ଗୋଟିଏ ଚାହା କପର ଦାମ ୧୦୦୦ ଟଙ୍କା,ଜାଣନ୍ତୁ କାରଣ

ବହୁତ ଲୋକଙ୍କ ପାଇଁ ଚା’ ସେମାନଙ୍କ ଜୀବନ ହୋଇଥାଏ | କିନ୍ତୁ କଣ କେହି ଏକ କପ ଚା ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରିପାରିବ ? ବାସ୍ତବରେ, କୋଲକାତାର ମୁକୁନ୍ଦପୁରରେ ଏପରି ଏକ ଟି ଷ୍ଟଲ ଅଛି, ଯେଉଁଠାରେ ସବୁଠାରୁ ମହଙ୍ଗା ଚା ମିଳିଥାଏ | ଏହି ଛୋଟ ଦୋକାନରେ ୧୦୦ ପ୍ରକାରର ଚା ମିଳିଥାଏ | କିଛି ରିପୋର୍ଟ ଅନୁଯାୟୀ ଏଠାରେ ଏକ କପ ଚା ୧୨ ଟଙ୍କାରୁ ନେଇ ୧୦୦୦ ଟଙ୍କାର ମୂଲ୍ୟରେ ମିଳିଥାଏ | ସବୁଠାରୁ ମହଙ୍ଗା ଚା’ର ନାମ ହେଉଛି Bo-Lay , ଯାହାର ଏକ କିଲୋଗ୍ରାମ ପତି ୩ ଲକ୍ଷ ଟଙ୍କାରେ ଆସିଥାଏ |\

ଏଠାରେ ରହିଛି ଚା’ର ବହୁତ ସ୍ୱାଦ :-

ଏହା ବ୍ୟତୀତ ଏହି ଦୋକାନରେ ଲେଭେଣ୍ଡର ଟି, ଓକେଟି ଟି, ବାଇନ ଟି, ତୁଳସୀ ଅଦା ଟି, ହାଇବିସ୍କସ ଟି, ଟିସ୍ତା ଭ୍ୟାଲି ଟି, ମକଇବାରି ଟି, ରୁବିଏସ ଟି, ସିଲଭର ନୀଡ଼ଲ ହ୍ୱାଇଟ ଟି ଏବଂ ବ୍ଲୁ ଟିଶ୍ୟନ ଟି ଭଳି ଅନେକ ସ୍ୱାଦ ସାମିଲ ରହିଛି |

୨୦୧୪ ମସିହାରେ ଖୋଲିଥିଲା ଏହି ଦୋକାନ :-

ଏହି ଦୋକାନର ମାଲିକ ହେଉଛନ୍ତି ପାର୍ଥ ପ୍ରାତୀମ ଗାଙ୍ଗୁଲି | ପ୍ରାରମ୍ଭରେ ସେ ଚାକିରୀ କରୁଥିଲେ ଏବଂ ଏହି ଫିଲଡରେ ଆଗକୁ ବଢିବାକୁ ଚାହୁଁଥିଲେ | କିନ୍ତୁ ପରେ ସେ ଚାକିରି ଛାଡି ଦେଇଥିଲେ ଏବଂ ଏକ ମୋଡ଼ ସହିତ ସେ ଚା ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଲେ | ୨୦୧୪ ମସିହାରେ ସେ Nirjash ନାମରେ ନିଜର ଛୋଟ ଟି ଷ୍ଟଲ ଖୋଲିଥିଲେ, ଯାହା ବର୍ତ୍ତମାନ ବେଶ ଲୋକପ୍ରିୟ ହୋଇପାରିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *