ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା,ସୂଚନା ଦେଲେ ପାଣିପାଗ ବିଭାଗ

ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା।ରାଜ୍ୟରେ ଜୁନ ୧୯ ତାରିଖ ମଧ୍ୟରେ ସ୍ୱାଭାବିକ ଠାରୁ ୨୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ,୧୦୯ ଦଶମିକ ୪ ମିଲିମିଟର ବର୍ଷା ହେବାରଥିଲା। ଜୁନ ୧ ତାରିଖରୁ ୧୯ ତାରିଖ ସୁଦ୍ଧା ଓଡ଼ିଶାରେ ୧୩୪ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ଠାରୁ ୨୬ ପ୍ରତିଶତ ଅଧିକ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଉ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ରାଜସ୍ଥାନଠାରୁ ଉତ୍ତର ପୂର୍ବ ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ଥିବା ମୌସୁମୀ ଟ୍ରପ ଲାଇନ ପ୍ରଭାବରେ ବର୍ଷା ଜାରି ରହିବ। ରାଜ୍ୟର ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭ଼ଞ୍ଜ ଜିଲ୍ଲା,ବାଲେଶ୍ୱର ଜିଲ୍ଲା,କେନ୍ଦୁଝର ଜିଲ୍ଲା,ଭଦ୍ରକ ଜିଲ୍ଲା,ଯାଜପୁର ଜିଲ୍ଲା,କେନ୍ଦ୍ରାପଡ଼ା ଜିଲ୍ଲା,ଜଗତସିଂହପୁର ଜିଲ୍ଲା,ଦେବଗଡ଼ ଜିଲ୍ଲା,ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଘୋଷଣା କରାଯାଇଛି। ଆଉ ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର ୧୪ଟି ଜିଲ୍କାକୁ ୟେଲୋ ଆଲର୍ଟ ଘୋଷଣା କରାଯାଇଛି।

ସେହିପରି ଭାବରେ ୨୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା,ଦେବଗଡ଼ ଜିଲ୍ଲା,ସମ୍ବଲପୁର ଜିଲ୍ଲା ଓ ଅନୁଗୁଳ ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ହେବାପାଇଁ ସତର୍କତା ଜାରି କରାଯାଇଛି। ବର୍ଷା ସମୟରେ ପବନର ବେଗ ୪୦ କିମିରୁ ୫୦ କିମି ମଧ୍ୟରେ ରହିବା ସହିତ ଝଟକା ପବନ ୬୦ କିଲୋମିଟର ବହିବାର ସମ୍ଭାବନା ଅଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ମନା କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *