ରେଲୱେରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ ; ବାହାରିଲା ୩୦୦୦ରୁ ଅଧିକ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ରେଲୱେ ବିଭାଗରେ ଚାକିରୀ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଲୱେ ବିଭାଗରେ ୩୩୭୮ ପଦବୀ ଖାଲି ରହିଛି।ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଆଉ ଆବେଦନ କରିବାର ସମୟ ସୀମା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରହିଛି।

ବିଜ୍ଞପ୍ତି ଅନୁସାରେ, ୪ଟି ରେଳ କର୍ମଶାଳାରେ ଖାଲିଥିବା ୩୩୭୭ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। କ୍ୟାରିଜ ୱାର୍କସ,ପେରାମବୁରରେ ୯୩୬ଟି ପଦବୀ,ଗୋଲଡେନ ରକ କର୍ମଶାଳାରେ ୭୫୬ଟି ପଦବୀ ଓ ସିଗନାଲ ଆଣ୍ଡ ଟେଲିକମ କର୍ମଶାଳା ପୋଦନୁରରେ ୧୬୮୬ଟି ପଦବୀ ରହିଛି।

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନେ ଦକ୍ଷିଣ ରେଳବାଇର ଅଫିସିଆଲ ୱେବସାଇଟ https://sr.indianrailways.gov.in କୁ ଯାଇ ଆବେଦନ କରିପାରିବେ।ଜେନେରାଲ ଓ ଓବିସି ବର୍ଗର ପ୍ରାର୍ଥୀ ମାନଙ୍କ ପାଇଁ ୧୦୦ ଟଙ୍କା ରହିଥିବାବେଳେ ଏସସି-ଏସଟି,ଦିବ୍ୟାଙ୍ଗ ଏବଂ ମହିଳା ମାନଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି, ଦଶମ,ଦ୍ୱାଦଶ ଏବଂ ଆଇଟିଆଇ ପାସ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀ ପାଇଁ ବୟସ ସୀମା ୧୫ ରୁ ୨୨ ବର୍ଷ ରହିଥିବା ସମୟରେ କିଛି ପଦବୀ ପାଇଁ ବୟସ ସୀମା ୧୫ ରୁ ୨୪ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି।

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଦକ୍ଷିଣ ରେଳବାଇର ଅଫିସିଆଲ ୱେବସାଇଟ https://sr.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଜୁନ ୩୦ ତାରିଖ ୨୦୨୧ ମଧ୍ୟରେ ଆବେଦନ କରିପାରିବେ। ଅନଲାଇନ ଆବେଦନ ଫର୍ମର ଲିଙ୍କ ଜୁନ ମାସ ୩୦ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରହିବ।

Leave a Reply

Your email address will not be published. Required fields are marked *