍ବଦା ନିଜର ଖେଳକୁ ବୁଝି କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ତାଙ୍କର ଏହିପରି କରିବା ତାଙ୍କ କ୍ୟାରିଅର ପାଇଁ ଫାଇଦା ହେଉଛି।

ଅଶ୍ୱିନ ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ଟେଷ୍ଟ ଚମ୍ପିୟାନସିପ ଫାଇନାଲରେ କହିଥିଲେ କି, ଟେଷ୍ଟ କ୍ରିକେଟରେ ଆପଣ ସର୍ବଦା ପରଫେକ୍ଟ ହେବାପାଇଁ ଇଛା କରିବେ ଓ ଆପଣ ଉତ୍କୃଷ୍ଟତା ରୁ ମଧ୍ୟ ଖୁସି ହାସଲ କରିପାରିବେ। ଏଥିପାଇଁ ମୁଁ ଏମିତି କରିଥାଏ।

ସେ କହିଥିଲେ, ମୋତେ ଲାଗୁଛି ଆଜି ପର୍ଯ୍ୟନ୍ତ ମୁଁ ମୋ କ୍ୟାରିଅରରେ ଯାହାବି ହାସଲ କରିଛି ତାହା ଏହି ଦୃଷ୍ଟିରୁ ହୋଇପାରିଛି। ମୁଁ ପ୍ରତ୍ୟେକ ଜିନିଷକୁ ସୁଧାରରେ ଆଣିବାକୁ ଚେଷ୍ଟା କରିଥାଏ।

ଭାରତୀୟ ସ୍ପିନର କହିଥିଲେ, ଯଦି ମୁଁ କିଛି ଅଲଗା କରିବାକୁ ଇଛା ନକରେ ଓ ନୂଆ ଜିନିଷ ପାଇଁ ଚେଷ୍ଟା ଆଗ୍ରହ ନଦେଖାଏ ତାହେଲେ ସେସମୟରେ ମୁଁ ଖେଳ ଛାଡ଼ିଦେବି।

ଚେନ୍ନାଇର ଏହି 34 ବର୍ଷୀୟ ଅଫସ୍ପିନର ଟେଷ୍ଟରେ 409 ଉଇକେଟ ନେଇଛନ୍ତି। ତାଙ୍କୁ ବିବାଦ ସହିତ ଜଡିତ ହେବା ପସନ୍ଦ ଆସେନାହିଁ କିନ୍ତୁ ତାଙ୍କୁ କେହି ଆଲୋଚନା କରେ ତ, ସେ ନିଜର ପ୍ରଦର୍ଶନ ଦ୍ୱାରା ଜବାବ ଦେଇଥାନ୍ତି।

ସେ କହିଲେ ମୋତେ ବିବାଦ ପସନ୍ଦ ନୁହେଁ ସତ କିନ୍ତୁ ମୋତେ ସଂଘର୍ଷ କରିବା ବହୁତ ପସନ୍ଦ ସେଥିପାଇଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି।

ଅଶ୍ୱିନ କୁହନ୍ତି କି, ମୋତେ ଜିତିବା ଠାରୁ ଆହୁରି ଭିତରକୁ ଯାଇ ଜିନିଷକୁ ବୁଝିବା ପସନ୍ଦ ଆସିଥାଏ। ବିଜୟ ତ ଯୋଜନା ଓ ଅଭ୍ୟାସର ସମାବେଶ ସହିତ ମିଳିଥାଏ କିନ୍ତୁ ପ୍ରତ୍ୟେକ ବିଜୟ ପରେ ମୁଁ ଭାବିଥାଏ କି, ଏହାଠାରୁ ଆହୁରି ଭଲ ବିକଳ୍ପ ଆଉ କଣ ହୋଇପାରିବ।

ସେ ସ୍ୱୀକାର କରିଥିଲେ କି, ତାଙ୍କର ପ୍ରଦର୍ଶନ ବିଷୟରେ ସେ ଅଧିକ କଥା କହିବା ପସନ୍ଦ କରନ୍ତି ନାହିଁ କାରଣ ତାଙ୍କ ପାଇଁ ଖେଳ ଖେଳିବା ଓ ଏହାଠାରୁ ଉତ୍କୃଷ୍ଟ ପ୍ରଦର୍ଶନ କରିବା ତାଙ୍କର ପେଶା ଅଟେ।

ସେ କହିଲେ, ସତକଥା କହିବାକୁ ଗଲେ ମୁଁ ମୋ ପ୍ରଦର୍ଶନ ଉପରେ ସେତେଟା ଖାଆସ ଧ୍ୟାନ ଦିଏନାହିଁ। ସତରେ ମୁଁ ଜାଣିନାହିଁ ମୁଁ କଣପାଇଁ ପରିଚିତ। ଭାରତରେ ଆପଣଙ୍କର ବହୁତ ପ୍ରଶଂସା ହେଉଥାଏ କିନ୍ତୁ ମୁଁ ଜଣେ ସାମାନ୍ୟ ବ୍ୟକ୍ତି ଯିଏକି କ୍ରିକେଟ ଖେଳି ଶାନ୍ତି ଓ ଖୁସି ପାଇଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *