କିଏ କିଏ ଆପଣଙ୍କ ନାମରେ ସିମ ବ୍ୟବହାର କରୁଛନ୍ତି ? ଏମିତି ଯାଞ୍ଚ କରି ସିମ୍ ବନ୍ଦ କରିଦିଅନ୍ତୁ

ଅନ୍ୟ ନାମରେ ସିମ ବାହାର କରି ଏହାକୁ ଭୁଲ ବ୍ୟବହାର କରିବା ଯୋଗୁଁ ବର୍ତ୍ତମାନ ଟେଲିକମ୍ୟୁନିକେସନ ଆକ୍ଟିଭ ହୋଇଗଲାଣି। ଏହାର ପତା ଲଗାଇବା ପାଇଁ DoT ଏକ ୱେବସାଇଟ ଜାରି କରିସାରିଛି। ଏହି ୱେବସାଇଟ ଜରିଆରେ ଆପଣଙ୍କ ନାମରେ କିଏ ସିମ ବାହାର କରିଛି ଏହାର ସୂଚନା ଆପଣ ପାଇପାରିବେ। ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ (DoT) ଏହାକୁ ନେଇ ଏକ ପୋର୍ଟାଲ ଜାରି କରିଛି।

ଆପଣଙ୍କ ନାମରେ କିଏ ସିମ ବ୍ୟବହାର କରୁଛି ଏଥିପାଇଁ ଆପଣ tafcop.dgtelecom.gov.in ସାଇଟକୁ ଯାଇ ଦେଖିପାରିବେ। ଏହା DoT ପକ୍ଷରୁ ଜାରି କରାଯାଇଛି।

ଅନ୍ୟ ନାମରେ ସିମ ବାହାର କରି ଯେକୌଣସି କାମକୁ ହାସଲ କରାଯାଉଛି। ଏବେ DoT ର ଏହି ଅନଲାଇନ ଟୁଲ ଲୋକଙ୍କୁ ବହୁତ ସାହାର୍ଯ୍ୟ କରିବ। ତାଙ୍କୁ ସେହି ନମ୍ବର୍ ବନ୍ଦ କରିବାରେ ମଧ୍ୟ ସାହାର୍ଯ୍ୟ ହେବ ଯାହାକୁ ସେ ବ୍ୟବହାର କରୁନାହାନ୍ତି।

ନିଜ ନାମରେ ଭୁଲ ଭାବରେ ବାହାରିଥିବା ସିମକୁ ଆପଣ ଏହି ସାଇଟକୁ ଯାଇ ବନ୍ଦ କରିପାରିବେ। ଏଥିପାଇଁ ଆପଣଙ୍କୁ ଏହି ୱେବସାଇଟରେ ଅନୁରୋଧ କରିବାକୁ ହେବ। ଗୋଟିଏ ନାମରେ 9ଟି ନମ୍ବର ବାହାର କରାଯାଇପାରିବ। ବର୍ତ୍ତମାନ ରହି ସୁବିଧା ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଉପଲବ୍ଧ ଅଛି।

ଏହି ସର୍ଭିସକୁ ଦ୍ଵିତୀୟ ଦ୍ଵିତୀୟ ସର୍କିଲ ପାଇଁ ଫେଜ ମ୍ୟାନରରେ ଜାରି କରାଯିବ। ଏହାକୁ ଚେକ କରିବା ପାଇଁ ଆପଣଙ୍କୁ ୱେବସାଇଟକୁ ଯାଇ ଆପଣଙ୍କ ଆକ୍ଟିଭ ମୋବାଇଲ ନମ୍ବର୍ ଦେବାକୁ ହେବ। ଏହାପରେ ଓଟିପି ଆସିବ । ଓଟିପି ଭେରିଫାଏ କରିବାପରେ ଆପଣଙ୍କୁ ଆକ୍ଟିଭ ନମ୍ବରର ସୂଚନା ଦିଆଯିବ।

ଯଦି କଷ୍ଟମର କୁ ଏହି ନମ୍ବରକୁ ସେ ବାହାର କରିନାହାଁନ୍ତି ତାହେଲେ ଏହାକୁ ବନ୍ଦ କରିବାପାଇଁ ସେ ୱେବସାଇଟକୁ ଅନୁରୋଧ କରିପାରିବେ। ଏହାପରେ ଟେଲିକମ କମ୍ପାନୀ ସେହି ନମ୍ବରକୁ ବ୍ଲକ କରିଦେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *