ମାଙ୍କଡମାନେ ବିଲଡିଙ୍ଗରୁ ତଳକୁ ଓଲ୍ହାଇବା ପାଇଁ ଆପଣାଇଲେ ସ୍ପାଇଡର ମ୍ୟାନର ଟେକନିକ, ଭିଡିଓ ଦେଖିଲେ ଆପଣ ମଧ୍ୟ ହସିବେ

ଆଜିକାଲି ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଖୁବ ଭାଇରଲ ହୋଇଥାଏ | ଯାହାକୁ ୟୁଜରମାନେ ଖୁବ ପସନ୍ଦ କରିଥାନ୍ତି | ଏହି ଭିଡିଓ ଅନେକଥର ଆଶ୍ଚର୍ଯ୍ୟଜନକ ମଧ୍ୟ ହୋଇଥାଏ ଏବଂ ଏହି ଭିଡିଓଗୁଡିକ ବେଳେବେଳେ ଏମିତି ହୋଇଥାଏ ଯେ ସେଗୁଡିକୁ ଦେଖି ଆମକୁ ଖୁବ ହସ ଲାଗେ ଏବଂ ମନ ଫୁର୍ତ୍ତି ହୋଇଯାଏ | ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବାପରେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ |

ଏମିତିରେ ତ ଆପଣ ମାଙ୍କଡମାନଙ୍କୁ ଡିଆଁ-କୁଦା କରୁଥିବାର ବହୁତଥର ଦେଖିଥିବେ, କିନ୍ତୁ କଣ ଆପଣ କେବେ ମାଙ୍କଡମାନଙ୍କୁ ମାଛି ପରି କାନ୍ଥ ଉପରୁ ତଳକୁ ଓଲ୍ହାଇଥିବାର ଦେଖିଛନ୍ତି ? ଯଦି ନାହିଁ, ତେବେ ଆଜିକାଲି ଏପରି ଏକ ଭିଡିଓ ସୋସିଆଲ ମିଡ଼ିଆ ଦୁନିଆରେ ଖୁବ ଭାଇରଲ ହେଉଛି | ଯାହାକୁ ଦେଖିବାପରେ ଆପଣ ନିଜକୁ ହସିବାପାଇଁ ରୋକିପାରିବେ ନାହିଁ |

ଦେଖନ୍ତୁ ମଜାଳିଆ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ମାଙ୍କଡ ମାଛି ପରି ବିଲଡିଙ୍ଗ ଉପରୁ ତଳକୁ ଓଲ୍ହାଉଛି, ଯାହାକୁ ଦେଖିବାପରେ ଅନ୍ୟ ମାଙ୍କଡଟି ମଧ୍ୟ ବାଲକୋନୀରୁ ଆସି ପ୍ରଥମ ମାଙ୍କଡ ଭଳି ଓଲ୍ହାଇବାକୁ ଲାଗେ | ଦୁହେଁ ପରସ୍ପରକୁ କପି କରି ଆରାମରେ ବହୁ ମହଲା ବିଲଡିଙ୍ଗରୁ ଓଲ୍ହାଇ ପଡନ୍ତି ଏବଂ ନିଜ ନିଜ ରାସ୍ତାରେ ପଳାଇ ଯାନ୍ତି | ଏହି ଭିଡିଓ ଭାଇରଲ ହେବାପରେ ଲୋକମାନେ ମଧ୍ୟ ନିଜ ନିଜର ରିଆକ୍ସନ ଦେବା ଆରମ୍ଭ କରି ଦେଇଛନ୍ତି |

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହି ଭିଡିଓକୁ RPG Enterprises ର ଚେୟାରମ୍ୟାନ Harsh Goenka ସେୟାର କରିଛନ୍ତି | ଯାହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ଏଠି ଜୀବନରେ ସରଳ ଜିନିଷ ଅଛି, ଯାହା ଆପଣ ଦେଖାନ୍ତି ଏବଂ ତାହା ଆପଣଙ୍କ ଦିନକୁ ଉଜ୍ୱଳ କରିଥାଏ … | ଏହି ଭିଡିଓକୁ ଖବର ଭାବରେ ଲେଖାଯିବା ବେଳକୁ ୮୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *