ଗୋଲେଇ ପଡ଼ିଆରେ କ୍ରିକେଟ ଖେଳୁଥିଲେ ପିଲାମାନେ,ସେତେବେଳେ ହେଲା ଏମିତି କିଛି,ହର୍ଷ ଗୋୟନିକା କହିଲେ-ଭାରତ ସହ ନ୍ୟୁଜିଲାଣ୍ଡ ମ୍ୟାଚ: ଦେଖନ୍ତୁ ଏହି ଭିଡିଓ

ଆରପିଜି ଏଣ୍ଟରପ୍ରାଇଜେସର ଚେୟାରମେନ ହର୍ଷ ଗୋୟନକା ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ବହୁତ ମଜାଦାର ଅଟେ|ଭିଡିଓରେ କିଛି ଛୁଆ କ୍ରିକେଟ ଖେଳୁଥିବା ଦେଖାଯାଇଛି|ବର୍ଷା ଫଳରେ ପଡିଆ ବହୁତ ଓଦା ଜଣାପଡ଼ୁଛି|ବ୍ୟାଟ୍ସମ୍ୟାନ୍ ସଟ୍ ମାରିବା ଫଳରେ ରନ ପାଇଁ ଦୈଡୁଥିଲା ବେଳେ କିପର ପଟରୁ ଦୈଡୁଥିବା ରନର ଖସଡି ତଳେ ପଡିଯାଏ|ଏତିକି ନୁହେଁ ୱିକେଟ୍ କିପର ମଧ୍ୟ ନିଜକୁ ସମ୍ଭାଳି ପାରେନାହିଁ ଓ ଖସକି ତଳେ ପଡିଯାଏ|

ହର୍ଷ ଗୋୟନିକା ଏହି ଭିଡିଓକୁ “ଯଦି # ନ୍ୟୁଜିଲାଣ୍ଡ ସହ ଭାରତ ମ୍ୟାଚ”ବୋଲି ପୋଷ୍ଟ କରିଛନ୍ତି|ତାଙ୍କର ଇସାରା ଭାରତ ସହ ନ୍ୟୁଜିଲାଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ ଯାହାର ପ୍ରଥମ ଦିନ ବର୍ଷା ଫଳରେ ଧୋଇଗଲା|ପ୍ରଥମ ଦିନ ନା ଟସ଼ ହେଲା ନା ଗୋଟିଏ ବଲ ଖେଲାଗଲା|ତାଙ୍କର ଇସାରା ଏହା ଯେ ଯଦି ଭାରତ ସହ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ହେଲା ତ ବୋଧହୁଏ ପ୍ଲେୟର୍ସଙ୍କ ଏହି ଅବସ୍ଥା ହେଵ|

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁଥିବା ଏହି ମ୍ୟାଚ ପ୍ରଥମ ୱର୍ଲ୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଅଟେ|ଏହି ମ୍ୟାଚର ବିଜେତା ଦଳ ପ୍ରଥମେ ୱର୍ଲ୍ଡ ଟେଷ୍ଟ ଚାମ୍ପିଅନର ବିଶ୍ୱ ଚାମ୍ପିଅନ ହେବ|ସମସ୍ତ ଦଳକୁ ପଛରେ ପକାଇ ଭାରତ ଓ ନ୍ୟୁଜିଲାଣ୍ଡ ଏହି ଫାଇନାଲ ମ୍ୟାଚରେ ଜାଗା ବନାଇଛନ୍ତି|ଏହି ମୁକାବିଲା ସାଉଥେପ୍ଟେନର ଏଜେସ ବାଉଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିଲା|ଭାରତୀୟ ଦଳରେ ରୋହିତ ଶର୍ମା,ଶୁଭମ ଗିଲ୍,ଚେତେଶ୍ୱର ପୂଜାରା,ବିରାଟ କୋହଲି,ଆଜିଙ୍କ୍ୟ ରାହାନେ,ହନୁମା ଵିହାରୀ,ଋଷଭ ପନ୍ତ,ରବିଚନ୍ଦନ ଅଶ୍ୱିନୀ,ରବୀନ୍ଦ୍ର ଜାଡେଜା,ଯଶପ୍ରୀତ ବୁମରା,ଈଶାନ୍ତ ଶର୍ମା, ମହମ୍ମଦ ସାମୀ,ମହମ୍ମଦ ସିରାଜ,ଉମେଶ ଯାଦବ,ଋଦ୍ଧିମାନ ଶାହା ସ୍ଥାନ ପାଇଛନ୍ତି|ଅପରପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କେନ ୱିଲିୟମସନ,ଟମ ବ୍ଲାଡେଲ,ଟ୍ରଣ୍ଟ ବୋଲ୍ଟ,ଡେବୋନ କାନବେ,କଲିନ ଡି ଗ୍ରାଣ୍ଡହୋମ,ମେଟ ହେନେରୀ,କାଇଲ ଜେମିସନ,ଟମ ଲାଥମ,ହେନେରୀ ନିକୋଲସ୍,ଏଜାଜ ପଟେଲ,ଟିମ ସାଉଦି,ରସ ଟେଲର,ନୀଲ ବେଗନର,ଵିଜେ ବାଟଲିଙ୍ଗ୍ ଓ ବିଲ ୟଙ୍ଗ ଦଳରେ ସାମିଲ ହୋଇଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.