ଚିଆଁମାନଙ୍କୁ ବଞ୍ଚାଇବା ପାଇଁ ସାପ ସହିତ ଲ-ଢେ-ଇ କଲା କୁକୁଡ଼ା,ଦେଖନ୍ତୁ ଭିଡ଼ିଓ

କୁହାଯାଏ ଯେ ମାଠାରୁ ଅଧିକ ଭଲପାଇବା ଆଉ କେହି ଦେଇପାରିବେ ନାହିଁ | ସେ ମଣିଷ ହୋଇଥାଉ କିମ୍ବା ପଶୁପକ୍ଷୀ, ସବୁ ମା ନିଜ ପିଲାମାନଙ୍କୁ ବହୁତ ଭଲପାଆନ୍ତି | ଆଉ ଯେତେବେଳେ କଥା ଯାଇ ପିଲାମାନଙ୍କ ସୁରକ୍ଷା ପାଖରେ ପହଞ୍ଚେ, ସେତେବେଳେ ମା ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ପିଲାମାନଙ୍କୁ ରକ୍ଷା କରିଥାଏ | ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଗୋଟିଏ କୁକୁଡ଼ା ନିଜ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଖତରନାକ ସାପ ସହିତ ଲ-ଢେ-ଇ କଲା |

ଏହି ଭିଡିଓକୁ ଟ୍ୱିଟରରେ ଖୁବ ସେୟାର କରାଯାଉଛି ଏବଂ କମେଣ୍ଟ ମଧ୍ୟ କରୁଛନ୍ତି | ଏହି ୩୮ ସେକେଣ୍ଡର ଭିଡିଓରେ କୁକୁଡ଼ାର ସାହସ ସହିତ ସାପ ସହିତ ଲଢେଇ କରୁଥିବାର ମଧ୍ୟ ଦେଖାଯାଏ | ଯାହାକୁ ନେଇ ମା ସହିତ ଜଡିତ ଭାବନାତ୍ମକ କମେଣ୍ଟ କରାଯାଉଛି | ମା ସବୁବେଳେ ମା ହୋଇଥାଏ ଏବଂ ନିଜ ପିଲାମାନଙ୍କୁ ରକ୍ଷା କରିବାପାଇଁ କିଛି ବି କରିପାରେ |

ଭିଡିଓରେ ଦେଖାଯାଉଛି ଯେ ଏକ ସାପ କୁକୁଡ଼ା ଏବଂ ଚିଆଁମାନଙ୍କ ଆଡକୁ ଜୋରରେ ଆସୁଛି | ଏପରି ଲାଗୁଛି ଯେପରି ସାପ ବର୍ତ୍ତମାନ ନୁଆଁ ନୁଆଁ ପକ୍ଷୀଗୁଡିକୁ ଆ-କ୍ର-ମ-ଣ କରିବାକୁ ଯାଉଛି | କୁକୁଡ଼ା ଏସବୁ ଦେଖିବାପରେ ସେ ନିଜ ଚିଆଁମାନଙ୍କୁ ରକ୍ଷା କରିବାକୁ ଯାଇ ସାପକୁ ସାମ୍ନା କରେ |

କୁକୁଡ଼ା ଆଗକୁ ଯାଇ ସାପକୁ ଅଟକାଇ ଦେଲା | ସେ ସାହସର ସହିତ ସାପ ସହିତ ଲଢେଇ କଲା | ରାଗରେ ଫଡଫଡ଼ ହୋଇ କୁକୁଡ଼ା ସାପକୁ ଅଟକାଇବା ପାଇଁ ନିଜର ଦୁଇ ପଞ୍ଝା ତା ଉପରେ ରଖି ଦେଲା ଏବଂ ଥଣ୍ଟ ଦ୍ୱାରା ଲଗାତାର ତା ଉପରକୁ ଆ-କ୍ର-ମ-ଣ କରିଚାଲିଲା |

ତେବେ ଏ ସମୟରେ ସାପ ମଧ୍ୟ କୁକୁଡ଼ା ବେକରେ ଗୁଡ଼ାଇ ହୋଇ ତାକୁ ତଳେ ପକାଇ ଦିଏ, କିନ୍ତୁ କୁକୁଡ଼ା ସାପର କବଳରୁ ବାହାରି ଆସିଲା ଏବଂ ତା ସହିତ ପୁଣିଥରେ ଲ-ଢେ-ଇ କରିବାପାଇଁ ଠିଆ ହୋଇଗଲା |

ଭିଡ଼ିଓର ଶେଷରେ କଣ ହେଲା, ଏହି ବିଷୟରେ ସସ୍ପେନ୍ସ ରହିଛି | କାରଣ ଏହି ଭିଡିଓ ଲ-ଢେ-ଇ ପର୍ଯ୍ୟନ୍ତ ହିଁ ସୀମିତ ରହିଛି, ଏହାପରେ ଆଗକୁ କଣ ହେଲା ଏହା ଦେଖାଯାଇ ନାହିଁ | ସେହିପରି ଏହି ଭିଡିଓକୁ ବହୁତ ଲୋକ ସେୟାର କରୁଛନ୍ତି |

ଏହି ଭିଡିଓକୁ ପୋଷ୍ଟ କରାଯିବା ପରେ ୪୮ ଘଣ୍ଟା ମଧ୍ୟରେ ୨୨୦୦ରୁ ଅଧିକ ଲାଇକ ମିଳିସାରିଛି ଏବଂ ଏକ ହଜାରରୁ ଅଧିକଥର ରିଟ୍ୱିଟ କରାଯାଉଛି | ଅଧିକାଂଶ ଲୋକ ଏହା ଜାଣିବା ପାଇଁ ଇଛା କରିଥିବା ଦେଖାଯାଇଥିଲେ ଯେ ଏହି ଭିଡ଼ିଓର ଶେଷରେ କଣ ହେଲା ? କଣ କୁକୁଡ଼ା ନିଜର ପିଲାମାନଙ୍କୁ ବଞ୍ଚାଇ ପାରିଲା ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *