ଅଭିନେତ୍ରୀ ଝିଲିକ ରଜ କୁଇନର ବି-ବା-ଦକୁ ନେଇ ମୁହଁ ଖୋଲିଲେ, ଏହି ଜଜମାନେ ଝିଅମାନଙ୍କୁ କହିଲେ…

ଓଡ଼ିଆର ଏକ ରିଆଲିଟି ସୋ “ରଜ କୁଇନ” ଓ “ରଜ ସୁନ୍ଦରୀ”ଙ୍କ ବର୍ତ୍ତମାନ ସମୟକୁ ନେଇ ବି-ବା-ଦ ବଢିଚାଲିଛି। ଏହି ସୋ’ ରେ ପ୍ରତିଯୋଗୀମାନଙ୍କୁ ଉଲଟା ପାଲଟା ପ୍ରଶ୍ନ ପଚାରି ସେମାନଙ୍କୁ ଲଜ୍ଜିତ କରାଉଥିବାର ଅ-ଭିଯୋ-ଗ ହୋଇଛି। ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନାୟିକା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ରିଆଲିଟି ସୋ’ ର ଜଜ୍ ମାନଙ୍କୁ ନେଇ ମୁହଁ ଖୋଲିଛନ୍ତି।

ଝିଲିକ କହିଛନ୍ତିଯେ କୌଣସି ରିଆଲିଟି ସୋରେ ଜଜ ହେବାପାଇଁ ନିଜ ଭିତରେ ପ୍ରଥମେ ଯୋଗ୍ୟତା ରହିଥିବା ଆବଶ୍ୟକ। ଜଜମାନେ ପ୍ରତିଯୋଗୀ ମାନଙ୍କୁ ସଠିକ ବ୍ୟବହାର କରିବା ଉଚିତ ଏବଂ ଯିଏ ଭୁଲ କରୁଛନ୍ତି ସେହି ବିଷୟରେ ତାଙ୍କୁ ବୁଝାଇବା ଉଚିତ। ଜଣାଇଦେଉଛୁଯେ ଝିଲିକ ମଧ୍ୟ “ଓଡ଼ିଶାର ବେଷ୍ଟ ଡ୍ରାମେଵାଜ” ନାମକ ଏକ ରିଆଲିଟି ସୋରେ ଜଜ ଭାବରେ କାର୍ଯ୍ୟ କରିସାରିଛନ୍ତି।

ବର୍ତ୍ତମାନ ଯେଉଁଭଳି ଜଜମାନଙ୍କୁ ଟ୍ରୋଲ କରାଯାଉଛି ସେହି ବିଷୟରେ ଠିକ କି ଭୁଲ ବୋଲି ଝିଲିକଙ୍କୁ ପଚରା ଯାଇଥିଲା। ଯାହାର ଉତ୍ତରରେ ଝିଲିକ କହିଥିଲେଯେ ପ୍ରତିଯୋଗୀମାନଙ୍କୁ ରିଆଲିଟି ସୋ ଯେଉଁଥିପାଇଁ ଚାଲିଛି ତାହାରି ଉପରେ ପ୍ରଶ୍ନ ପଚରାଯିବା ଉଚିତ। କିନ୍ତୁ ଅଯଥା ପ୍ରଶ୍ନ ପଚାରି ସେମାନଙ୍କୁ ଲ-ଜ୍ଜିତ କରିବା କଥା ନୁହେଁ।

ଏଥିସହିତ ସେ ନିଜର ଉଦାହରଣ ଦେଇଥିଲେ ଓ କହିଲେକି,” ମୁଁ ମଧ୍ୟ ଗୋଟିଏ ସୋ ରେ ଜଜ ଥିଲି, ସେତେବେଳେ ମୋ ନାମରେ କୌଣସି ପ୍ରଶ୍ନ ଉଠି ନ ଥିଲା। କିନ୍ତୁ ବର୍ତ୍ତମାନ କଣ ପାଇଁ ଏପରି ପ୍ରଶ୍ନ ଉଠୁଛି। ଝିଲିକ କହିଥିଲେ, କାରଣ ଯେଉଁ ପ୍ରଶ୍ନ ପଚାରିବା ଆବଶ୍ୟକ ସେହି ପ୍ରଶ୍ନକୁ ପ୍ରତିଯୋଗୀ ମାନଙ୍କୁ ପଚାରିବା ଉଚିତ, କିନ୍ତୁ ଅନ୍ୟ କୌଣସି ବିଷୟରେ ଅଯଥା ପ୍ରଶ୍ନ କରିଲେ ଏମିତି ନିଶ୍ଚୟ ହେବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *