ଭାଇରଲ ହେଲା ମୃ-ତ୍ୟୁ-ର ଭିଡିଓ, ଷ୍ଟଣ୍ଟ କରୁ କରୁ ଜୀବନ ଚାଲିଗଲା

କିଛି ଲୋକ ଷ୍ଟଣ୍ଟ କରିବାବେଳେ ନିଜ ଜୀବନକୁ ମଧ୍ୟ ଖାତିର କରନ୍ତି ନାହିଁ | ସେମାନେ ଖତରନାକ ଷ୍ଟଣ୍ଟ କରିବା ପାଇଁ ମଧ୍ୟ ଡରନ୍ତି ନାହିଁ | ତେବେ ଖତରନାକ ଷ୍ଟଣ୍ଟ କରିବା ସମୟରେ କେବେହେଲେ ନିଜର ହୋସ ହରାଇବା ଉଚିତ ନୁହେଁ | ନିକଟରେ ଜଣେ ଷ୍ଟଣ୍ଟମ୍ୟାନଙ୍କ ଯନ୍ତ୍ରଣାଦାୟକ ମୃ-ତ୍ୟୁ-ର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଏହାକୁ ଦେଖି ତ ସମସ୍ତେ ଡରି ଯାଉଛନ୍ତି |

ବାଇକ ଷ୍ଟଣ୍ଟରେ ହରାଇଲେ ଜୀ-ବ-ନ :-

ସାଧାରଣତଃ ଷ୍ଟଣ୍ଟ କରିବା ସମୟରେ ସମସ୍ତଙ୍କୁ ବହୁତ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ | କିନ୍ତୁ ଆମେରିକାର ପ୍ରସିଦ୍ଧ ଷ୍ଟଣ୍ଟମ୍ୟାନ ଆଲେକ୍ସ ହାରଭୀଲ ୱାର୍ଲଡ ରେକର୍ଡରେ ନିଜ ନାମ କରିବା ଚକ୍କରରେ ନିଜ ଜୀବନ ହରାଇଦେଲେ | ଏକ ଷ୍ଟଣ୍ଟ ପ୍ରାକ୍ଟିସ ସମୟରେ ଆଲେକ୍ସ ହାରଭୀଲଙ୍କ ମୃତ୍ୟୁ ହୋଇଗଲା | ବାଇକରେ ଷ୍ଟଣ୍ଟ କରି ପପୁଲାର ହୋଇଥିବା ଆଲେକ୍ସ ୩୫୧ ଫୁଟ ଉଚ୍ଚ ମୋଟର ସାଇକେଲ ଜମ୍ପ ପାଇଁ ପ୍ରାକ୍ଟିସ କରୁଥିଲେ | ଏହି ପ୍ରାକ୍ଟିସ ସେସନ ସମୟରେ ତାଙ୍କ ମୃ-ତ୍ୟୁ ହୋଇଗଲା |

ବାଲାନ୍ସ ବିଗିଡି ଯିବାରୁ ହେଲା ଦୁ-ର୍ଘ-ଟ-ଣା :-

ଲୋକପ୍ରିୟ ଷ୍ଟଣ୍ଟମ୍ୟାନ ଆଲେକ୍ସ ହାରଭୀଲ ୱାଶିଂଟନରେ ଚାଲିଥିବା ମୋସେସ ଲେକ ଏୟାରଶୋରେ ୱାର୍ଲଡ ରେକର୍ଡ କରିବାକୁ ଜମ୍ପ ପ୍ରାକ୍ଟିସ କରୁଥିଲେ | ୱାର୍ମ ଅପ ସେସନରେ ଆଲେକ୍ସ ପ୍ରଥମ ଜମ୍ପ କରିବା ମାତ୍ରେ ବାଲାନ୍ସ ହରାଇଲେ ଏବଂ ସେ ତଳେ ପଡ଼ିଗଲେ | ଏହି ଯନ୍ତ୍ରଣାଦାୟକ ଦୁ-ର୍ଘ-ଟ-ଣା-ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭିଡିଓରେ ଆପଣ ଆଲେକ୍ସଙ୍କୁ ଏକ କ୍ଷେତରେ ବାଇକ ଚଲାଇଥିବାର ଦେଖିପାରିବେ ଏବଂ ତା’ପରେ ଏକ ରେମ୍ପ ଉପରକୁ ଯାଇ ବାଇକକୁ ପବନରେ ଜମ୍ପ କରୁଛନ୍ତି | ନିଜ ଲକ୍ଷ୍ୟସ୍ଥଳରୁ କିଛି ଦୂରରେ ଏକ ବାଲୁକା ଗଦାରେ କ୍ରଶ ହୋଇଯିବାରୁ ୨୮ ବର୍ଷୀୟ ଆଲେକ୍ସଙ୍କୁ ଅଭିର ଆଘାତ ଲାଗିଲା, ଯେଉଁ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଗଲା |

ଅଧୁରା ରହିଗଲା ଆଉ ଏକ ରେକର୍ଡର ସ୍ୱପ୍ନ :-

ଆଲେକ୍ସ ହାରଭୀଲ ରେମ୍ପ ଟୁ ଡ଼ର୍ଟ ଡିଷ୍ଟାନ୍ସ ଜମ୍ପରେ ୪୨୫ ଫୁଟ ଉଚ୍ଚ ମାପ କରି ୨୦୧୨ ରେ ବିଶ୍ୱ ରେକର୍ଡ କରିଥିଲେ | ଏହାର ପରବର୍ତ୍ତୀ ବର୍ଷ ସେ ଡର୍ଟ ଟୁ ଡର୍ଟ ଜମ୍ପରେ ମଧ୍ୟ ବିଶ୍ୱ ରେକର୍ଡ କରିଥିଲେ | ଏଥର ସେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ନିଜ ନାମ ପଞ୍ଜିକରଣ କରିବାକୁ ପ୍ରସ୍ତୁତ ହେଉଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *