ଫ୍ଲାଇଙ୍ଗ କାରର ସ୍ବପ୍ନ ସାକାର : ଆକାଶରେ ଉଡ଼ିଲା ଦୁନିଆର ପ୍ରଥମ ରେସିଂ କାର, ପଲକରେ ହୋଇଯିବ ଗାଏବ,ଦେଖନ୍ତୁ ଭିଡିଓ

ଫ୍ଲାଇଙ୍ଗ କାରର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଏକ ବାସ୍ତବତା ସମ୍ନାକୁ ଆସୁଛି। ଯାହାକୁ ଦେଖିକରି ଆଖି ଖୋଲା ରହିଯିବ। ଉଡୁଥିବା କାର(Electric Flying Race Car) ତିଆରି କରାଯାଇଛି। ଓ ଏହାର ଲଞ୍ଚ ମଧ୍ୟ ହୋଇସାରିଛି। ଏହି କାର ଏମିତି ସେମିତି କାର ନୁହେଁ, ଏହାର (Mk3 Airspeeder) ବିଜୁଳିର ଗତିକୁ ମଧ୍ୟ ମାତ ଦେଇପାରେ। ଆକାଶରେ ଏହି କାର ନିଜର କଳାବାଜି ଦେଖାଇ ସାରିଛି। ବର୍ତ୍ତମାନ କମର୍ସିଆଲ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି।

ଉଡୁଥିବା ରେସିଂ କାର ଫର୍ମୁଲା ୱାନ କାର ପରି ଅଟେ। ୦-୬୫ ମିଲ ପ୍ରତି ଘଣ୍ଟାର ବେଗରେ ଉଡାଣ ଭାରିପାରେ। କାର(Airspeeder Electric Flying Race Car)ର ଟେଷ୍ଟ ଡ୍ରାଇଭ ଦକ୍ଷିଣୀ ଅଷ୍ଟ୍ରେଲିଆ ରେଗିସ୍ଥାନରେ ହୋଇସାରିଛି। ଇଲେକଟ୍ରିକ କାରକୁ ଏୟାରସ୍ପିଡର ଇଲେକ୍ଟ୍ରିକାଲ ରେସିଂ ସିରିଜର ଅଂଶ ରୂପରେ ମାର୍କେଟକୁ ଅଣାଯିବ। ଏହା ଏହି ବର୍ଷର ଶେଷରେ ହେବାକୁ ଯାଉଛି। କିନ୍ତୁ ରେସ କେଉଁଠି ହେବ, ତାହା ଜଣା ନାହିଁ। ଏହି କାରର ସାନଦାର ଫିଚର୍ସ ବିଷୟରେ ଜାଣିବା ଜରୁରୀ ଅଟେ।

ଏମିତି ହେଉଛି ସାନଦାର ଫିଚର୍ସ:-

କାରର ନାମ ହେଉଛି Mk3 Airspeeder। ଏହାର ଟେକ୍ ଅଫ୍ କ୍ଷମତା ୯୩ ରୁ ୧୫୫ ମିଲିମିଟର ମଧ୍ୟରେ। ଏହା (Airspeeder MK3 Flying Race Car) ୮ଟି ରୋଟର ଲାଗିଛି ଏବଂ ଏହି କାରଟି ମାତ୍ର ୨.୮ ସେକେଣ୍ଡରେ ୦-୬୨ ମିଲିମିଟରରୁ ଉଡିପାରିବ। ଲିଥିୟମ୍ ପଲିମର ବ୍ୟାଟେରୀ ସହିତ ଏହାକୁ ୧୫ ମିନିଟ ପାଇଁ ଉଡାଯାଇପାରିବ। କାରର ପ୍ରଥମ ଉଡ଼ାଣ ଗୁପ୍ତ ପରୀକ୍ଷା ସ୍ଥାନରେ କରାଯାଇଛି। କୁହାଯାଉଛି ଯେ ଗତ ମାସରେ ଘଟିଥିବା ଏହି ବିମାନଟି ଅଷ୍ଟ୍ରେଲିଆର ବେସାମରିକ ବିମାନ ଚଳାଚଳ ସୁରକ୍ଷା ପ୍ରାଧିକରଣ ଦ୍ୱାରା ତଦାରଖ କରାଯାଇଥିଲା। ଏହାର ଦୂରତା ବିଷୟରେ ସୂଚନା ସାର୍ବଜନୀନ କରାଯାଇ ନାହିଁ।

ମାନବରହିତ ରେସରେ ଅଂଶଗ୍ରହଣ କରିବେ:-

ଏହି କାରକୁ ବର୍ତ୍ତମାନ ରୋବୋଟିକ ଫର୍ମରେ ରିମୋଟ ପାୟରଲଟ ସହିତ ଫର୍ମୂଲା ୱାନ ଷ୍ଟାଇଲ ରେସ(Australian Flying Car Race)ରେ ଅଣାଯାଇଥିଲା। ଆଶା ଅଛିକି ୨୦୨୨ ପର୍ଯ୍ୟନ୍ତ ଏଥିରେ ମଣିଷ ମାନେ ମଧ୍ୟ ଉଡାଣ ଭରିପାରିବେ। ଏହି ରେସରେ ୪ଟି ଦଳ ଓ ୧୦ କ୍ରାଫ୍ଟ ପରସ୍ପର ମଧ୍ୟରେ ରେସ କରିବେ। ରେସର ଟାଇମିଂ ପାଖାପାଖି ୪୫ ମିନିଟ ରଖାଯାଇଛି। ଏହି କାରର ବ୍ୟାଟେରୀକୁ ୧୫ ମିନିଟରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏହି ଖେଳ ବହୁତ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରକୁ ତିଆରି କରୁଥିବା ଏୟାରସ୍ପିଡ (Airspeeder) ଓ ଅଲୋଡ଼ା ଏରୋନେଟିକ୍ସ(Alauda Aeronautics) ର ଚିଫ ମେଥ୍ୟୁ ପିୟରସନ(Matthew Pearson) କହିଲେକି ସେ ଏହିପରି ସ୍ପୋର୍ଟକୁ ଆରମ୍ଭ କରିବାରେ ଖୁସି ଅନୁଭବ କରୁଛନ୍ତି। ସେ ଏମିତି ଦେଖାଇବାକୁ ଚାହୁଁଛନ୍ତିକି ମଣିଷ ଓ ମେସିନ ମିଶିକରି କଣ ସବୁ ହାସିଲ କରିପାରିବେ। ତାଙ୍କୁ ଆଶା ଅଛିକି ଏମିତି ରେସିଂ ସିରିଜରେ ଉଡୁଥିବା କୋର୍ସର ଆହୁରି ଅଧିକ ବିକାଶ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *