ଯାହାର SBI ରେ ଖାତା ଅଛି,ସେମାନେ ୧୦ ଦିନ ଭିତରେ କରାଇ ନିଅନ୍ତୁ ଏହି ଜରୁରୀ କାମ,ସରକାର ମଧ୍ୟ ଦେଲେ ଜରୁରୀ ସୂଚନା

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ନିଜର କୋଟି କୋଟି ଗ୍ରାହକଙ୍କୁ ସତର୍କ କରିଦେଇଛି|ଏହା ଆଧାର ସହ ପ୍ୟାନ କାର୍ଡ ଲିଙ୍କ୍ ପାଇଁ|ଏସବିଆଇ ନିଜର କୋଟି କୋଟି ଗ୍ରାହକଙ୍କୁ କହିଛି ଯେ ଏହି ମାସର ଶେଷ ପର୍ଯ୍ୟନ୍ତ ନିଜର ଆଧାରରେ ପ୍ୟାନକାର୍ଡ ଲିଙ୍କ କରାନ୍ତୁ|ଏହା ନକରିବା ଫଳରେ ଆସନ୍ତା ମାସରୁ ସମସ୍ୟା ବଢିଯିବ କାରଣ ଆପଣ ସମସ୍ତ ବ୍ୟାଙ୍କିଙ୍ଗ ସେବାର ଲାଭ ପାଇପାରିବେ ନାହିଁ|

ଏହି ସମ୍ବନ୍ଧରେ କେନ୍ଦ୍ର ସରକାର ମଧ୍ୟ ଲୋକଙ୍କୁ ସାବଧାନ କରିସାରିଛନ୍ତି|ବଜେଟରେ ଏକ ପ୍ରାବଧାନ ଯୋଡିକି କେନ୍ଦ୍ର ସରକାର ଆଧାରକୁ ପ୍ୟାନରେ ଲିଙ୍କ୍ କରିବା ଅନିର୍ବାର୍ଯ୍ୟ କରିଛନ୍ତି|ଏଥିପାଇଁ ଯଦି ଆପଣଙ୍କ ଏକାଉଣ୍ଟ୍ ଏସିବିଆଇରେ ରହିଛି ତେଵେ ଆପଣଙ୍କୁ ଏହି କାମ କରିବାକୁ ୧୧ ଦିନ ରହିଛି|ଯଦି ଆପଣଙ୍କ ଆଧାର ପ୍ୟାନ ସହ ଲିଙ୍କ ନାହିଁ ତେଵେ ଏଵେ କରାଇନିଅନ୍ତୁ|ଏସବିଆଇ ଟୁଇଟରେ ଜଣାଇଛି|

ଆୟକର ଅଧିନିୟମର ସେକ୍ସନ ୧୩୯ ଏଏ ରେ କ୍ଲଜ୪୧ ଅନ୍ତର୍ଗତ ଯଦି କୌଣସି ବ୍ୟକ୍ତି ନିଜର ପ୍ୟାନ କାର୍ଡ ଆଧାର ସହ ଲିଙ୍କ ନକରେ ତେଵେ ପ୍ଯାନ କାର୍ଡ ନିୟମାନୁଯାୟୀ କାମ କରିବା ବନ୍ଦ ହେବ|ଏହି ନିୟମ ଫଳରେ ଅଲଗା ଅଲଗା ଗ୍ରାହକଙ୍କୁ ସମସ୍ୟା ନହେବା ପାଇଁ ଏସବିଆଇ ଏହା କହିଛନ୍ତି|

ଏସବିଆଇ ନିଛର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଆମେ ଗ୍ରାହକଙ୍କୁ ପରାମର୍ଶ ଦେଉ ଯେ ୩୦ ଜୁନ ଭିତରେ ପ୍ୟାନକାର୍ଡକୁ ଆଧାର ସହ ଲିଙ୍କ କରିନିଅନ୍ତୁ|ଫଳରେ ଆସନ୍ତା ମାସରେ କୈାଣସି ସମସ୍ୟା ହେବନାହିଁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ କରିପାରିବେ|

କହିରଖେ ଯେ ଏବର୍ଷ କେନ୍ଦ୍ର ସରକାର ନିଜ ବଜେଟରେ ଆୟକର ଟ୍ୟାକ୍ସ ନିୟମରେ ୨୪୩ ଏଚ୍ ନାମକ ଏକ ପ୍ରାବଧାନ ଯୋଡ଼ିଛନ୍ତି|ଏହି ନିୟମାନୁଯାୟୀ ଯଦି ସ୍ଥିରୀକୃତ ତାରିଖ ପର୍ଯ୍ୟନ୍ତ କୈାଣସି ବ୍ୟକ୍ତି ଆଧାର ସହ ପ୍ୟାନ ଲିଙ୍କ ନକରନ୍ତି ତେଵେ ପେନାଲ୍ଟି ଦେବାକୁ ହେବ|ଏହି ପେନାଲ୍ଟି ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ|ଏହାସହ ଆପଣଙ୍କ ପ୍ୟାନକାର୍ଡ ମଧ୍ୟ ଵନ୍ଦ ହୋଇଯିବ|ଏଥିରେ ଏକ ଲିମିଟ୍ ପର୍ଯ୍ୟନ୍ତ ଆପଣ ବ୍ୟାଙ୍କିଙ୍ଗ କରିପାରିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *